Videos
|
Odisha

ବିଜେଡିର ଅନେକ ଲାଞ୍ଚୁଆ ନେତା ଦୁର୍ନୀତିରେ ସମ୍ପୃକ୍ତ: ସୁଜିତ କୁମାର

Ritu Das
Browse all articles by Ritu Das
·2 years ago·2 min read
ବିଜେଡିର ଅନେକ ଲାଞ୍ଚୁଆ ନେତା ଦୁର୍ନୀତିରେ ସମ୍ପୃକ୍ତ: ସୁଜିତ କୁମାର

ଅର୍ଗସ ବ୍ୟୁରୋ: ଦୁର୍ନୀତିରେ ଲିପ୍ତ ଥିବା ବିଜେଡିର ଦୁର୍ଗ ଭାଙ୍ଗିବାରେ ଲାଗିଛି । ଅପରପକ୍ଷେ ବିଜେପିର ସାଂଗଠନିକ ସ୍ଥିତି ଦିନକୁ ଦିନ ସୁଦୃଢ ହେଉଛି । ବିଜେଡିରେ ଗଣତାନ୍ତ୍ରିକ ବ୍ୟବସ୍ଥା ନ ଥିବାରୁ ଓ ଅଭିବ୍ୟକ୍ତିର ସ୍ୱାଧୀନତା ନ ଥିବାରୁ ବହୁ ନେତା ଦଳ ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି । ଗତ ନିର୍ବାଚନରେ ୨୧ ରୁ ୨୦ ସାଂସଦ ଏବଂ ୭୮ ବିଧାୟକ ବିଜେପିରୁ ନିର୍ବାଚିତ ହୋଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଲଗାତାର ତୃତୀୟ ଥର ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିଛି । ଦଳର ଆଦର୍ଶ ଏବଂ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ଆଜି ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଜିତ୍ କୁମାର ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି । ଦଳରେ ତାଙ୍କ ଯୋଗଦାନକୁ ରାଜ୍ୟ ସଭାପତି ମନମୋହନ ସାମଲ ସ୍ୱାଗତ କରିଛନ୍ତି ।

ଶ୍ରୀ ସାମଲ କହିଛନ୍ତି ଯେ, ଏହା ଅତ୍ୟନ୍ତ ଆନନ୍ଦର ବିଷୟ କି ରାଜ୍ୟସଭାରେ ଓଡିଶାର ପ୍ରତିନିଧିତ୍ୱ କରୁଥିବା ଶ୍ରୀଯୁକ୍ତ ସୁଜିତ୍ କୁମାର ବିଜେପିରେ ସାମିଲ ହୋଇଛନ୍ତି । ସେ ଜଣେ ଅତ୍ୟନ୍ତ ପ୍ରତିଭାବାନ, ଦକ୍ଷ, ବିଦ୍ୱାନ, ଗୁଣୀ ଓ କର୍ମଠ ବ୍ୟକ୍ତି । ଅତି କମ୍ ବୟସରେ ବି ସମାଜ କ୍ଷେତ୍ରରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ରାଜନୀତିରେ ବିରୋଧି ଦଳରେ ଥାଇ ମଧ୍ୟ ମୋଦିଜୀଙ୍କ ନେତୃତ୍ୱରେ ଓଡ଼ିଶାର ଯେଉଁଭଳି ଭାବେ ବିକାଶ ହୋଇଛି,  ତାହାକୁ ଶ୍ରୀ ସୁଜିତ୍ କୁମାର ଅନେକ ଥର ପ୍ରଶଂସା କରିଛନ୍ତି । କେବିକେ ତଥା କଳାହାଣ୍ଡିର ମୌଳିକ ବିକାଶ ଯଥା କୃଷି, ଶିକ୍ଷା, ନିଯୁକ୍ତି ତଥା ପଛୁଆ ବର୍ଗ ଲୋକଙ୍କ ବିକାଶ ପାଇଁ ସେ ସର୍ବଦା ପ୍ରୟାସରତ ଥିଲେ । 

