|
logo
Live
Argus News App
GET APP

Argus News - ଏବେବି ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଗାଁ

Odisha

ଏବେବି ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଗାଁ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଏବେବି ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଗାଁ

ଅର୍ଗସ ବ୍ୟୁରୋ: ବସୁଧା ଯୋଜନାରେ ଏଠି ଶୁଦ୍ଧ ପାନୀୟ ଜଳ ନାହିଁ । ଆବାସ ଯୋଜନା ଅପହଞ୍ଚ । ନିତିଦିନିଆ ଯିବାଆସିବା ପାଇଁ ନାହିଁ ରାସ୍ତା । ବିଦ୍ୟାଳୟ ନଥିବାରୁ ପାଠ ପଢ଼ାରେ ପଡିଛି ଡୋର । ନାହିଁ ନାହିଁର ଗାଁ କଳସପୁର ପଡା କଇଁଆ ସାହି।  ଏ ହେଉଛି ଵଣ ଜଙ୍ଗଲ ଘେରା କଙ୍କଡାହାଡ଼ ବ୍ଲକ ବାଲିକୁମା ପଞ୍ଚାୟତର କଳସପୁର ଗାଁର କଇଁଆସାହି ।  ନାହିଁ ନାହିଁର ପଡା ଭାବେ ପରିଚିତ କଇଁଆସାହି ।  ସାହିରେ ୨୫ ରୁ ୩୦  ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ବାଲିକୁମା  ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୫ କିମି ଦୂରରେ ଏହି ବସ୍ତିଟି ଅଛି । ମାତ୍ର ଚଲାବୁଲା ପାଇଁ ନାହିଁ ନିତିଦିନିଆ ରାସ୍ତା । ଫଳରେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।

ଗାଁ ଗାଁରେ ରାଜ୍ୟ ସରକାର ଶୁଦ୍ଧ ପାନୀୟ ଜଳ ଯୋଗାଉଥିବା କହୁଥିବା ବେଳେ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ପାଇପ ଲାଇନ ବିଛା ଯାଇନାହିଁ ।  ଗାଁରେ ସୋଲାର ପ୍ରକଳ୍ପ ବ୍ୟବସ୍ଥା କରାଯାଇ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି କିନ୍ତୁ  ଅଧିକାଂଶ ସମୟରେ ନିମ୍ନ ମାନର ପ୍ରକଳ୍ପ ଅଚଳ ହେବାରୁ ଗ୍ରାମବାସୀ ଗାଁ ଠାରୁ ଦୂରରେ ଥିବା ନାଳ ପାଖରେ ଚୁଆ କରି ସେଠାରୁ ପାଣି ଆଣି ବ୍ୟବହାର କରୁଛନ୍ତି। ମାତ୍ର ସେଠାକୁ ମଧ୍ୟ ଯିବା ପାଇଁ ରାସ୍ତା ନାହିଁ ଫଳରେ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଗାଁରେ ନଳକୂପ ଅଛି ମାତ୍ର ସେଥିରୁ ଲୁହା ଗୁଣ୍ଡ ମିଶା ପାଣି ବାହାରୁଛି ।

ଫଳରେ ଚୁଆ ପାଣି ଏଠି ପାଲଟିଛି ଏକ ମାତ୍ର ସାହା ଭରସା। ସେତିକିରେ ସରିନି ଗାଁର ସମସ୍ୟା। ଏଠିକା ଲୋକଙ୍କ ପାଇଁ ଆବାସ ଯୋଜନା ସତେ ଯେମିତି ସାତ ସପନ । ଗରିବ ଆଦିବାସୀ ରହୁଥିବା ଘର ଅବସ୍ଥା ଏମିତିଯେ କେତେବେଳେ ଭାଙ୍ଗିଯିବ । ମାତ୍ର ସରକାରୀ ସହାୟତା ଅଭାବରୁ ଲୋକେ ଏଠାରେ ରହିବାକୁ ବାଧ୍ୟ ହେଉଛନ୍ତି। କଇଁଆସାହି ପଡାର ସମସ୍ୟା ଅନେକ ମାତ୍ର ସମାଧାନ ନାଁରେ ଏଠିକା ଅଧିବାସୀଙ୍କୁ ମିଳିଛି ଖାଲି ପ୍ରତାରଣା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
ଏବେବି ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଗାଁ | Argus News