Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିକାଶର ଛାଇ ଛୁଇନି ରାଜ୍ୟର ଅନେକ ସୀମାନ୍ତ ଗାଁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିକାଶର ଛାଇ ଛୁଇନି ରାଜ୍ୟର ଅନେକ ସୀମାନ୍ତ ଗାଁ

ଅର୍ଗସ ବ୍ୟୁରୋ: ସ୍ୱାଧୀନତାର ସାତ ଦଶନ୍ଧି ପରେବି ବିକାଶର ଛାଇ ଛୁଇନି ରାଜ୍ୟର ଅନେକ ସୀମାନ୍ତ ଗାଁ I  ଏଦୃଶ୍ୟକୁ ଦେଖିଲେ ଠିକ ଭାବେ ବୁଝିପାରୁଥିବେ ଯେ, ଗାଁରେ ବିକାଶ କେମିତି ବାଟ ହୁଡିଛି। ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେ ଏଠି ସାତ ସପନ I ଏଦୃଶ୍ୟ ହେଉଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଘୁଗୁଡ଼ିପଡା ପଞ୍ଚାୟତ ଆନ୍ତର୍ଗତ ଖଳିଘଟି ଗାଁର l ଏହି ଗାଁ କୁ ଯିବା ପାଇଁ ହେଲେ ଘଞ୍ଚ ଜଙ୍ଗଲ ଭିତରେ ପ୍ରାୟ 2 କିଲୋମିଟର ରାସ୍ତା  ଚାଲିଚାଲି ଯିବାକୁ ହୁଏ l  ଜଙ୍ଗଲ ପାହାଡ଼ ଭିତରେ ପ୍ରାୟ 30 ଟି ଆଦିବାସୀ ପରିବାର ବସବାସ କରୁଥିବା ଏହି ଗାଁ ରେ ଶିକ୍ଷା, ସ୍ଵାସ୍ଥ୍ୟ ଓ ପିଇବା ପାଣି ଭଳି ମୌଳିକ ସୁବିଧା ଅପହଞ୍ଚ l

ବିକାଶର ଛାଇ ମାଡ଼ିନଥିବା ନୟାଗଡ଼ର ଏହି ସୀମାନ୍ତ ଗାଁରେ ବସୁଧା ଅପହଞ୍ଚ।  ପିଇବାପାଣି ମୁନ୍ଦେ ପାଇଁ ଏକମାତ୍ର ପଥର କୁଅ  ଉପରେ ନିର୍ଭର କରୁଛନ୍ତି ଖଳିଘଟିବାସୀ  l ଗାଁରେ ବିଜୁଳି ସଂଯୋଗ ହୋଇଥିଲେବି ନିୟମିତ ବିଦ୍ୟୁତ ଆସୁନି। ସେଭଳି ଆବାସ ଯୋଜନାରେ ହିତିଧିକାରୀଙ୍କ ନାଁ ଥାଇବି ଘର ମିଳୁନଥିବା ଅଭିଯୋଗ ହୋଇଛି। ସରକାରଙ୍କ ଠାରୁ ବାରମ୍ବାର ନିରାସ ହେଉଥିବା ଗ୍ରାମବାସୀ ସମସ୍ୟାର ସମାଧାନ ନହେଲେ ଏଥର ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Many villages of the state are under the shadow of not development area | Argus News