Videos
|
Odisha

ବିଧାନସଭା ନିର୍ବାଚନ ବିଜେପି ପ୍ରାର୍ଥୀ ତାଲିକା, ଚାନ୍ଦବାଲିରୁ ଲଢିବେ ସଭାପତି ମନମୋହନ ସାମଲ

Banajyotshna Ray
Browse all articles by Banajyotshna Ray
·2 years ago
ବିଧାନସଭା ନିର୍ବାଚନ ବିଜେପି ପ୍ରାର୍ଥୀ ତାଲିକା,  ଚାନ୍ଦବାଲିରୁ ଲଢିବେ ସଭାପତି ମନମୋହନ ସାମଲ

ଅର୍ଗସ ବ୍ୟୁରୋ:  ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୧୧୨ଟି ଆସନରେ ପ୍ରାର୍ଥୀ ଦେଲା ବିଜେପି । ଚାନ୍ଦବାଲିରୁ ଲଢିବେ ସଭାପତି ମନମୋହନ ସାମଲ । ପଦ୍ମପୁର ରୁ ଗୋବର୍ଦ୍ଧନ ଭୋଇ, ବଜେପୁର-ସନତ ଗର୍ତ୍ତିଆ, ବରଗଡ଼ରୁ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବରା-ନିହାର ମହାନନ୍ଦ । ସେହିପରି ଆନନ୍ଦପର-ଆଲୋକ ସେଠୀ, କେନ୍ଦୁଝର-ମୋହନ ମାଝୀ, ଯଶୀପୁର- ଗଣେଶରାମ ସିଂ ଖୁଣ୍ଟିଆ, ଉଦଳା-ଭାସ୍କର ମଢେଇ, 
ବଡ଼ସାହି-ସନାତନ ବିଜୁଳି, ବାରିପଦା-ପ୍ରକାଶ ସୋରେନ, ମୋରଡା-କୃଷ୍ଣଚନ୍ଦ୍ର ମହାପାତ୍ର,  ଜଳେଶ୍ୱରରୁ ବ୍ରଜ ପ୍ରଧାନ, ରେମୁଣା- ଗୋବିନ୍ଦ ଚନ୍ଦ୍ର ଦାସ, କାମାକ୍ଷନଗର - ଶତୃଘ୍ନ ଜେନା ଲଢ଼ିବେ ବୋଲି ଘୋଷଣା ହୋଇଛି। ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ବିଜେପି ତାର ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Manmohan Samal will fight from Chandbali | Argus News