Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବାତ୍ୟା `ଦାନା' ଆସୁଥିବା ହେନ୍ତାଳ ବଣକୁ ନେଇ ପୁଣି ଚର୍ଚ୍ଚା

Odisha

ବାତ୍ୟା `ଦାନା' ଆସୁଥିବା ହେନ୍ତାଳ ବଣକୁ ନେଇ ପୁଣି ଚର୍ଚ୍ଚା

Smruti Parija
Browse all articles by Smruti Parija
·1 year ago·2 min read
ବାତ୍ୟା `ଦାନା' ଆସୁଥିବା ହେନ୍ତାଳ ବଣକୁ ନେଇ ପୁଣି ଚର୍ଚ୍ଚା

Key Points

  • ଭିତରକନିକାର ସୁରକ୍ଷା କବଚ ସାଜିଛି ହେନ୍ତାଳ ବଣ 
  • ଓଡ଼ିଶା ଉପକୂଳକୁ ପ୍ରକୃତିର ଅମୂଲ୍ୟ ବରଦାନ
  • ବଡ଼ ବାତ୍ୟା ଓ ସାମୁଦ୍ରିକ ଜୁଆରରୁ ଉପକୂଳକୁ ଦେଇଆସୁଛି ସୁରକ୍ଷା
  • ଏବେ ବାତ୍ୟା `ଦାନା' ଆସୁଥିବା ହେନ୍ତାଳ ବଣକୁ ନେଇ ପୁଣି ଚର୍ଚ୍ଚା
  • ଚିନ୍ତା ବଢାଇଛି ହେନ୍ତାଳ ବଣର ବ୍ୟାପକ ଅବକ୍ଷୟ 
  • ହେନ୍ତାଳ ବଣ ସୁରକ୍ଷାରେ ଅମରେଶଙ୍କ ଉଦ୍ୟମ ହୋଇଛି ପ୍ରଶଂସନୀୟ

ଅର୍ଗସ ବ୍ୟୁରୋ: ଓଡ଼ିଶା ଉପକୂଳରେ ତାଣ୍ଡବ ରଚିବାକୁ ଯାଉଛି ବାତ୍ୟା ଦାନା। ବାତ୍ୟା ଦ୍ବାରା ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଭିତରେ ରହିଛି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର। ତେବେ କେନ୍ଦ୍ରାପଡ଼ା ଜିଲ୍ଲାକୁ ସବୁବେଳେ ବାତ୍ୟାରୁ ସୁରକ୍ଷା ଦେଇଆସିଛି ଏହାର ଉପକୂଳରେ ଥିବା ପ୍ରାକୃତିକ ହେନ୍ତାଳ ବଣ। 

ସମୁଦ୍ର ଜୁଆରକୁ ଡର, ପବନ ସହ ପାଣି ଡର

୧୯୯୯ ମହାବାତ୍ୟା ହେଉ କି ୟସ୍‍, ଅମ୍ଫାନ ପରି ସାମୁଦ୍ରିକ ଝଡ଼ ପ୍ରତ୍ୟେକଟି ବାତ୍ୟାରୁ କେନ୍ଦ୍ରାପଡ଼ା ଖାସକରି ଭିତରକନିକା ଅଞ୍ଚଳକୁ ସୁରକ୍ଷା ଦେଇଆସିଛି ଏହି  ହେନ୍ତାଳ ବଣ। ଯାହାଫଳରେ ଅନ୍ୟ ଉପକୂଳବର୍ତ୍ତି ଜିଲ୍ଲା ତୁଳନାରେ ଏଠାରେ କ୍ଷୟକ୍ଷତିକୁ ସୀମିତ ହୋଇପାରିଛି। ବ୍ରାହ୍ମଣୀ ଓ ବୈତରଣୀ ନଦୀ ମୁହାଣର ବସ୍ତୀର୍ଣ୍ଣ ଇଲାକାରେ ରହିିଛି ଏହି ହେନ୍ତାଳ ବଣ। ଯାହା ଢାଲ ପରି ସାମୁଦ୍ରିକ ଝଡ଼ ଜୁଆର କବଳରୁ ଭିତରକନିକା ଅଞ୍ଚଳକୁ ସୁରକ୍ଷା ଦେଇଆସୁିଛି।

