Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ ମନୋଜ ଆହୁଜା

Smruti Parija
Browse all articles by Smruti Parija
·2 years ago·1 min read
ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେବେ ମନୋଜ ଆହୁଜା

ଭୁବନେଶ୍ୱର:  ଭୁବନେଶ୍ବର ବିମାନବନ୍ଦରରେ ପହଂଚିଲେ ମନୋଜ ଆହୁଜା । ନୂଆ ମୁଖ୍ୟ ଶାସନ ସଚିବ ଭାବେ ସେ ଦାୟିତ୍ବ ଗ୍ରହଣ କରିବେ । ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଛି ।  ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଭାବେ ସେ ଦାୟିତ୍ବ ଗ୍ରହଣ କରିପାରନ୍ତି । 1990 ବ୍ୟାଚର ବରିଷ୍ଠ ଆଇଏଏସ୍ ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । 

ଏ ନେଇ G.A ବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ IAS ମନୋଜ ଆହୁଜା । ଗତ ମଙ୍ଗଳବାର ତାଙ୍କୁ ରିଲିଭ୍ କରିଥିଲା କେନ୍ଦ୍ର କ୍ୟାବିନେଟ। କେନ୍ଦ୍ରୀୟ ଡେପୁଟେସନରେ ଯାଇ ମନୋଜ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଦାୟିତ୍ବରେ ଥିଲେ। ଓଡ଼ିଶାରେ ନୂଆ ସରକାର ଗଠନ ହେବାପରେ ମନୋଜଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାର ଅନୁରୋଧ କରିଥିଲେ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Manoj Ahuja arrived at Bhubaneswar airport | Argus News