ମନମୋହନଙ୍କ ଟାର୍ଗେଟରେ ନବୀନ ସରକାର

ଅର୍ଗସ ବ୍ୟୁରୋ : ବିଜେପି ଟାର୍ଗେଟ୍ରେ ରାଜ୍ୟ ସରକାର । ବିଜେଡି ସରକାର କେମିତି କୃଷକମାରଣ ନୀତି ଆପଣାଇଛି ସେନେଇ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କହିଛନ୍ତି, ବିଜେଡ଼ି ସରକାର ସଙ୍କଟ ଦେଇ ଗତି କରୁଛି । ଦଳରେ ନେତୃତ୍ୱ ଅଭାବ ରହିଛି । ରାଜ୍ୟ ସରକାର ସବୁ ଦୃଷ୍ଟିରୁ ବିଫଳ । ଓଡ଼ିଶାର ଚାଷୀ ୫ ହାଜର ଟଙ୍କା ରୋଜଗାର କରୁଥିବା ବେଳେ ପଞ୍ଜାବର ଚାଷୀ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛି । ମାତ୍ର ୧୭ ଭାଗ ଜମିରେ ଜଳସେଚନ ହୋଇଛି । ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଲେ ଧାନ କିଣାରେ ସ୍ୱଚ୍ଛତା ରହିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ହେବ । ଚାଷୀର ରୋଜଗାର ୩ ଗୁଣା ହେବ । ଡିବିଟି ମାଧ୍ୟମରେ ୪୮ ଘଣ୍ଟାରେ ଚାଷୀଙ୍କୁ ପଇସା ଦିଆଯିବ ବୋଲି ମନମୋହନ ସାମଲ କହିଛନ୍ତି ।
ସେପଟେ ରାଜ୍ୟ ସରକାରଙ୍କ ଆଳୁ ମିଶନ, ପିଆଜ ମିଶନରେ ଫେଲ ମାରିଛନ୍ତି । କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ସହାୟତା ଦେବାକୁ କୁହାଯାଇଥିଲା । ହେଲେ ୪୪ ଲକ୍ଷ ଚାଷୀଙ୍କୁ ଏହି ସୁବିଧା ମିଳିଲା । ରାଜ୍ୟରେ ସବୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବନ୍ଦ ହୋଇଗଲା । ନକଲି ଚାଷୀମାନଙ୍କ ଦ୍ଵାରା କୋଟି କୋଟି ଟଙ୍କା ହେରଫେର ହେଉଛି । ଧାନ ଏବଂ ଅନ୍ୟ ଫସଲ ଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଉ ନାହାନ୍ତି । ଧାନ କିଣାରେ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଛି । ସିଏଜି ବାରମ୍ବାର ଧାନ କିଣାର ଅନିୟମିତତା ଧରିଛନ୍ତି । ସରକାର ଓଡ଼ିଶାରେ ସୂତା କଳ ଓ ଚିନି କଳ ବନ୍ଦ କରି ଦେଇଛନ୍ତି । ଚାଷୀମାନେ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି ।
୩ ଥର ନିର୍ବାଚନୀ ଇସ୍ତାହାରରେ ବିଜେଡ଼ି ଜଳସେଚନ ନେଇ ବଡ ବଡ଼ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ, କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସେ କହିଛନ୍ତି । ୨୦୧୪ରେ ୧୦ ଲକ୍ଷ ହେକ୍ଟର ଜଳସେଚନ ହେବ ପ୍ରତିଶ୍ରୁତି ପ୍ରଦାନ କରାଯାଇଥିଲା । ସେହିପରି ୨୦୧୯ରେ ୩୫ ପ୍ରତିଶତ ଜମିରେ ଜଳ ସେଚନ ହେବ ବୋଲି କୁହାଯାଇଥିଲା । ମାତ୍ର ମହାନଦୀରେ ବ୍ୟାରେଜ ହୋଇପାରିଲା ନାହିଁ । ବିଧାନସଭାରେ ମନ୍ତ୍ରୀ କହିଥିଲେ, ବ୍ୟାରେଜ ନିର୍ମାଣ ପାଇଁ କୌଣସି ଯୋଜନା ନାହିଁ ।
📱 Get Argus News App
✨
ଯଦି ବିଜେପି ଓଡ଼ିଶାରେ ସରକାରକୁ ଆସିଲେ ଚାଷୀଙ୍କ ପାଇଁ ଏହି ସବୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଶ୍ରୀ ସାମଲ... ଧାନ କିଣାରେ ସ୍ୱଚ୍ଛତା ରହିବ । ସବୁ ଧାନ ସରକାର କିଣିବେ । କୌଣସି କଟନୀ ଛଟନୀ ହେବ ନାହିଁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ହେବ । ଚାଷୀର ରୋଜଗାର ୩ ଗୁଣ ହେବ । ଡିବିତି ମାଧ୍ୟମରେ ୪୮ ଘଣ୍ଟାରେ ଚାଷୀଙ୍କୁ ପଇସା ଦିଆଯିବ । ୨୦୨୯ ସୁଦ୍ଧା ୧୦୦ ପ୍ରତିଶତ ଜଳସେଚନ ହେବ । ମହାନଦୀରେ ଆବଶ୍ୟକ ବ୍ୟାରେଜ ତିଆରି ହେବ । ଆଉ ଯେଉଁଠି ଦରକାର ଚେକ୍ ଡ୍ୟାମ ହେବ । ପ୍ରତି ବ୍ଲକରେ ଅତିକମରେ ଗୋଟିଏ ଶୀତଳ ଭଣ୍ଡାର ହେବ । କୃଷି ଭିତ୍ତିକ ଶିଳ୍ପ ପ୍ରତି ବ୍ଲକରେ ହେବ । ପିଏମ କିଶାନ ଯୋଜନାରେ ସବୁ ଚାଷୀଙ୍କୁ ସାମିଲ କରାଯିବ । ଫସଲ ବୀମା ୧୦୦ ପ୍ରତିଶତ ହେବ ବୋଲ କହିଛନ୍ତି ଶ୍ରୀ ସାମଲ ।