Manisha Death Mystery / ମନୀଷା ମୃତ୍ୟୁ ଘଟଣାର ଖିଅ ପାଉନି ପୋଲିସ, ହତ୍ୟା ନା ଆତ୍ମହତ୍ୟା? ପୁରୁଷ ବନ୍ଧୁଙ୍କ ଏଥିରେ ସଂପୃକ୍ତି ନେଇ ତଦନ୍ତ କରୁଛି ପୋଲିସ
·3 months ago·2 min read

Key Points
ମନୀଷାଙ୍କର ମୃତ୍ୟୁ ଘଟଣାର ଖିଅ ପାଉନି ପୋଲିସ
ମନିଷାଙ୍କ ମୃତ୍ୟୁର କାରଣ ହତ୍ୟା ନା ଆତ୍ମହତ୍ୟା ତଦନ୍ତ କରୁଛି ପୋଲିସ
ମନିଷାଙ୍କ ପୁରୁଷ ବନ୍ଧୁଙ୍କ ସଂପୃକ୍ତି ନେଇ ମଧ୍ୟ ଚାଲିଛି ତଦନ୍ତ

ଭୁବନେଶ୍ବର୨୭/୦୫: ମନୀଷାଙ୍କର ମୃତ୍ୟୁ ଘଟଣାର ଖିଅ ପାଉନି ପୋଲିସ। ମନିଷା ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ହତ୍ୟା କରାଯାଇଛି ତାହାର ତଦନ୍ତ କରୁଛି କମିଶନରେଟ ପୋଲିସ। ମନିଷାଙ୍କ ପୁରୁଷବନ୍ଧୁଙ୍କ ଏଥିରେ ସଂପୃକ୍ତି ରହିଛି ନା ଆଉ କାହାର ସଂପୃକ୍ତି ରହିଛି ତାହାର ଖୋଳତାଡ଼ କରୁଛି କମିଶନରେଟ ପୋଲିସ।
ଗତକାଲି ବିକେ ମନୀଷାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ତାଙ୍କ ଝୁଲନ୍ତା ମୃତଦେହକୁ ପାହାଳ ଥାନା ପୁଲିସ ଭଡ଼ାଘର ଭିତରୁ ଜବତ କରିଥିଲା। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଛି, ତାହା ଏବେ ବି ଅସ୍ପଷ୍ଟ ରହିଛି। ପୁଲିସ ପୁରୁଷବନ୍ଧୁ ତଥା ଠିକାଦାର ସୂର୍ଯ୍ୟନାରାୟଣ ଜେନାଙ୍କୁ ଅଟକ ରଖି ପଚରାଉଚରା କରିଛି।
ବିଳାସପୂର୍ଣ୍ଣ ଜୀବନ ଜିଉଁଥିଲେ ମନିଷା। ଦାମୀ କାରରେ ସବୁଆଡ଼େ ବୁଲୁଥିଲେ । ପାର୍ଟି, କ୍ଲବ୍, ପବ୍ରେ ନନ୍ଷ୍ଟପ୍ ନାଚକୁଦରେ ରାତି ବିତୁଥିଲା। ଜଣେ ଯୁବ ଠିକାଦାରଙ୍କ ସହ ଲିଭ୍-ଇନ୍ରେ ରହୁଥିଲେ । ଏମିତି ହାଇପ୍ରୋଫାଇଲ୍ ଜୀବନଶୈଳୀରେ ରହୁଥିବା ଜଣେ ଯୁବତୀ ଶେଷରେ ଜୀବନ ହାରିଛନ୍ତି।
ପଢନ୍ତୁ ଏହି ଖବର: ଭୁବନେଶ୍ୱର ଭଡା ଘରୁ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମନିଷା ଓରଫ୍ ଗୋଲ୍ଡି। ତାଙ୍କ ଘର ଭଦ୍ରକ ବାସଦେବପୁର ଅଞ୍ଚଳରେ। ପାହାଳ ଅଞ୍ଚଳର ଭଡ଼ା ଘରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଛି। ପାହାଳ ଥାନା ପୁଲିସ ସୂଚନା ମୁତାବକ, ବିଷ୍ଣୁ ବିହାରରେ ଦୀର୍ଘ ବର୍ଷ ଧରି ଭଡ଼ାସୂତ୍ରରେ ରହୁଥିଲେ ଗୋଲ୍ଡି। ତାଙ୍କ ପରିବାର ଧନୀକ ଶ୍ରେଣୀୟ । ପ୍ରାୟ ୫ବର୍ଷ ତଳେ ପରିବାର ଲୋକଙ୍କ ସହ ସମ୍ପର୍କରେ ତିକ୍ତତା ହୋଇଥିଲା । ସେଥିପାଇଁ ଗୋଲ୍ଡି ପୈତୃକ ଘରକୁ ଅଧିକାଂଶ ସମୟରେ ଯାଉ ନଥିଲେ। ସେହି ଭଡ଼ା ଘରେ ତାଙ୍କ ସହ ଜଣେ ଠିକାଦାର ଲିଭ୍-ଇନ୍ରେ ରହୁଥିଲେ। ଯୁବକଙ୍କ ଘର କଟକ ଜଗତପୁରରେ। କଟକ ଏକ କ୍ଲବ୍ରେ ଉଭୟଙ୍କ ଚିହ୍ନା ପରିଚିତ ହୋଇଥିଲା।
ପୋଲିସକୁ ଯୁବକ ଦେଇଥିବା ବୟାନ ମୁତାବକ, ସୋମବାର ସକାଳ ୯ଟାରେ ସେ କୌଣସି କାମରେ କଟକ ଯାଇଥିଲେ। ସେତେବେଳେ ଗୋଲ୍ଡିଙ୍କ ହାବଭାବ ଠିକ୍ଠାକ୍ ଥିଲା। ଗୋଲ୍ଡି ହସହସ ମୁହଁରେ ବିଦା କଲେ। ଠିକ୍ ସନ୍ଧ୍ୟା ୭ଟାରେ ସୂର୍ଯ୍ୟ ଘରେ ପହଞ୍ଚିବା ବେଳକୁ କବାଟ ଭିତର ପଟୁ ବନ୍ଦ ଥିଲା। ଅନେକ ଥର ଡାକିବା ସତ୍ତେ୍ୱ ଗୋଲ୍ଡି କବାଟ ଖୋଲିଲେନି। ଶେଷରେ ପୋଲିସ, ପଡ଼ୋଶୀ ଓ ଅନ୍ୟ ସମ୍ପର୍କୀୟମାନଙ୍କୁ ସୂର୍ଯ୍ୟ ଘଟଣା ସମ୍ପର୍କରେ ଜଣାଇଲେ। ରାତି ୧୧ଟାରେ ସମସ୍ତଙ୍କ ଉପସ୍ଥିତିରେ କବାଟ ଭଙ୍ଗାଗଲା। ଗୋଲ୍ଡି ଏକ ଶାଢ଼ୀକୁ ବେକରେ ଗୁଡ଼ାଇ ଝୁଲିପଡି଼ଥିବା ସଭିଏଁ ଦେଖି ଆଚମ୍ବିତ ହୋଇଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ସକାଳେ ମୃତଦେହକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା ପୋଲିସ ୫୫/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Related Topics
Explore more stories