ଓଡିଶାର ଅନେକ ସ୍ଥାନରେ ଥାନାରେ ନାହିଁ ସିସିଟିଭି
ଅର୍ଗସ ବ୍ୟୁରୋ: ସବୁ ଥାନାରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦଲାତ। ହେଲେ ସର୍ବୋଚ୍ଚ ଅଦାଲତର ଏ ନିର୍ଦ୍ଦେଶକୁ ଅବମାନନା କରିଆସୁଥିଲେ 24 ବର୍ଷର ସ୍ଥିର ସରକାର। ଭରତପୁର ଥାନା ଖୋଲିଲା ଆଖି। 5ଟି ସରକାର କେମିତି ଆଦର୍ଶ ଥାନାରେ ସିସିଟିଭି ନ ଲଗାଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିଲେ ତାର ପ୍ରମାଣ ଆସିଛି ସାମନାକୁ। କ୍ଷୁବଧ ହୋଇଛନ୍ତି ହାଇକୋର୍ଟ
ଭରତପୁର ଥାନାରେ ସିସିଟିଭି ଥିଲେ ଏମିତି ଘଟଣା ଘଟି ନ ଥାନ୍ତା ବୋଲି କୁହାଯାଉଛି। ଏଠି ପ୍ରଶ୍ନ ଆଦର୍ଶ ଥାନା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭରତପୁର ଥାନା ଉଦଘାଟନ କଲାପୂର୍ବରୁ କାହିଁକି ଲାଗି ନ ଥିଲା ସିସିଟିଭି। କେବଳ ଏ ଗୋଟିଏ ଥାନା ନୁହେଁ ରାଜ୍ୟର 57 ଟି ଥାନାରେ ସିସିଟିଭି ଲାଗି ନାହିଁ ବୋଲି ହାଇକୋର୍ଟରେ କହିଛନ୍ତି ସରକାର। ଏଥିରୁ ଅନେକ ନୂଆ ଥାନା ଅଛି। ତେବେ ନୂଆ ହେଉକି ପୁରୁଣା, ସରକାରୀ ତଥ୍ୟ ବାହାରେ ଅର୍ଗସ କ୍ୟାମେରା ଲେନସରେ ଧରାପଡିଥିଲା ପୁରୁଣା ସରକାରର ଟେକ୍ନୋଲୋଜି ଓ ଟ୍ରାନସପରେନ୍ସିର ମିଛ। ବିନା ସିସିଟିଭିରେ କେମିତି ଥାନାରେ କାମ କରୁଥିଲା 5ଟି। ନଜରପକାନ୍ତୁ ବାରିପଦାର ଭଞ୍ଜପୁର ନୂଆ ଥାନା ଉପରେ। ଜାନୁଆରୀ 9,2023ରେ ଥାନା ଉଦଘାଟନ ହୋଇଥିଲା।
ବର୍ଷେ 9 ମାସ ପରେ ବି ଏଠି ଲାଗିନି ସିସିଟିଭି। ଥାନା ଅଧିକାରୀ କହୁଛନ୍ତି ଅସ୍ଥାୟୀ ଘରେ ଚାଲୁଥିବାରୁ ଲାଗିନି ସିସିଟିଭି। କଟକର କୁଦାନଗରୀ ଥାନାରେ ବି ନାହିଁ ସିସିଟିଭି। 9 ଜାନୁଆରୀ 2023ରେ ଥାନାକୁ ଉଦଘାଟନ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଆଜି ଯାଏ ଲାଗିପାରିଲାନି ସିସିଟିଭି। ସେହିପରି କେନ୍ଦ୍ରାପଡାର ଭଦ୍ରେଶ୍ବର ଥାନାକୁ ବି ସେଇ ଗୋଟିଏ ଦିନ ଉଦଘାଟନ କରିଥିଲେ ନବୀନ। ଏଠି ବି ସିସିଟିଭି ନାହିଁ। ମାଓ ଭୟ ସହ ଓ ଗଞ୍ଜେଇ କରିଡ଼ର ଭାବେ ପରିଚିତ କଣ୍ଟାମାଳର ଘଣ୍ଟାପଡା ଥାନାରେ ବି ନାହିଁ ସିସିଟିଭି।
ଅକ୍ଟୋବର 8ସୁଦ୍ଧା ରାଜ୍ୟର ସବୁ ନୂଆ ଥାନାରେ ଲାଗିବ ସିସିଟିଭି। 29 ଟି ଥାନାରେ ଅଚଳ ହୋଇଥିପଡିଥିବା ସିସିଟିଭିକୁ ବଦଳାଯିବ। ତେବେ ପ୍ରଶ୍ନ କାହିଁକି ଏତେ ଥାନାରେ ସିସିଟିଭି ଲଗାଇ ନଥିଲେ ପୁରୁଣା ସରକାର।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର