Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଜେଡି ସରକାରରେ କାର୍ଯ୍ୟାନୁଷ୍ଠାନ ଶୁନ ଥିଲା, ଏବେ କିନ୍ତୁ ଅପରାଧୀଙ୍କୁ ଛଡ଼ା ଯିବ ନାହିଁ

Odisha

Minister Warning / ବିଜେଡି ସରକାରରେ କାର୍ଯ୍ୟାନୁଷ୍ଠାନ ଶୁନ ଥିଲା, ଏବେ କିନ୍ତୁ ଅପରାଧୀଙ୍କୁ ଛଡ଼ା ଯିବ ନାହିଁ

Bikash Mohanty
Browse all articles by Bikash Mohanty
·1 hour ago·2 min read
ବିଜେଡି ସରକାରରେ କାର୍ଯ୍ୟାନୁଷ୍ଠାନ ଶୁନ ଥିଲା, ଏବେ କିନ୍ତୁ ଅପରାଧୀଙ୍କୁ ଛଡ଼ା ଯିବ ନାହିଁ
Encounter

Key Points

ଅପରାଧୀଙ୍କୁ ମନ୍ତ୍ରୀ ଦେଲେ ଚେତାବନି
ସୁଧୁରି ଯାଅ ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ
ଚେତାବନି ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ


ଭୁବନେଶ୍ବର,୨୧/୦୫: ବ୍ରହ୍ମପୁର ଘଟଣାରେ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି | ଏଭଳି କାର୍ଯ୍ୟରେ ଲିପ୍ତ ଥିଲେ ସୁଧୁରି ଯାଅ ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗୃହ ବିଭାଗ ତତ୍ପର ଅଛି। ଯେଉଁ ଅପରାଧୀ ସୁଧୁରିବେ ନାର୍ହି ତାଙ୍କୁ କଠୋର ଦଣ୍ଡ ମିଳିବ ବୋଲି କଡ଼ା ଚେତାବନି ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ବ୍ରହ୍ମପୁର ଗିରିରୋଡରେ ଯୁବକଙ୍କୁ ତଳେ ପକାଇ ମାଡ଼ ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁଫତେସ ସାହୁ ଓରଫ ମୁକେଶକୁ ବ୍ରହ୍ମପୁର ପୋଲିସର ଏନକାଉଣ୍ଟର । ବୁଧବାର ବିଳମ୍ବିତ ରାତିରେ ଟାମଣା ଘାଟି ନିକଟରେ ପୋଲିସ ମୁଫତେସକୁ କରିଛି ଏନକାଉଣ୍ଟର ।
ପୋଲିସ ଏନକାଉଣ୍ଟରରେ ମୁଫତେସ ଶରୀରରେ ମୋଟ ଚାରି ରାଉଣ୍ଡ ଗୁଳି ବାଜିଛି । ଗତ ୧୮ ତାରିଖ ରାତି ପ୍ରାୟ ସାଢେ ୮ଟାରେ ଗିରିରୋଡ ଉପରେ ଉମେଶ ନାମକ ଜଣେ ଯୁବକଙ୍କୁ ତଳେ ପକାଇ ବାଡ଼ିରେ ମରଣାନ୍ତକ ଆକ୍ରମଣ କରିଥିଲା ମୁଫତେସ । ଆକ୍ରମଣ କରିବା ପରେ ସେ ଫେରାର ହୋଇଯାଇଥିଲା ।

ପୋଲିସ ଏହି ମାମଲାର ତଦନ୍ତ କରି ଗତ ବୁଧବାର ଅନ୍ୟ ଦୁଇ ସହଯୋଗୀ ରାଜ ମଲହୋତ୍ରା ଓ ଲିଙ୍ଗରାଜ ସାମଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଛି । ମୁଫତେସ ଜଣେ ପେସାଦାର ଅପରାଧୀ ଏବଂ ତା’ ନାମରେ ୯ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି ।
ହତ୍ୟା ଉଦ୍ୟମ, ଡ଼କାୟତି, ଦାଦାବଟି ଆଦାୟ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ଅନେକ ମାମଲା ବୈଦ୍ୟନାଥପୁର ଥାନା, ଗୋପାଳପୁର ଥାନା ଏବଂ ଗୋଷାଣୀ ନୂଆଗାଁ ଥାନାରେ ରହିଛି । ଗତକାଲି ରାତିରେ ସେ ଟାମଣା ଘାଟି ଦେଇ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାକୁ ଗୋଡ଼ାଇଥିଲା । ପରେ ସେଠାରେ ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି।

ପଢନ୍ତୁ ଏହି ଖବର: ସମ୍ବଲପୁରରେ ପୁଣି ଦୁର୍ଦ୍ଦାନ୍ତ ଅପରାଧିକୁ ଏନକାଉଣ୍ଟର, ୪୮ ଘଣ୍ଟାରେ ୨ଟି ଏନକାଉଣ୍ଟର

ମଙ୍ଗଳବାର ଦିନ ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧି ବଣ୍ଟି ସୁନାକୁ ଏନକାଉଣ୍ଟର କରିଥିଲା ପୋଲିସ। ପୋଲିସ ବଣ୍ଟିକୁ ଧରିବା ପାଇଁ ପିଛା କରିଥିବା ସମୟରେ ବଣ୍ଟି ସୁନା ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏହାର ପାଲଟା ଜବାବରେ ପୋଲିସ ବଣ୍ଟି ସୁନାକୁ ଏନକାଉଣ୍ଟର କରିଥିଲା। ଫଳରେ ତା'ର ବାମ ଗୋଡରେ ଗୁଳି ବାଜିଥିଲା । ବଣ୍ଟିକୁ ପ୍ରଥମେ ଚାରମାଳ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବଣ୍ଟି ବିଶେଷ କରି ଗଞ୍ଜେଇ ଚୋରାଚାଲାଣକାରୀ ଭାବେ ଜଣାଶୁଣା ଥିଲା । ବଣ୍ଟି ବିଭିନ୍ନ ଜିଲ୍ଲାରୁ ଗଞ୍ଜେଇ ଚାଲାଣ କରୁଥିଲା ଏବଂ ଗଞ୍ଜେଇ ଯେତେବେଳେ ଯାଉଥିଲା ତାକୁ ଏସ୍କଟ ଦେଉଥିଲା । ଏହି କାରଣରୁ ପୋଲିସ ତା‘ଉପରେ ନଜର ରଖିଥିଲା ।

ସେହିଭଳି ଗତ ୧୭ ତାରିଖରେ ସମ୍ବଲପୁର ବୁର୍ଲା ପ୍ଲାନେଟୋରିୟମ ଛକରେ ଗାଡି ଚେକିଂ କରୁଥିଲାବେଳେ ଖସି ଯିବାକୁ ଉଦ୍ୟମ କରୁଥିବା ଅପରାଧି ମନିଷ ସାହୁକୁ ପୋଲିସ୍ ଏନକାଉଣ୍ଟର କରିଥିଲା । ଅଭିଯୁକ୍ତ ମନୀଷ ପ୍ରଥମେ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା। ଜବାବରେ ପୁଲିସ ପକ୍ଷରୁ ଦୁଇ ରାଉଣ୍ଡ ନିୟନ୍ତ୍ରିତ ଗୁଳିଚାଳନା କରାଯାଇଥିଲା। ଏଥିରେ ଅଭିଯୁକ୍ତର ଡାହାଣ ପାଦରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମନୀଷ ନାଁରେ ପୂର୍ବରୁ ଏକାଧିକ ଥାନାରେ ୧୪ରୁ ଅଧିକ ଅପରାଧିକ ମାମଲା ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Minister Warning | Minister Warning | Minister Warning | Minister Issues Strong Warning to Criminals in Odisha | Strict Action Ahead | Argus News