ଆଉ ଚଳିବନି ମମତାଙ୍କ ମନମାନୀ, ଆଳୁ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ
·1 year ago·1 min read

ଅର୍ଗସ ବ୍ୟୁରୋ: ଆଉ ଚଳିବନି ମମତାଙ୍କ ମନମାନୀ । ଓଡ଼ିଶାରୁ ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ନାଫେଡ ମାଧ୍ୟମରେ ଓଡ଼ିଶାରେ ଆଳୁ ପହଞ୍ଚିବା ପରେ ସରକାରୀ ଖୁଚୁରା ଦୋକାନରେ ଆଳୁ କେଜି ପିଛା ୩୦ ଟଙ୍କାରେ ବିକୁଛନ୍ତି ରାଜ୍ୟ ସରକାର । ସାରା ଓଡ଼ିଶାରେ ୧୦୦ ଟଙ୍କାରେ ୩ କେଜି ଆଳୁ ଯୋଗାଇ ଦିଆଯାଉଛି । ସେହିପରି ୟୁପିରୁ ରେଳ ଯୋଗେ ଆଳୁ ଆସିବା ପାଇଁ ବ୍ୟବସ୍ଥା କରାଯାଉଛି । ଆଳୁକୁ ନେଇ ଚିନ୍ତାରେ ନରହିବାକୁ କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବଜାରରେ ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି କିଛି ଅସାଧୁ ବ୍ୟବସାୟୀ ।
ଏଥିପାଇଁ ଭୁବନେଶ୍ଵରର ବିଭିନ୍ନ ହାଟ ଓ ମଲରେ ଚଢାଉ କରୁଛି ଯୋଗାଣ ବିଭାଗ । ଆଉ ଅସାଧୁ ବେପାରୀଙ୍କ ମନମାନୀ ଚାଲିବନି କହିଛନ୍ତି ଚିଫ ସିଏସଓ ସଞ୍ଜୀବ କୁମାର ସାହୁ । ପୂର୍ବରୁ ଯୋଗାଣ ମନ୍ତ୍ରୀ କହିଥିଲେ, ଭାଇ ଭଉଣୀଙ୍କୁ କହି ଆଳୁ ରୋକିଥିବେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: