ନିର୍ବାଚନ ପୂର୍ବରୁ ସକ୍ରିୟ ମାଓ ସଂଗଠନ

ଅର୍ଗସ ବ୍ୟୁରୋ: କିଛି ଦିନ ପୂର୍ବରୁ ଖସିଯାଇଥିଲା ହାର୍ଡକୋର ମାଓନେତା ସୁଦର୍ଶନ । ଆଜି ଆତ୍ମସମର୍ପଣ କରିଛି ମାଓ ଲିଡର ସୋମନାଥ । ଗତ ଫେବ୍ରୁଆରୀ ମାସରେ ଗନ୍ଧମାର୍ଦ୍ଧନ ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ ମାଓବାଦୀ ଓ ସୁରକ୍ଷାକର୍ମୀ । ଆଉ ଏବେ ବଲାଙ୍ଗୀରରେ ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ । ଚର୍ଚ୍ଚା ହେଉଛି ବରଗଡ଼-ବଲାଙ୍ଗୀର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସକ୍ରୀୟ ଅଛନ୍ତି ମାଓବାଦୀ। ବଲାଙ୍ଗୀର- ବରଗଡ଼- ମହାସମୁନ୍ଦ ବା ବିବିଏମ ଡିଭିଜନର ଏସିଏମ ର୍ୟାଙ୍କର ହାର୍ଡକୋର ମାଓବାଦୀ ସୋମନାଥ ଆଚେଲା ଆତ୍ମସମର୍ପଣ କରିଛି ।
ଗତ ୧୪ବର୍ଷ ଧରି ମାଓ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ ସୋମନାଥ । ଛତିଶଗଡ କାଙ୍କେର ଜିଲ୍ଲାରେ ସୋମନାଥର ଘର । ମହିଳା ଓ ନୂଆ କରି ମାଓ ସଂଗଠନକୁ ଆସୁଥିବା ଯୁବତୀମାନଙ୍କ ପ୍ରତି ଅଶ୍ଳୀଳ ଆଚରଣ ଓ ନିର୍ଯାତନା ଦେଖି ମାଓ ସଂଗଠନ ଛାଡିବାକୁ ନିଷ୍ପତ୍ତି ନେଇଥିବା ପୋଲିସ ଆଗରେ କହିଛି ସୋମନାଥ। । ସୋମନାଥର ନାଁରେ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ପୋଲିସ ।
୧୪ ତାରିଖରେ କଳାହାଣ୍ଡି ଥାନା ମନସ୍କା ଗାଁ ପାଖରେ ଥିବା ଗୁଣ୍ଡୁରୀ ସଂରକ୍ଷିତ ଜଙ୍ଗଲ ଓ ଯୁଗସାଇପାଟଣାରେରେ ମାଓ ଗତିବିଧିର ସୁଚନା ପାଇ ସିଆରପିଏଏଫ ଓ କଳାହାଣ୍ଡି ପୋଲିସ ମିଳିତ ଚଢାଉ କରିଥିଲେ । ତେବେ ଏଠାରେ ଥିବା କିଛି ମାଓବାଦୀ ଫେରାର ହୋଇଯାଇଥିବା ବେଳେ ପୋଲିସ ଜବତ କରିଛି ବିପୁଳ ଗୁଳି, ମାଓ ୟୁନିଫର୍ମ ଓ ଅନେକ ମାଓ ସାମଗ୍ରୀ ।
📱 Get Argus News App
✨ଫେବ୍ରୁଆରୀ 23 । ବରଗଡ ଓ ବଲାଙ୍ଗିର ସୀମାନ୍ତକୁ ଲାଗି ରହିଥିବା ଗନ୍ଧମାର୍ଦ୍ଧନ ଜଙ୍ଗଳରେ ନିଜ ଉପସ୍ଥିତି ଜାହିର କରିଥିଲେ ମାଓବାଦୀ । ପାଇକମାଲ ଥାନା ଅନ୍ତର୍ଗତ ଖଣ୍ଡିଝରନ ଗାଁ ନିକଟସ୍ଥ ଜଙ୍ଗଳରେ ଫୁଟିଥିଲା ଗୁଳି । ସିଆର ପିଏଫ ଜବାନ ଓ ପୋଲିସର ମିଳିତ ଅପରେସନ ପରେ ଛତ୍ରଭଙ୍ଗ ଦେଇ ଫେରାର ମାରିଥିଲେ ମାଓବାଦୀ ।
ତେବେ ଗତ ଦଶନ୍ଦିରେ କ୍ରମାଗତ କମିଛି ନକ୍ସଲ କାର୍ଯ୍ୟକଳାପ। ମାଓପ୍ରଭାବିତ ଅଂଚଳରେ ବିକାଶମୂଳକ କାର୍ଯ୍ୟ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ଆଗ୍ରହ ଦେଖାଉଛନ୍ତି ନକ୍ସଲ। ୨୦୦୯ ମସିହାରେ ଯେତେବେଳେ କଂଗ୍ରେସ ସରକାର କ୍ଷମତାରେ ଥିଲା ଦେଶରେ ନକ୍ସଲ ଘଟଣା ୨,୨୫୮ ରହିଥିଲା କିନ୍ତୁ ୨୦୨୧ରେ ଏହି ସଂଖ୍ୟା ୫୦୯କୁ ଖସି ଆସିଛି।
କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଦେଶରୁ ନକ୍ସଲକୁ ସମୁଳେ ବିନାଶ କରାଯିବ ।
ଓଡିଶାରେ ବି ବିଏସଏଫ୍ ଯୋଗୁଁ ସ୍ବାଭିମାନ ଅଞ୍ଚଳରେ ଭାଙ୍ଗିଛି ଲାଲ ଦୁର୍ଗ । ପୂର୍ବରୁ ମାଓଗଡ କୁହାଯାଉଥିବା ମାଲକାନଗିରିରେ ସିମାନ୍ତବର୍ତ୍ତୀ ଯନ୍ତ୍ରୀ , ପଣସପୁଟ, ରାଲେଗଡ଼ା , ପାପରମେଟଲା, ଧୂଳିପୁଟ, ପଂଚାୟତରେ ମାଓ ଗତିବିଧି କମିଛି। ମାଲକାନଗିରି ପୂର୍ବରୁ ନବରଙ୍ଗପୁର ସିଆରପିଏଫ, ଏସଓଜି, ଏବଂ ଡିଭିଏଫର ମିଳିତ କୁମ୍ବିଂ ବେଳେ ହାର୍ଡକୋର ମହିଳା ମାଓବାଦୀ ପୂଜା ମାଣ୍ଡଭି ଓ ମିଲିସିଆ ସୁମୁଦ୍ର ବାଘ ଗିରଫ ହୋଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...