Mandira Dam Gate Opens / ଖୋଲିଲା ମନ୍ଦିରା ଡ୍ୟାମର ୬ ଗେଟ୍,ବ୍ରାହ୍ମଣୀରେ ଆସିବ ବନ୍ୟା !
·2 weeks ago·2 min read

Key Points
ଖୋଲିଲା ମନ୍ଦିରା ଡ୍ୟାମର ୬ ଗେଟ୍
ବ୍ରାହ୍ମଣୀରେ ଆସିବ ବନ୍ୟା !
ବେଦବ୍ୟାସର ପ୍ରଶାସନର କଡ଼ା ସୁରକ୍ଷା ବ୍ୟବସ୍ଥା

ରାଉରକେଲା,୦୯/୦୮: ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଜିଲ୍ଲା କଂସବାହାଲ ସ୍ଥିତ ଶଙ୍ଖ ନଦୀ ଉପରେ ନିର୍ମିତ ମନ୍ଦିରା ଡ୍ୟାମର ୧୧ଟି ଗେଟ୍ ମଧ୍ୟରୁ ୬ଟି ଗେଟ୍ ଖୋଲା ଯାଇଛି। ଗେଟ୍ ଖୋଲିବା ପରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଉରକେଲାରେ ସର୍ବାଧିକ ୬୮.୨ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ଶ୍ରାବଣ ମାସ ଚାଲୁଥିବାରୁ ପ୍ରଶାସନ ପକ୍ଷରୁ ବଢୁଥିବା ବର୍ଷାର ମାତ୍ରାକୁ ଦୃଷ୍ଟିରେ ରଖି ବେଦବ୍ୟାସ ପୀଠରେ କାଉଡ଼ିଆମାନଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ମିଳିଥିବା ତଥ୍ୟ ଅନୁସାରେ,ଶୁକ୍ରବାର ସକାଳ ୬ଟାରୁ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ଅର୍ଥାତ୍ ଗତ ୨୪ ଘଣ୍ଟା ମଧ୍ୟରେ ରାଉରକେଲାରେ ୬୮.୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ହେମଗିରରେ ୪୩,କୁଆଁରମୁଣ୍ଡାରେ ୩୯.୪,ଟାଙ୍ଗରପାଲିରେ ୧୦.୪,ସୁନ୍ଦରଗଡ଼ରେ ୪.୪,ସବଡ଼େଗରେ ୨୪.୧,ବଡ଼ଗାଁରେ ୨୪.୬,କୁତ୍ରାରେ ୧୩.୪,ରାଜଗାଙ୍ଗପୁରରେ ୩.୬,ଲାଠିକଟାରେ ୮,ବଣାଇଁରେ ୧୧, ଲହୁଣିପଡ଼ାରେ ୧୩.୪,ଗୁରୁଣ୍ଡିଆରେ ୬ ଓ କୋଇଡ଼ାରେ ୮ ମିମି ବର୍ଷା ହୋଇଛି। ତେବେ ଶଙ୍ଖ ନଦୀରେ ୬ ମିମି ବର୍ଷା ରେକର୍ଡ ହୋଇଛିIମନ୍ଦିରା ଡ୍ୟାମର ଜଳସ୍ତର କ୍ଷମତା ୬୯୦ ଫୁଟ୍ ରହିଥିବା ବେଳେ ଶନିବାର ସୁଦ୍ଧା ୬୭୮.୯ ଫୁଟ ରହିଛି। ଡ୍ୟାମକୁ ୧୫୧୨୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଛଡ଼ା ଯାଉଛି ୧୩୭୧୦ କ୍ୟୁସେକ ଜଳ। ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି।
ଆସନ୍ତା କାଲି ଶ୍ରାବଣ ମାସର ଦ୍ଵିତୀୟ ସୋମବାର ଥିବାରୁ ବେଦବ୍ୟାସର ତ୍ରିବେଣୀ ସଙ୍ଗମରୁ ଜଳ ନେବା ଲାଗି ରବିବାର ସନ୍ଧ୍ୟାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିପଦସଙ୍କୁଳ ସ୍ଥାନକୁ ବାରିକେଡ୍ କରାଯାଇଛି ଓ ସେଠାରେ ପୁଲିସ୍ ଜଗି ରହିଛି।
ପଢନ୍ତୁ ଏହି ଖବର: ବଢୁଛି ଜଳକା ନଦୀର ଜଳସ୍ତର,ପୁଣି ବନ୍ୟା ଆଶଙ୍କା
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟ ତମାମ ଜାରି ରହିଛି ପ୍ରବଳ ବର୍ଷା । ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଉପର ବାୟୁ ଘୂର୍ଣ୍ଣିବଳୟ ପ୍ରଭାବରେ ସେହି ସମାନ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୭.୬ କିମି ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଦକ୍ଷିଣ ପଶ୍ଚିମ ଆଡକୁ ଢଳି ରହିଛି । ଏହାର ପ୍ରଭାବରେ ଆହୁରି ୨୪ ଘଣ୍ଟାରେ ରାଜ୍ୟରେ ଅତି ପ୍ରବଳ ବର୍ଷା ସହ ୭ ଦିନ ଯାଏ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉପକୂଳ ଓଡ଼ିଶାରେ ବର୍ଷାର ବିଶେଷ ପ୍ରଭାବ ରହିବ । ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବର୍ଷା ଚେତାବନୀ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ବରଗଡ଼, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ଼ ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
Related Topics
Explore more stories