Police ASI Dismissed / ମଞ୍ଚେଶ୍ୱର ଥାନା ASI ରାଜେଶ କୁଲ୍ଲୁ ଚାକିରିରୁ ବହିଷ୍କୃତ,ମୋବାଇଲ୍ ଫେରସ୍ତ ପାଇଁ ୫୦ ହଜାର ମାଗୁଥିଲେ ଲାଞ୍ଚ
·2 months ago·2 min read

Key Points
ଚାକିରିରୁ ବିଦା ହେଲେ ପୋଲିସ ASI ରାଜେଶ କୁଲ୍ଲୁ
ଅଭିଯୁକ୍ତ ଠାରୁ ଲାଞ୍ଚ ନେବା ମାମଲାରେ ଚାକିରିରୁ ବହିଷ୍କୃତ
ମଞ୍ଚେଶ୍ବର ଥାନାର ୨ ଜଣ ହୋମଗାର୍ଡଙ୍କୁ ମଧ୍ୟ ନୋଟିସ୍
ହୋମ୍ଗାର୍ଡ ଜ୍ୟୋତିରଞ୍ଜନ ବେହେରା ଓ ଅବଦୁଲ୍ଲ ଖାନଙ୍କୁ ନୋଟିସ୍

ଭୁବନେଶ୍ବର,୧୮/୦୬: ଚାକିରିରୁ ବିଦା ହେଲେ ପୋଲିସ ASI ରାଜେଶ କୁଲ୍ଲୁ। ଅଭିଯୁକ୍ତ ଠାରୁ ଲାଞ୍ଚ ନେବା ମାମଲାରେ ଚାକିରିରୁ ବହିଷ୍କୃତ ହେଲେ ରାଜେଶ। ଅନ୍ୟ ୨ ଜଣ ହୋମଗାର୍ଡ ଜ୍ୟୋତିରଞ୍ଜନ ବେହେରା ଏବଂ ଅବଦୁଲ ସର୍ଫରାଜ ଖାନଙ୍କୁ ମଧ୍ୟ ନୋଟିସ୍ । ଚାକିରି ସମାପ୍ତ ନେଇ ହୋମ୍ଗାର୍ଡ ସଂଘକୁ ଏକ ମାସର ନୋଟିସ ଜାରୀ କରିଛି କମିଶନରେଟ ପୋଲିସ।
ଜବତ ଦାମୀ ମୋବାଇଲ୍ ଫୋନ୍ ଫେରସ୍ତ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବୁଧବାର ରାତିରେ ଭିଜିଲାନ୍ସ ପଞ୍ଝାରେ ଧରାପଡ଼ିଛନ୍ତି ମଞ୍ଚେଶ୍ୱର ଥାନା ଏଏସ୍ଆଇ ରାଜେଶ କୁଲୁ ଓ ହୋମଗାର୍ଡ ଡ୍ରାଇଭର ଜ୍ୟୋତି ରଞ୍ଜନ ବେହେରା । ତେବେ ଅନ୍ୟ ଜଣେ ହୋମ୍ଗାର୍ଡ ସର୍ଫରାଜ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି । ଭିଜିଲାନ୍ସ ଅଧିକାରୀମାନେ ଏହି ୨ ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୨୦ ହଜାର ଲାଞ୍ଚ ଟଙ୍କା ଜବତ କରିଛନ୍ତି ।
ଭିଜିଲାନ୍ସ ବିଭାଗ ସୂତ୍ରରୁ ଜଣାପଡ଼ିଛି, ଏକ ମାମଲାରେ ଜଣେ ବ୍ୟକ୍ତିଙ୍କର ୨ଟି ଦାମୀ ମୋବାଇଲ୍ ଫୋନ୍ ପୁଲିସ୍ ଜବତ କରିଥିଲା । ସେ ବ୍ୟକ୍ତି ଜଣକ ତାଙ୍କ ଫୋନ୍ ଫେରସ୍ତ ନେବା ପାଇଁ ଥାନାକୁ ଯାଇ ତଦନ୍ତକାରୀ ଅଧିକାରୀ(ଆଇଓ) ଥିବା ଏଏସ୍ଆଇ ରାଜେଶଙ୍କୁ ଭେଟିଥିଲେ । ରାଜେଶ ଫୋନ୍ ଫେରାଇବା ଲାଗି ଦିନ ଗଡ଼ାଇ ଚାଲିଥିଲେ । ଗତ ୧୫ ଦିନ ମଧ୍ୟରେ ଉକ୍ତ ବ୍ୟକ୍ତି ଜଣକ ଥାନାରେ ଏକାଧିକବାର ପହଞ୍ଚି ରାଜେଶଙ୍କୁ ଖୋଜିଥିଲେ । ହେଲେ ତାଙ୍କୁ ପାଉ ନ ଥିଲେ । ଏହି ସମୟରେ ଦୁଇ ଜଣ ହୋମ୍ଗାର୍ଡ ସର୍ଫରାଜ ଓ ଡ୍ରାଇଭର ଜ୍ୟାତିଙ୍କ ହୁବୁଡ଼ରେ ପଡ଼ିଥିଲେ । ତେବେ ଉଭୟ ତାଙ୍କୁ ମୋବାଇଲ୍ ଫୋନ୍ ଫେରସ୍ତ ପାଇବାରେ ସାହାଯ୍ୟ କରିବେ ବୋଲି କହିଥିଲେ । ସେଥିପାଇଁ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଦୁଇ ଜଣ କହିଥିଲେ । ଦାମୀ ମୋବାଇଲ୍ ହେତୁ ବ୍ୟକ୍ତି ଜଣଙ୍କ ୫୦ ହଜାର ଟଙ୍କା ଦେବାକୁ ରାଜି ହୋଇଯାଇଥିଲେ।
ପଢନ୍ତୁ ଏହି ଖବର: ଖାକିରେ କଳଙ୍କ ଛିଟା: ଶରଣକୁଳ ଥାନାଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ସୁଜିତଙ୍କୁ ଶରଣକୂଳ ଥାନାରୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି ସହ ମାମଲା ରୁଜୁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ୧୨ ତାରିଖରେ ଏଏସ୍ଆଇଙ୍କୁ ଭେଟି ୩୦ ହଜାର ଟଙ୍କା ଦେଇଥିଲେ । ଏଏସ୍ଆଇ ଗୋଟିଏ ମୋବାଇଲ୍ ଫେରସ୍ତ କରିଥିଲେ । ତେବେ ବାକି ୨୦ ହଜାର ଟଙ୍କା ଦେଲେ ଆଉ ଏକ ମୋବାଇଲ୍ ଦିଆଯିବ ବୋଲି କହିଥିଲେ ଏଏସ୍ଆଇ ରାଜେଶ । ଦୁଇ ଦିନ ହେବ ବ୍ୟକ୍ତ ଜଣଙ୍କ ଆଉ ଏକ ଫୋନ୍ ପାଇଁ ଥାନାକୁ ଧାଉଁଥିଲେ । ହେଲେ ସେମାନେ ଟଙ୍କା ମାଗିଥିଲେ । ଏମିତିକି ୨୦ ହଜାର ଟଙ୍କା ପାଇଁ ଦୁଇ ହୋମ୍ଗାର୍ଡ ମୋବାଇଲ୍ ମାଲିକଙ୍କୁ ବାରମ୍ବାର ଫୋନ୍ କରୁଥିଲେ । ତେବେ ଏନେଇ ସେ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ବିଭାଗକୁ ଯାଇ ଏସ୍ପିଙ୍କୁ ଭେଟି ଘଟଣା ବିଷୟରେ ଜଣାଇଥିଲେ । ୩ ଜଣ ମିଶି ଥାନା ବାହାରେ ୨୦ ହଜାର କେମିକାଲ ବୋଳା ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ତେବେ ଘଟଣାସ୍ଥଳରୁ ହୋମ୍ଗାର୍ଡ ସର୍ଫରାଜ ଫେରାର ହୋଇଯାଇଥିଲା । ପରେ ଭିଜିଲାନ୍ସ ଟିମ୍ ଏଏସ୍ଆଇ ରାଜେଶଙ୍କ ଘରେ ଚଢ଼ଉ କରିଥିଲା।
Related Topics
Explore more stories