Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନ୍ୟାୟ ମିଳିନଥିବା ଅଭିଯୋଗ ଆଣିଲେ ମମିତାଙ୍କ ବାପା

Odisha

ନ୍ୟାୟ ମିଳିନଥିବା ଅଭିଯୋଗ ଆଣିଲେ ମମିତାଙ୍କ ବାପା

Banajyotshna Ray
Browse all articles by Banajyotshna Ray
·2 years ago·2 min read
ନ୍ୟାୟ ମିଳିନଥିବା ଅଭିଯୋଗ ଆଣିଲେ ମମିତାଙ୍କ ବାପା

ଅର୍ଗସ ବ୍ୟୁରୋ: ପୁଣି ତେଜିଛି ମମିତାଙ୍କୁ ନ୍ୟାୟ ଦାବି। କଳାହାଣ୍ଡି ସନସାଇନ୍ ସ୍କୁଲର ପ୍ରିନ୍ସପାଲ ମମିତା ମେହେରଙ୍କ ହତ୍ୟାକାରୀ କିଏ ? କିଏ ରଚିଥିଲା ଷଡ଼ଯନ୍ତ୍ର ? କୁଆଡେ ଗଲା ମମିତାଙ୍କ ମୋବାଇଲରେ ଥିବା ଭିଡିଓ ? କେମିତି ଜେଲରେ କଡ଼ା ସୁରକ୍ଷା ଭିତରେ ହେଲା ଗୋବିନ୍ଦ ସାହୁର ମୃତ୍ୟୁ ? 2 ବର୍ଷ ପରେ ବି କ୍ରାଇମବ୍ରାଞ୍ଚ ତଦନ୍ତରୁ ଏସବୁ ପ୍ରଶ୍ନର ଉତ୍ତର ମିଳିପାରିଲା ନାହିଁ। ପୂର୍ବରୁ ମମିତାଙ୍କ ପରିବାର ଲୋକେ ସିବିଆଇ ତଦନ୍ତ ଦାବି କରିଥିଲେ। ଆଉ ଏବେ ପୁଣି ମମିତା ମେହେର ହତ୍ୟା ଓ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି ଉଠିଛି। କଣ ହେବ ଦିବ୍ୟଶଙ୍କରଙ୍କ ଭାଗ୍ୟ ।

ମମିତାଙ୍କ ପରିବାରକୁ ଭେଟିଛନ୍ତି ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ୍‌। କଣ୍ଟାବାଂଜୀ ଝରନୀ ସ୍ଥିତ ମମିତାଙ୍କ ଘରକୁ ଯାଇ ପରିବାରକୁ ଭେଟିଲେ ବିଜେପି ବିଧାୟକ ଲକ୍ଷ୍ମଣ ବାଗ୍‌। ଏ ଅବସରରେ ମମିତାଙ୍କ ପରିବାରର ଅଭିଯୋଗ ଶୁଣିବା ପରେ ଓଡ଼ିଶା ସରକାରଙ୍କୁ CBI ତଦନ୍ତ ପ୍ରସ୍ତାବ ଦେବି ବୋଲି କହିଛନ୍ତି ବିଧାୟକ ଲକ୍ଷ୍ମଣ ବାଗ।ଏହି ବହୁ ଚର୍ଚ୍ଚିତ ହତ୍ୟା ମାମଲାରେ ବିଜେଡି ବିଧାୟକ ତଥା ତତକାଳୀନ ଗୃହ ଓ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ବିବାଦ ଘେରକୁ ଆସିଥିଲା। ଏପରିକି ଖୋଦ୍ ମମିତାଙ୍କ ବାପା ଦିବ୍ୟଶଙ୍କରଙ୍କ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ। ତେବେ କ୍ରାଇମବ୍ରାଞ୍ଚ ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୂକ୍ତ କରିନଥିଲା। ସେତେବେଳେ ଦିବ୍ୟଶଙ୍କରଙ୍କୁ ତତ୍କାଳୀନ ବିଜେଡି ସରକାର ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଥିଲା। ଏବେ ମମିତା ହତ୍ୟା ଓ ଗାବିନ୍ଦଙ୍କ ସନ୍ଦେହ ଜନକ ମୃତ୍ୟୁ ସିବିଆଇ ତଦନ୍ତ ପରିସରଭୁକ୍ତ ହେଲେ କଣ ହେବ ଦିବ୍ୟଶଙ୍କର ମିଶ୍ରଙ୍କ ଅବସ୍ଥା।

2021 ଅକ୍ଟୋବର 8ରେ ନିଖୋଜ ହୋଇଯାଇଥିଲେ ମମିତା। ତାପରେ ସାମ୍ନାକୁ ଆସିଥିଲା ଲୋମହର୍ଷଣକାରୀ ହତ୍ୟାର କରୁଣ କାହାଣୀ । 2 ବର୍ଷ ପରେ ଏବେ ବି ଅନେକ ଅସମାହିତ ପ୍ରଶ୍ନ।ମମିତା ମର୍ଡର ମିଷ୍ଟ୍ରିରୁ ପରଦା ଉଠିନି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Painting
Sponsored
Mamita's father complained that justice was not served | Argus News