ବିଜେଡି ଛାଡି ଭାରତୀୟ ଜନତା ପାର୍ଟିରେ ଶ୍ରୀ ସୁଜିତ୍ କୁମାରଙ୍କ ଯୋଗଦାନ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହେବାରେ ସହାୟକ ହେବ ବୋଲି ଶ୍ରୀ ସାମଲ କହିଛନ୍ତି । ଅଗଷ୍ଟ ୧ରେ ପୂର୍ବତନ ବିଜେଡି ନେତ୍ରୀ ତଥା ସାଂସଦ ମମତା ମହନ୍ତ ବିଜେଡି ଏବଂ ରାଜ୍ୟସଭା ସାଂସଦ ପଦ ଛାଡ଼ି ବିଜେପିରେ ଯୋଗଦେଇଥିବାବେଳେ ଏବେ ଶ୍ରୀ ସୁଜିତ୍ କୁମାରଙ୍କ ଯୋଗଦାନ ଦଳକୁ ଅଧିକ ମଜ୍‌ଭୁତ କରିବ। ୨୦୨୪ ନିର୍ବାଚନରେ କଳାହାଣ୍ଡି ନିର୍ବାଚନ ମଣ୍ଡଳୀରୁ ଜଣେ ବିଧାୟକ ଓ ଜଣେ ଲୋକସଭା ସାଂସଦ ଥିôବାବେଳ ସୁଜିତ୍‌ଙ୍କ ଯୋଗଦାନ ଓଡ଼ିଶା ତଥା କେବିକେ ଅଞ୍ଚଳର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ସାମଲ କହିଛନ୍ତି । 

ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଯୋଗଦାନ ଅବସରରେ ଶ୍ରୀ ସୁଜିତ୍ କୁମାର କହିଛନ୍ତି ଯେ, ସେ ବିଶ୍ୱର ସବୁଠାରୁ ବଡ଼ ପାର୍ଟି ବିଜେପିରେ ଯୋଗଦେଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଲକ୍ଷ୍ୟ “ବିକଶିତ ଭାରତ ୨୦୪୭ ଓ  ବିକଶିତ ଓଡ଼ିଶା ୨୦୩୬” ଲକ୍ଷ୍ୟ ତାଙ୍କୁ ପ୍ରଭାବିତ କରିଛି । ତାଙ୍କ ପାଇଁ ମାଟି ପ୍ରଥମେ ଓ ଦଳ ପରେ । ଏଥିପାଇଁ ବିଦେଶରୁ କାମ ଛାଡି ସେ ଦେଶ ସେବା କରିବା ପାଇଁ ଚାଲି ଆସିଥିଲେ । ମାତ୍ର ବିଜେଡିରେ ଯୋଗ ଦେବାପରେ ଓଡ଼ିଶା ତଥା କଳାହାଣ୍ଡିର ଯେଉଁଭଳି ବିକାଶ ହେବ ବୋଲି ସେ ଆଶା ରଖିଥିଲେ ତାହା ହୋଇପାରି ନ ଥିଲା । ଏହାର ପ୍ରମୁଖ କାରଣ ଦୁର୍ନୀତି ଥିଲା । ବିଜେଡିର ଅନେକ ଲାଂଚୁଆ ନେତା ଏସବୁ ଦୁର୍ନୀତିରେ ସମ୍ପୃକ୍ତ ଥିଲେ । ସେ ଅନେକ ଥର ଏଥିରେ ପରିବର୍ତନ କରିବା ପାଇଁ ଚେଷ୍ଟା କରି ନିରାଶ ହେବା ପରେ ଶେଷରେ ବାଧ୍ୟ ହୋଇ ଦଳ ଛାଡ଼ିଛନ୍ତି ବୋଲି ଶ୍ରୀ ସୁଜିତ କୁମାର କହିଛନ୍ତି । ଏହାଦ୍ୱାରା ବିଜେଡିର ଅସଲ ମୁଖା ଖୋଲିଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Many corrupt | Argus News