ପଶ୍ଚିମବଙ୍ଗର ସୁନ୍ଦର ବନ ପରେ ଏହା ଭାରତର ଦ୍ବିତୀୟ ବୃହତ୍ତମ ହେନ୍ତାଳ ବଣ। ସାରା ବିଶ୍ବରେ ଦେଖାଯାଉଥିବା ୯୦ ପ୍ରଜାତିର ହେନ୍ତାଳ ବୃକ୍ଷ ମଧ୍ୟରୁ ଓଡ଼ିଶାରେ ୭୧ ପ୍ରଜାତିର ହେନ୍ତାଳ ବୃକ୍ଷ ଦେଖିବାକୁ ମିଳେ। ଏହାର ଚେର ମାଟିର ବହୁ ଗଭୀରକୁ ଯାଇଥିବାରୁ ଯେତେ ବେଗରେ ପବନ ବହିଲେ ବି ତାହା ଉପୁଡ଼େ ନାହିଁ। ବରଂ ହେନ୍ତାଳ ବଣରେ ମାଡ଼ ହୋଇ ପବନର ବେଗ ଥମିଯାଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସାମୁଦ୍ରିକ ଜୁଆର ପ୍ରଭାବରେ ସ୍ଥଳଭାଗକୁ ଲୁଣିପାଣି ମାଡ଼ିପାରେ - IMD ନିର୍ଦ୍ଦେଶକ

କେବଳ ବାତ୍ୟା କବଳରୁ ସୁରକ୍ଷା ନୁହେଁ ଭିତରକନିକାରେ ଜୈବ ବିବିଧତାର ସୁରକ୍ଷାରେ ବି ହେନ୍ତାଳବଣର ରହିଛି ବଡ଼ ଭୂମିକା। ଏହାଛଡ଼ା ପରିବେଶ ପାଇଁ ଏହା ବରଦାନ ସଦୃଶ। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଭଳି ବିଷକ୍ତ ଗ୍ୟାସକୁ ଶୋଷି ମାଟିତଳରୁ ନେଇଯଆନ୍ତି ହେନ୍ତାଳ ବୃକ୍ଷ। ତେବେ ବିଡ଼ମ୍ବନାର ବିଷୟ ମନୁଷ୍ୟକୃତ କାରଣରୁ ଏହି ହେନ୍ତାଳ ବଣର ବ୍ୟାପକ ଅବକ୍ଷୟ ଘଟିବାରେ ଲାଗିଛି। ଏହାର ସୁରକ୍ଷ ପାଇଁ କେତେକ ପରିବେଶ ପ୍ରେମୀ ଅଣ୍ଟା ଭିଡିଛନ୍ତି।

ସେମାନଙ୍କ ମଧ୍ୟରୁ ଜଣେ ଆଗଧାଡ଼ିର ପରିବେଶପ୍ରେମୀ ହେଉଛନ୍ତି ଇଞ୍ଜିନିୟର ଅମରେଶ ନରେଶ ସାମନ୍ତ। ପାରାଦ୍ବୀପ ବନ୍ଦରରେ ଯନ୍ତ୍ରୀ ଭାବେ କାର୍ଯ୍ୟରକ ଅମରେଶ ତାଙ୍କ ପୂରା ଜୀବନକୁ ହେନ୍ତାଳ ବଣର ସୁରକ୍ଷାରେ ସମର୍ପିତ କରିଛନ୍ତି। ସେଥିପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନକୀ ବାତ କାର୍ଯ୍ୟକ୍ରମରେ ଅମରେଶଙ୍କ କାର୍ଯ୍ୟର କରିଥିଲେ ପ୍ରଶଂସା।

ହେନ୍ତାଳ ବଣର ସୁରକ୍ଷା ସହ ସଂପୂର୍ଣ୍ଣ ଉପକୂଳ ଓଡ଼ିଶାରେ ଏହି ଜଙ୍ଗଲ ସୃଷ୍ଟି ପାଇଁ ଉଦ୍ୟମ କରାଗଲେ ନିୟମିତ ବତ୍ୟା ଯୋଗୁଁ ହେଉଥିବା କ୍ଷୟକ୍ଷତିକୁ ବହୁ ପରିମାଣରେ ରୋକାଯାଇପାରିବ ।

Argus Whatsapp Channel Mobile Top
Sponsored
mangrove-forest-protector-of-bhitarakanika | Argus News