ମେଣ୍ଟ ; ମନମୋହନଙ୍କ ପ୍ରତିକ୍ରିୟାକୁ ନେଇ ବଢିଲା ଚର୍ଚ୍ଚା
·2 years ago·1 min read

ଅର୍ଗସ ବ୍ୟୁରୋ : ମେଣ୍ଟ ନେଇ ମନମୋହନ ସାମଲଙ୍କ ବଡ ପ୍ରତିକ୍ରିୟା । ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ନେଇ ମତାମତ ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ମେଣ୍ଟ ନେଇ ଆଲୋଚନା ଜାରି ରହିଛି । ସବୁ କିଛି ଠିକ ଚାଲିଛି , ଆମର ପ୍ରକ୍ରିୟା ଜାରି ରହିଛି । ସବୁ ଆସନ ନେଇ ବିଚାର ବିମର୍ଶ ଚାଲିଛି ବୋଲି କହିଛନ୍ତି ମନମୋହନ ସାମଲ ।
ଅଧିକ ପଢନ୍ତୁ : ବିଜେପି-ବିଜେଡ଼ି ମେଣ୍ଟ ନେଇ ହୋଇ ପାରେ ଚୁଡ଼ାନ୍ତ ନିଷ୍ପତ୍ତି !
ତେବେ ଗତକାଲି ଅମିତ ସାହ ଦିଲ୍ଲୀ ସ୍ଥିତ ବାସଭବନରେ ଜରୁରୀକାଳୀନ ବୈଠକ ଡକାଇଥିଲେ । ଯେଉଁଥିରେ ଓଡିଶାର ମନମୋହନ ସାମଲଙ୍କ ସମେତ ଅନ୍ୟ ବିଜେପି ବରିଷ୍ଠ ନେତା ଉପସ୍ଥିତ ଥିଲେ । ତେବେ ଏହି ବୈଠକରେ ମେଣ୍ଟ ସମ୍ପର୍କିତ ଆଲୋଚନା କରାଯାଇଥିଲା । ତେବେ ଆସନ ନେଇ ଅଙ୍କ ଛିଡୁ ନଥିବା ଚର୍ଚ୍ଚା ଜାରି ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: