ଭୁଶୁଡୁଛି ମାଓଗଡ଼
·1 year ago

ଅର୍ଗସ ବ୍ୟୁରୋ: ଭୁଶୁଡୁଛି ମାଓ ଗଡ଼। ତେଲେଙ୍ଗାନାରେ ଏନକାଉଣ୍ଟରରେ ଛଅ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମାଲକାନଗିରିୀ ସୀମାନ୍ତ ତେଲେଙ୍ଗାନାର କୋଥାଗୁଡେମ୍ ଅଂଚଳରେ ମାଓବାଦୀମାନେ ଲୁଚିଥିବା ଖବର ପାଇଁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ଏନକାଉଣ୍ଟରରେ ୬ଜଣ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗ୍ରେହାଉଣ୍ଡ ଯବାନଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରାଞ୍ଚଳମ୍ ସ୍ଥାନାନ୍ତର କରାଯାଇଛି। ମୃତ୍ୟୁ ବରଣ କରିଥିବା ସମସ୍ତ ମାଓବାଦୀ ଲାଛନ୍ନା ଦଲମ୍ ର ସଦସ୍ୟ ଥିବା ସୂଚନା ମିଳିଥିବା ବେଳେ ମାଓ ସଂଗଠନର ଅନେକ ବରିଷ୍ଠ ସଦସ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: