Massive Fire / ହୁ ହୁ ହୋଇ ଜଳିଲା ୩ଟି ଦୁଇଚକିଆ ସହ ଗୋଟିଏ କାର୍: ସେପଟେ ଜଳୁଛି ମଞ୍ଚେଶ୍ବର
·1 day ago·1 min read

Key Points
ସକାଳୁ ସକାଳୁ ଟ୍ବିନସିଟିରେ ଭୟଙ୍କର ଅଗ୍ନିକାଣ୍ଡ
କଟକରେ ଇଲେକ୍ଟ୍ରିକ ସ୍କୁଟିରେ ନିଆଁ ଲାଗିଯାଇଥିବାବେଳେ
ଭୁବନେଶ୍ବରରେ ଏକ ଔଷଧ କାରଖାନାରେ ଭୟଙ୍କର ନିଆଁ ଲାଗିିଛି
କଟକରେ ଇଲେକ୍ଟ୍ରିକ ସ୍କୁଟିରେ ନିଆଁ ଲାଗିଯାଇଥିବାବେଳେ
ଭୁବନେଶ୍ବରରେ ଏକ ଔଷଧ କାରଖାନାରେ ଭୟଙ୍କର ନିଆଁ ଲାଗିିଛି
ସକାଳୁ ସକାଳୁ ଟ୍ବିନସିଟିରେ ଭୟଙ୍କର ଅଗ୍ନିକାଣ୍ଡ। କଟକରେ ଇଲେକ୍ଟ୍ରିକ ସ୍କୁଟିରେ ନିଆଁ ଲାଗିଯାଇଥିବାବେଳେ ଭୁବନେଶ୍ବରରେ ଏକ ଔଷଧ କାରଖାନାରେ ଭୟଙ୍କର ନିଆଁ ଲାଗିିଛି। କଟକ ହାଇକୋର୍ଟ ନିକଟରେ ଗାଡ଼ିରେ ଲାଗିଛି ଭୀଷଣ ନିଆଁ। ଯାହାକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି ଅଗ୍ନିଶମ ବାହିନୀ। କିନ୍ତୁ ଏଯାଏ ନିଆଁ ଲିଭାଇବାରେ ସଫଳ ହୋଇନାହାନ୍ତି। ନିଆଁ ସମ୍ପୂର୍ଣ୍ଣ ଅଣାୟାତ୍ତ ହୋଇପଡ଼ିଛି। ଇଲେକ୍ଟ୍ରିକ ସ୍କୁଟିରେ ନିଆଁ ଲାଗି ଅନ୍ୟ ଗାଡ଼ିରେ ନିଆଁ ଲାଗିଛି। ହୁତୁ ହୁତୁ ହୋଇ ଜଳୁଛି ୩ ଟି ଦୁଇ ଚକିଆ ସହ ଗୋଟିଏ କାର। ପାଖାପାଖି ଅନ୍ୟ ଗାଡ଼ିକୁ ମଧ୍ୟ ନିଆଁ ବ୍ୟାପିବାରେ ଲାଗିଛି। ଚାନ୍ଦିନୀ ଚୌକ ସ୍ଥିତ ହାଇକୋର୍ଟ ନିକଟରେ ଘଟିଛି ଏହି ଅଗ୍ନିକାଣ୍ଡ ଘଟଣା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି। ପ୍ରଥମେ ଇଲେକ୍ଟ୍ରିକ ସ୍କୁଟିରେ ନିଆଁ ଲାଗିଲା, ଏହା ପରେ ସବୁ ଗାଡ଼ିକୁ ନିଆଁ ବ୍ୟାପିଥିବା ନେଇ କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ।
ଏହାସହ ପଢ଼ନ୍ତୁ: ଆନ୍ଧ୍ରରେ ଭୟଙ୍କର ଦୁର୍ଘଟଣା, ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା...ଚାଲିଗଲା ୧୨ ଜୀବନ
ଅନ୍ୟପକ୍ଷେ ଭୁବନେଶ୍ବରରେ ଔଷଧ କାରଖାନାରେ ନିଆଁ। ଜଳୁଛି ଫାର୍ମା କମ୍ପାନୀ। ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଆଇଡିଆଇ ଇଷ୍ଟର୍ନ ଡ୍ରଗ ପ୍ରାଇଭେଟ୍ ଲିମିଟେଡରେ ଅଗ୍ନିକାଣ୍ଡ। ଜଳୁଛି ମେଡିସିନ ଓ ଆସବାବପତ୍ର। ଘଟଣା ସ୍ଥଳରେ ମଞ୍ଚେଶ୍ୱର ଅଗ୍ନିଶମ ବାହିନୀ ଓ ଷ୍ଟ୍ରାଇକିଂ ଫୋର୍ସ ପହଞ୍ଚି ନିଆଁ ଲିଭାଇବା ଜାରି ରଖିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories