Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମନରେ କଷ୍ଟ ଥିଲେ ବି ଖୁସି ଖୁସି ସ୍ତ୍ରୀର ବାହାଘର କରିଦେଲା ସ୍ୱାମୀ

Smruti Parija
Browse all articles by Smruti Parija
·2 years ago·2 min read
ମନରେ କଷ୍ଟ ଥିଲେ ବି ଖୁସି ଖୁସି ସ୍ତ୍ରୀର ବାହାଘର କରିଦେଲା ସ୍ୱାମୀ

ଢେଙ୍କାନାଳ: ସ୍ଵାମୀ ଜାଣିଲା ସ୍ତ୍ରୀ ତାକୁ ନୁହେଁ ବରଂ ପୂର୍ବ ପ୍ରେମିକକୁ ହିଁ ଭଲପାଉଛି । ମନରେ କଷ୍ଟ ଥିଲେ ବି ଖୁସି ଖୁସି ସ୍ତ୍ରୀର କରିଦେଲା ବାହାଘର । ଘଟଣାଟି ଶୁଣିବାକୁ ଯେତିକି ରୋଚକ ଥିଲା ସେତିକି ଚାଞ୍ଚଲ୍ୟକର ବି ଥିଲା । ସେଇଥି ଲାଗି ଏବେ ଚର୍ଚ୍ଚାର ପାଲଟିଛି କେନ୍ଦ୍ରବିନ୍ଦୁ ।

ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କର ପଟ୍ଟାନ୍ତର ନାହିଁ । ଥରେ ହାତଗଣ୍ଠି ପଡ଼ିଲେ ଏହି ସମ୍ପର୍କର ଖିଅ ସାତ ଜନ୍ମ ପର୍ଯ୍ୟନ୍ତ ଲମ୍ବିଯାଏ । ଉଭୟଙ୍କ ମଧ୍ୟରେ ସ୍ନେହ, ଭଲ ପାଇବା ଏବଂ ଉତ୍ତମବୁଝାମଣା ଏକ ସୁନ୍ଦର ଜୀବନ ରଥକୁ ବାଟ କଢ଼ାଇ ନିଏ । ହେଲେ ଯୁଗ ବଦଳିବା ସାଙ୍ଗକୁ ବଦଳି ଯାଇଛି ସମ୍ପର୍କର ସଂଜ୍ଞା । ପରକୀୟା ପ୍ରୀତିଠୁ ଆରମ୍ଭ କରି ବିଶ୍ୱାସଘାତକତା ଯେମିତି ଆଜିକାଲି ଘର ଘରର କଥା । 

ହେଲେ ଏଠି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଯେତେବେଳେ ଜଣେ ସ୍ୱାମୀ ତା ସ୍ତ୍ରୀର ପ୍ରେମିକ ବିଷୟରେ ଖବର ପାଇଲେ ରାଗର ବଶୀଭୂତ ହୋଇ କିଛି ବି କରିବାକୁ ପଛାଏନି । ସେମିତି ସମାଜରେ ଜଣେ ସ୍ୱାମୀ ତା ସ୍ତ୍ରୀର ପ୍ରେମ ସଂପର୍କରେ ଜାଣି ତାକୁ ପ୍ରେମିକକୁ ବିବାହ କରାଇଛି । 

ଆଜ୍ଞା ହଁ ଆପଣ ଠିକ୍ ଶୁଣିଛନ୍ତି....ସ୍ୱାମୀ କଲା ସ୍ତ୍ରୀର ବାହାଘର । କଥା ଟା ଶୁଣିବା ପାଇଁ ଟିକେ ଅଡ଼ୁଆ ଲାଗୁଥିଲେ ବି ସତ । ଜଣେ ସ୍ୱାମୀ, ସ୍ତ୍ରୀ ର ପ୍ରେମ ଆଗରେ ହାରମାନିଛି । ଆଉ ନିଜ ସ୍ତ୍ରୀ କୁ ସ୍ତ୍ରୀ ର ପ୍ରେମିକ ସାଙ୍ଗେ ବିବାହ କରାଇଛି । ଏହି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଗଁନ୍ଦିଆ ଥାନା ଅଞ୍ଚଳରେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୨୧ ମସିହାରେ ଏଇ ସ୍ଵାମୀ ଓ ସ୍ତ୍ରୀ ଭିତରେ ହୋଇଥିଲା ବାହାଘର । ହେଲେ ପ୍ରିୟଙ୍କା ପୂର୍ବରୁ ଅନୁଗୁଳର ଜଣଙ୍କୁ  ଭଲ ପାଉଥିଲେ । ସେଇଥି ଲାଗି ତ ବାହାଘରର ମାତ୍ର ୨ ସପ୍ତାହ ପରେ ଶାଶୂ ଘର ଛାଡି ବାପଘର ପଳାଇଥିଲେ ସଂପୃକ୍ତ ବୋହୂ । କିନ୍ତୁ ଶାଶୂଘର ଲୋକଙ୍କ ଚାପରେ ଫେରିଥିଲେ ସତ କିନ୍ତୁ ବାରମ୍ବାର ଜୀବନ ହାରିବାକୁ ଦେଉଥିଲେ ଧମକ ।

ସବୁବେଳେ ଏଭଳି ଧମକ ପାଇ ଅତିଷ୍ଠ ହୋଇପଡିଥିଲେ ସ୍ୱାମୀ । ଶେଷରେ ଚେତାବନୀରେ ବିଚଳିତ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ପ୍ରେମିକକୁ ଫୋନ ଯୋଗେ ସଂପର୍କ କରି ତାଙ୍କୁ ଥାନାକୁ ଡକାଇଥିଲେ । ଏସବୁ ଜାଣିବା ପରେ ନିଜର ଆଠ ବର୍ଷର ପ୍ରେମକୁ ସାକାର କରିବା ପାଇଁ ଥାନାରେ ପହଞ୍ଚି ଥିଲେ ପ୍ରେମିକ । ଆଉ ଶେଷରେ ମନ୍ଦିରରେ ନିଜ ସ୍ତ୍ରୀ କୁ ପ୍ରେମିକ ହାତରେ ଟେକି ଦେଇଥିଲେ ସ୍ବାମୀ ଓ ଶ୍ୱଶୁର । 

ଦର୍ଶକବନ୍ଧୁ ଆଜିକା ସମାଜରେ ଏଭଳି ଘଟଣା ତ ନିଆରା । ଆପଣ କେମିତି ଦେଖୁଛନ୍ତି ଆମକୁ କମେଣ୍ଟରେ ଜଣାଇବେ ।

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Man sacrifices his marriage, weds his wife to her boyfriend | Argus News