Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଛନ୍ତି ବହୁ ଲୋକ

Manini Pattanayak
Browse all articles by Manini Pattanayak
·1 year ago·2 min read
ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଛନ୍ତି ବହୁ ଲୋକ

ବାଲେଶ୍ୱର : ରାଜ୍ୟରେ ସବୁ ବିଭାଗରେ ଚାକିରି ହାତେଇଛନ୍ତି ନକଲି କର୍ମଚାରୀ। ଡାକ ବିଭାଗ ହେଉ ଅବା ଶିକ୍ଷା ବିଭାଗ, ଦେଶରେ ପଶ୍ଚିମବଙ୍ଗର ଶିକ୍ଷକ ଜାଲିଆତି ସବୁଠି ଚର୍ଚ୍ଚାରେ ରହିଥିଲା ବେଳେ ଏବେ କିନ୍ତୁ ଓଡିଶା ତାହାଠାରୁ ବଳିଯାଇଛି। ବିଜେଡି ସରକାରରେ ମାଳ ମାଳ ନକଲି ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଶିକ୍ଷିତ ଯୁବକ ଯୁବତୀ ଚାକିରି ପାଇବାରୁ ବଞ୍ଚିତ ହେଉଥିବା ବେଳେ ନକଲି ସାର୍ଟିଫିକେଟ ଧାରୀ ଅସଲି ଚାକିରୀ ହାତେଇଛନ୍ତି । ଜଣେ କି ଦୁଇ ଜଣ ନୁହଁ ବାଲେଶ୍ବର ଜିଲ୍ଲାରେ ରହିଛି ଡୁପ୍ଲିକେଟ କର୍ମଚାରୀଙ୍କ ଲମ୍ବା ତାଲିକା ।  ବାଲିଆପାଳ ବ୍ଲକ୍ ରାଧାଶ୍ୟାମ ବିଦ୍ୟାଳୟ। ଅଭିଯୋଗ ହୋଇଛି ଏହି ସ୍କୁଲରେ ଦୀର୍ଘ ୨୦ ବର୍ଷ ଧରି ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି ହାତଇଛନ୍ତି ଜଣେ ଶିକ୍ଷକ। ସରକାରୀ ତହବିଲରୁ ମୋଟା ଅଙ୍କର ଦରମା ବି ନେଉଛନ୍ତି। ଏବେ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି ନକଲି ଶିକ୍ଷକଙ୍କ ଚଞ୍ଚକତା।  

କେବଳ ଏହି ସ୍କୁଲ ନୁହେଁ ନକଲି ସାର୍ଟିଫିକେଟର ଚେର ପୁରା ଜିଲ୍ଲାକୁ ଲମ୍ବିଛି। ବାଲିଆପାଳ ପରେ ବାଲେଶ୍ବର ସଦର ବ୍ଲକର ସାର୍ଥା ପଞ୍ଚାୟତରୁ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ । ପଶ୍ଚିମବଙ୍ଗର ନକଲି CT ସାର୍ଟିଫିକେଟ୍  ଦେଇ ସରକାରୀ ଚାକିରୀ ହାତେଇଛନ୍ତି ଶିକ୍ଷକ। ଦୀର୍ଘ ଦିନ ଧରି ଏ ନେଇ ଅଭିଯୋଗ ପରେ ବି ହେଉନାହିଁ କୌଣସି କାର୍ଯ୍ୟନୁଷ୍ଠାନ କେବଳ ଏତିକି ନୁହେଁ ବାଲେଶ୍ବର ଜିଲ୍ଲାରେ ୫ଶହରୁ ଅଧିକ ନକଲି ଶିକ୍ଷକ ବାହାର ରାଜ୍ୟର ନକଲି ସାର୍ଟିଫିକେଟ୍ ଦେଇ  ଶିକ୍ଷକତା ଚାକିରି କରିଥିବା କଥା ସାମ୍ନାକୁ ଆସିଛି। ଏ ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି ଗଣଶିକ୍ଷା ବିଭାଗ। କିନ୍ତୁ ଏ ଯାଏଁ ପଦକ୍ଷେପ ନିଆଯାଇନାହିଁ।   ଶିକ୍ଷା ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମାଳ ମାଳ ନକଲି ସାର୍ଟିଫିକେଟଧାରୀ ଶିକ୍ଷକ ଚିନ୍ତା ବଢ଼ାଇଥିବାବେଳେ ରାଜ୍ୟରେ ବିଜେଡି ଶାସନ ବେଳେ ହୋଇଥିବା ସାଂଘାତିକ ନିଯୁକ୍ତି କେଳେଙ୍କାରୀର ପରସ୍ତ ଖୋଲୁଛି। 
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Many people have got jobs with fake certificates | Argus News