ବାତ୍ୟା ଦାନାର ପ୍ରଭାବରେ ଭଦ୍ରକ, କେନ୍ଦ୍ରପଡ଼ା, ବାଲେଶ୍ବର, ଜଗତସିଂହପୁର ଜିଲ୍ଲା ହେବ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଆଇଏମଡି ଡିଜି କହିଛନ୍ତି । ପ୍ରବଳ ବର୍ଷା ସାଙ୍ଗକୁ ଫ୍ଲାସ ଫ୍ଲଡର ବଡ଼ ସମ୍ଭାବନା ରହିଛି ।
ଅଶାନ୍ତ ହେଲାଣି ସମୁଦ୍ର । ସୁ’ସୁ ଶବ୍ଦ କରି ଅଶାନ୍ତର ସଂକେତ ଦେଲାଣି ସମୁଦ୍ର । ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ଭିତରକନିକା ରାଜନଗରରେ ବର୍ଷା ହୋଇଛି । ଆକାଶରେ ଘୋଟିଯାଇଛି କଳାହଣ୍ଡିଆ ମେଘ । ବାତ୍ୟା ପ୍ରଭାବରେ ଆରମ୍ଭ ହେଲାଣି ପବନ ।
ସାଟେଲାଇଟ ଚିତ୍ରରେ ଦେଖା ଗଲା ବାତ୍ୟାର ଆଖି । ବାତ୍ୟା `ଦାନା' ପ୍ରଭାବରେ 3 କି.ମି. ମାଡ଼ି ଆସିବ ସମୁଦ୍ର । କେନ୍ଦ୍ରାପଡ଼ା, ଟିକାୟତ ନଗରରେ 0.9 ମିଟର ଜୁଆର ଉଠିବ । ବାଲେଶ୍ବର, କୁମ୍ଭୀରଗାରି ନିକଟରେ 1.5 ମିଟର ଜୁଆର ଉଠିବ । ସମୁଦ୍ର 0.92 କି.ମି. ପର୍ଯ୍ୟନ୍ତ ମାଡ଼ିଆସିବା ଅନୁମାନ । ଭଦ୍ରକ ମୋହନପୁର ନିକଟରେ 1.4 ମିଟର ଉଠିବ ଜୁଆର । 0.82 କି.ମି. ସମୁଦ୍ର ମାଡ଼ି ଆସିବା ଆଶଙ୍କା ରହିଛି ।
ଜଗତସିଂହପୁର,ଭଦ୍ରକ,କେନ୍ଦ୍ରାପଡା,ବାଲେଶ୍ବରରେ ୧୦୦ ରୁ ୧୨୦ କି.ମି ପବନ ବୋହିବ । ୨୫ ତାରିଖରେ ଅଧିକାଂଶ ସ୍ଥାନରେ ବଡ ବର୍ଷା ହେବ । ଭୀଷଣ ବାତ୍ୟା ରୂପରେ ସ୍ଥଳ ଭାଗ ଅତିକ୍ରମ କରିବ ଦାନା । ଭୁବନେଶ୍ବର ପାଣିପାଗ ନିର୍ଦ୍ଦେଶିକାଙ୍କ ସୂଚନା , ୨୪ ରାତି କିମ୍ବା ୨୫ ସକାଳେ ଉପକୂଳ ଛୁଇଁବ । ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବ । 23ରୁ 24 ତାରିଖ ପାଇଁ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଧା, ପୁରା ଗଞ୍ଜାମରେ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଅଛି । ସେହିପରି 24ରୁ 25 ତାରିଖରେ ବର୍ଷା ପାଇଁ ରେଡ ଓ୍ବାର୍ନିଂ ରହିଛି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଏବଂ କଟକ ଜିଲ୍ଲା ପାଇଁ । 25ରୁ 26, 4 ଜିଲ୍ଲା ପାଇଁ ରହିଛି ରେଡ ଓ୍ବାର୍ଣ୍ଣି। ସେଗୁଡିକ ହେଲା ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକ ।
ପବନର ବେଗ-କେଉଁଠି କେତେ
ବାଲେଶ୍ବର, ଭଦ୍ରକ-କେନ୍ଦ୍ରାପଡା
ତାରିଖ-24 ଓ 25
100 ରୁ 110-ଝଟକାରେ 120 କିମି
ମୟୁରଭଞ୍ଜ
ତାରିଖ-24 ଓ 25
80ରୁ 90 କମି/ଘଣ୍ଟାପ୍ରତି
ଜଗତସିଂହପୁର, ଯାଜପୁର, କଟକ
ତାରିଖ-24 ଓ 25
60ରୁ 80 କିମି/ଘଣ୍ଟାପ୍ରତି
ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝର
60ରୁ 70 କିମି /ଘଣ୍ଟାପ୍ରତି
4 ଟି ଜିଲ୍ଲା ବେଶୀ ପ୍ରଭାବିତ ହେବାକୁ ଥିବା ବେଳେ 11 ଜିଲ୍ଲାରେ ତାଣ୍ଡବ ରଚିବ ବାତ୍ୟା `ଦାନା' । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ପ୍ରଭାବ ବେଶୀ । ଯାଜପୁର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜରେ ପ୍ରବଳ ପବନ ସହ ବର୍ଷା । କ୍ଷତିଗ୍ରସ୍ତ ହୋଇପାରେ କଚ୍ଚା ଘର, ଟିଣ, ଛପର ଉଡିଯାଇପାରେ । ବିଦ୍ୟୁତ୍ ସଂଯୋଗ ଓ ମୋବାଇଲ୍ ନେଟୱର୍କ ପ୍ରଭାବିତ ହୋଇପାରେ । କଚ୍ଚା ଓ ପକ୍କା ରାସ୍ତା କ୍ଷତିଗ୍ରସ୍ତ ହୋଇପାରେ । ନଦୀକୂଳିଆ ଅଞ୍ଚଳରେ ସୃଷ୍ଟି ହୋଇପାରେ ବନ୍ୟା ସ୍ଥିତି । ଗଛ ଡାଳ ଭାଙ୍ଗିବା ସହ ଗଛ ଉପୁଡ଼ିପାରେ । ପବନରେ ଛିଡ଼ା ହୋଇଥିବା ଫସଲ କ୍ଷତିଗ୍ରସ୍ତ ହୋଇପାରେ । ସହର ତଳି ଅଞ୍ଚଳରେ ସୃଷ୍ଟି ହୋଇପାରେ ଜଳବନ୍ଦୀ ସ୍ଥିତି । ବର୍ଷା ପାଣିରେ ବୁଡ଼ିପାରେ ରାସ୍ତାଘାଟ । ବର୍ଷା ପାଣିରେ ବୁଡ଼ିପାରେ ସହରର ଅଣ୍ଡରପାସ୍ । କେତେକ ସ୍ଥାନରେ ଭୂସ୍ଖଳନ ହୋଇପାରେ । ଦୁର୍ବଳ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇପାରେ । ପନିପରିବା ଓ ଫୁଲ ଚାଷ କ୍ଷତିଗ୍ରସ୍ତ ହୋଇପାରେ ।