Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖାକିରେ କଳଙ୍କ ଛିଟା: ଶରଣକୁଳ ଥାନାଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ସୁଜିତଙ୍କୁ ଶରଣକୂଳ ଥାନାରୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି ସହ ମାମଲା ରୁଜୁ

Odisha

Rape Allegation / ଖାକିରେ କଳଙ୍କ ଛିଟା: ଶରଣକୁଳ ଥାନାଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ସୁଜିତଙ୍କୁ ଶରଣକୂଳ ଥାନାରୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି ସହ ମାମଲା ରୁଜୁ

Bikash Mohanty
Browse all articles by Bikash Mohanty
·1 hour ago·2 min read
ଖାକିରେ କଳଙ୍କ ଛିଟା: ଶରଣକୁଳ ଥାନାଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ସୁଜିତଙ୍କୁ ଶରଣକୂଳ ଥାନାରୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି ସହ ମାମଲା ରୁଜୁ
Sujit Das

Key Points

ଶରଣକୂଳ IIC ସୁଜିତ ଦାସଙ୍କ ବିରୋଧରେ ମହିଳାଙ୍କ ଅଭିଯୋଗ ଘଟଣା
ସୁଜିତ ଦାସଙ୍କ ବିରୋଧରେ ମାମଲା ରୁଜୁ ସହ ବଦଳି
ଶରଣକୂଳ ଥାନାରୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି
ନୟାଗଡ଼: ଖାକିରେ ଲାଗିଲା ଦାଗ। ନୟାଗଡ଼ ଜିଲ୍ଳା ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାସଙ୍କ ନାମରେ ଜନୈକା ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ବୁଧବାର ମହିଳା ନୟାଗଡ଼ ଏସ୍‌ପିଙ୍କୁ ଦେଖା କରି ଅଭିଯୋଗ କରିଥିଲେ। ସୁଜିତଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ତୁରନ୍ତ ବଦଳି ନିର୍ଦେଶ ଦିଆଯାଇଛି l ଅନ୍ୟପକ୍ଷେ ମହିଳାଙ୍କ ଅଭିଯୋଗ ଆଧାରରେ ଶରଣକୁଳ ଥାନା ଅଧିକାରୀ ସୁଜିତଙ୍କ ନାମରେ ରୁଜୁ ହେଲା ମାମଲା I ମହିଳାଙ୍କ ଏହି ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରିଛି ରାଜ୍ୟ ପୋଲିସ ବିଭାଗ l ଏହି ଘଟଣାର ସଠିକ୍ ତଦନ୍ତ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଦ୍ୱାରା କରାଯିବ ବୋଲି ପୋଲିସ ମୁଖ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ତଦନ୍ତ ପରେ ରିପୋର୍ଟ ଆଧାରରେ ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୟାଗଡ଼ ଏସପି କହିଛନ୍ତି।

ଶରଣକୁଳ ଥାନା ଅଞ୍ଚଳର ଜଣେ ମହିଳାଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ଜାଗାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ଗ୍ରାମବାସୀ ମହିଳାଙ୍କ ଘର ଭାଙ୍ଗିଦେଇଥିଲେ । ମହିଳା ଶରଣକୁଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାସ ମହିଳାଙ୍କୁ ମାମଲାରେ ସହଯୋଗ କରିବାକୁ କହି ଫୋନ୍ ନମ୍ବର ନେଇଥିଲେ। କିଛି ଦିନ ଫୋନ୍‌ରେ କଥା ହେବା ପରେ ମହିଳାଙ୍କ ଫୋନ୍‌କୁ ଅଶ୍ଳୀଳ ଫଟୋ ପଠାଇଲେ ।

ଅନେକ ସମୟରେ ଥାନା ଅଧିକାରୀ ଅଭଦ୍ର ଭାଷାରେ କଥା ହେଉଥିଲେ । ଏପରିକି ଭିଡିଓ କଲ୍ କରି ନିଜ ଶରୀର ପ୍ରଦର୍ଶନ କରିବା ସହ ମହିଳାଙ୍କୁ ବି ବାଧ୍ୟ କରୁଥିଲେ । ହେଲେ ମହିଳା ରାଜି ହୋଇ ନଥିଲେ । କିଛି ଦିନ ତଳେ ମହିଳା ନୟାଗଡ଼ ପିଟିଏସ୍ ଛକରେ ଠିଆହୋଇଥିବାବେଳେ ଥାନା ଅଧିକାରୀ ତାଙ୍କୁ ଦେଖି ଗାଡ଼ିରେ ନିଜ ଭଡ଼ାଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏ ସଂପର୍କରେ କାହାରିକୁ କହିଲେ ତୋ ବାପା, ଭାଇଙ୍କୁ ବାନ୍ଧି ଜେଲ୍ ପଠାଇଦେବି ବୋଲି ଥାନା ଅଧିକାରୀ ଧମକ ଦେଇଥିଲେ । ହେଲେ ମହିଳା ଆପତ୍ତିଜନକ ଭିଡିଓରୁ ଏକ ଫଟୋ ସୋସିଆଲ ମିଡିଆରେ ଛାଡ଼ିଦେଇଥିଲେ ଯାହାକୁ ନେଇ ସେ ଶରଣକୁଳ ବ୍ୟାଙ୍କ ଆଗରେ ଠିଆହୋଇଥିବା ବେଳେ ଥାନା ଅଧିକାରୀ ଗତ ୨୮ ତାରିଖରେ ତାଙ୍କୁ ଜବରଦସ୍ତ ଟଣାଓଟରା କରି ଥାନାକୁ ଉଠାଇ ନେଇଥିଲେ ଏବଂ ମିଛ ମାମଲାରେ ଜେଲ୍ ପଠାଇଦେଲେ ।

ପଢନ୍ତୁ ଏହି ଖବର: ଅନୁଗୁଳରେ ପୋଲିସର ଡବଲ୍ ଏନକାଉଣ୍ଟର, ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହେବା ବେଳେ ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର କଲା ପୋଲିସ

ଗତ ୧୨ ତାରିଖରେ ସେ ଜାମିନରେ ଆସିଥିବା କହିଛନ୍ତି । ଥାନା ଅଧିକାରୀ ତାଙ୍କ ମୋବାଇଲ ଛଡ଼ାଇ ନେଇ ସବୁ ଫଟୋ ଓ ଭିଡିଓ ଡିଲିଟ କରିବା ସହ ମୋବାଇଲ୍ ଥାନାରେ ରଖିଛନ୍ତି । ଏହାର ତଦନ୍ତ କରାଯାଇ ଥାନା ଅଧିକାରୀଙ୍କୁ ଦଣ୍ଡ ଦେବାକୁ ମହିଳା ନିବେଦନ କରିଛନ୍ତି । ଏଏସପି ମହିଳାଙ୍କ ସମସ୍ତ ଅଭିଯୋଗ ଶୁଣିଛନ୍ତି । ମହିଳାଙ୍କ ଅଭିଯୋଗର ସତ୍ୟତା ଥିଲେ ଆଇନ ଅନୁଯାୟୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଦ୍ୱାରା କରାଯିବ । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଶ୍ରୀ ଦାସଙ୍କୁ ଯଥାଶୀଘ୍ର ଶରଣକୁଳ ଥାନାରୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିବା ପାଇଁ ରାଜ୍ୟ ପୁଲିସ ମୁଖ୍ୟାଳୟ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored