Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବନ୍ଦ ଘରୁ ମନିଷାଙ୍କ ମୃତଦେହ ଉଦ୍ଧାର ଘଟଣା, ବୟଫ୍ରେଣ୍ଡ ଗିରଫ,ବୟଫ୍ରେଣ୍ଡ ସହ ଲିଭ ଇନ୍ ରେ ରହୁଥିଲେ ମନିଷା

Odisha

Manisha Death Case / ବନ୍ଦ ଘରୁ ମନିଷାଙ୍କ ମୃତଦେହ ଉଦ୍ଧାର ଘଟଣା, ବୟଫ୍ରେଣ୍ଡ ଗିରଫ,ବୟଫ୍ରେଣ୍ଡ ସହ ଲିଭ ଇନ୍ ରେ ରହୁଥିଲେ ମନିଷା

Bikash Mohanty
Browse all articles by Bikash Mohanty
·1 hour ago·2 min read
ବନ୍ଦ ଘରୁ ମନିଷାଙ୍କ ମୃତଦେହ ଉଦ୍ଧାର ଘଟଣା, ବୟଫ୍ରେଣ୍ଡ ଗିରଫ,ବୟଫ୍ରେଣ୍ଡ ସହ ଲିଭ ଇନ୍ ରେ ରହୁଥିଲେ ମନିଷା
Manisha

Key Points

ମନୀଷା ମୃତ୍ୟୁ ଘଟଣାରରେ ପୁରୁଷ ବନ୍ଧୁ ଗିରଫ
ପୁରୁଷ ବନ୍ଧୁ ସୂର୍ଯ୍ୟନାରାୟଣ ଜେନା
26 ତାରିଖରେ ବେଡ଼ରୁମରୁ ମନୀଷାଙ୍କ ମୃତଦେହ ଉଦ୍ଧାର ହୋଇଥିଲା
ମୃତ ଯୁବତୀ ହେଲେ ବି.କେ.ମନୀସା ଓରଫ ଗୋଲ୍ଡି
ପୁରୁଷ ବନ୍ଧୁଙ୍କ ସହ ଝଗଡ଼ା ପରେ ଆତ୍ମହତ୍ୟା କରିଥିବା ସୂଚନା

ଭୁବନେଶ୍ବର୨୮/୦୫: ମନୀଷା ମୃତ୍ୟୁ ଘଟଣାରରେ ପୁରୁଷ ବନ୍ଧୁ ଗିରଫ I ଗତ 26 ତାରିଖରେ କବାଟ ଭାଙ୍ଗି ବେଡ଼ରୁମ ଭିତରୁ ମନୀଷାଙ୍କ ମୃତଦେହ ଉଦ୍ଧାର କରିଥିଲା ପାହାଳ ଥାନା ପୋଲିସ । ମୃତ ଯୁବତୀ ହେଲେ ବି.କେ.ମନୀସା ଓରଫ ଗୋଲ୍ଡି । ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ଲିଭ ଇନ୍ ରେ ରହୁଥିଲେ । ଦୁଇଜଣଙ୍କ ଭିତରେ ଝଗଡ଼ା ପରେ ପୁରୁଷ ବନ୍ଧୁ ସୂର୍ଯ୍ୟନାରାୟଣ ଜେନା ଘରୁ ଚାଲିଯିବା ପରେ ଯୁବତୀ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ ପୁରୁଷ ବନ୍ଧୁ ସୂର୍ଯ୍ୟନାରାୟଣ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଗତ ୨୬ ତାରିଖରେ ବିକେ ମନୀଷାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ତାଙ୍କ ଝୁଲନ୍ତା ମୃତଦେହକୁ ପାହାଳ ଥାନା ପୁଲିସ ଭଡ଼ାଘର ଭିତରୁ ଜବତ କରିଥିଲା। ବିଳାସପୂର୍ଣ୍ଣ ଜୀବନ ଜିଉଁଥିଲେ ମନିଷା। ଦାମୀ କାରରେ ସବୁଆଡ଼େ ବୁଲୁଥିଲେ । ପାର୍ଟି, କ୍ଲବ୍‌, ପବ୍‌ରେ ନନ୍‌ଷ୍ଟପ୍‌ ନାଚକୁଦରେ ରାତି ବିତୁଥିଲା। ଜଣେ ଯୁବ ଠିକାଦାରଙ୍କ ସହ ଲିଭ୍‌-ଇନ୍‌ରେ ରହୁଥିଲେ । ଏମିତି ହାଇପ୍ରୋଫାଇଲ୍‌ ଜୀବନଶୈଳୀରେ ରହୁଥିବା ଜଣେ ଯୁବତୀ ଶେଷରେ ଜୀବନ ହାରିଛନ୍ତି।

ପଢନ୍ତୁ ଏହି ଖବର: ମନୀଷା ମୃତ୍ୟୁ ଘଟଣାର ଖିଅ ପାଉନି ପୋଲିସ, ହତ୍ୟା ନା ଆତ୍ମହତ୍ୟା? ପୁରୁଷ ବନ୍ଧୁଙ୍କ ଏଥିରେ ସଂପୃକ୍ତି ନେଇ ତଦନ୍ତ କରୁଛି ପୋଲିସ

ମନିଷା ଓରଫ୍‌ ଗୋଲ୍ଡି। ତାଙ୍କ ଘର ଭଦ୍ରକ ବାସଦେବପୁର ଅଞ୍ଚଳରେ। ୨୬ ତାରିଖରେ ପାହାଳ ଅଞ୍ଚଳର ଭଡ଼ା ଘରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଛି। ପାହାଳ ଥାନା ପୁଲିସ ସୂଚନା ମୁତାବକ, ବିଷ୍ଣୁ ବିହାରରେ ଦୀର୍ଘ ବର୍ଷ ଧରି ଭଡ଼ାସୂତ୍ରରେ ରହୁଥିଲେ ଗୋଲ୍ଡି। ତାଙ୍କ ପରିବାର ଧନୀକ ଶ୍ରେଣୀୟ । ପ୍ରାୟ ୫ବର୍ଷ ତଳେ ପରିବାର ଲୋକଙ୍କ ସହ ସମ୍ପର୍କରେ ତିକ୍ତତା ହୋଇଥିଲା । ସେଥିପାଇଁ ଗୋଲ୍ଡି ପୈତୃକ ଘରକୁ ଅଧିକାଂଶ ସମୟରେ ଯାଉ ନଥିଲେ। ସେହି ଭଡ଼ା ଘରେ ତାଙ୍କ ସହ ଜଣେ ଠିକାଦାର ଲିଭ୍‌-ଇନ୍‌ରେ ରହୁଥିଲେ। ଯୁବକଙ୍କ ଘର କଟକ ଜଗତପୁରରେ। କଟକ ଏକ କ୍ଲବ୍‌ରେ ଉଭୟଙ୍କ ଚିହ୍ନା ପରିଚିତ ହୋଇଥିଲା।

ପୋଲିସକୁ ଯୁବକ ଦେଇଥିବା ବୟାନ ମୁତାବକ, ସୋମବାର ସକାଳ ୯ଟାରେ ସେ କୌଣସି କାମରେ କଟକ ଯାଇଥିଲେ। ସେତେବେଳେ ଗୋଲ୍ଡିଙ୍କ ହାବଭାବ ଠିକ୍‌ଠାକ୍‌ ଥିଲା। ଗୋଲ୍ଡି ହସହସ ମୁହଁରେ ବିଦା କଲେ। ଠିକ୍‌ ସନ୍ଧ୍ୟା ୭ଟାରେ ସୂର୍ଯ୍ୟ ଘରେ ପହଞ୍ଚିବା ବେଳକୁ କବାଟ ଭିତର ପଟୁ ବନ୍ଦ ଥିଲା। ଅନେକ ଥର ଡାକିବା ସତ୍ତେ୍ୱ ଗୋଲ୍ଡି କବାଟ ଖୋଲିଲେନି। ଶେଷରେ ପୋଲିସ, ପଡ଼ୋଶୀ ଓ ଅନ୍ୟ ସମ୍ପର୍କୀୟମାନଙ୍କୁ ସୂର୍ଯ୍ୟ ଘଟଣା ସମ୍ପର୍କରେ ଜଣାଇଲେ। ରାତି ୧୧ଟାରେ ସମସ୍ତଙ୍କ ଉପସ୍ଥିତିରେ କବାଟ ଭଙ୍ଗାଗଲା। ଗୋଲ୍ଡି ଏକ ଶାଢ଼ୀକୁ ବେକରେ ଗୁଡ଼ାଇ ଝୁଲିପଡି଼ଥିବା ସଭିଏଁ ଦେଖି ଆଚମ୍ବିତ ହୋଇଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ସକାଳେ ମୃତଦେହକୁ ଉଦ୍ଧାର କରାଯାଇ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା ପୋଲିସ। ଘଟଣାର ତଦନ୍ତ କରି ବୟଫ୍ରେଣ୍ଡ ସୂର୍ଯ୍ୟନାରାୟଣ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Manisha Death Case | Boyfriend Arrested in Manisha Death Case | Live-in Relationship Under Scanner | Argus News