ଓଡ଼ିଶା ସମେତ ୪ ରାଜ୍ୟରେ ବନ୍ଦ ଡାକରା ଦେଇଛି ମାଓ ସଂଗଠନ

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ 4 ରାଜ୍ୟରେ ମାଓ ସଂଗଠନର ବନ୍ଦ ଡାକରା । ଆଜି ଓଡ଼ିଶା ସମେତ 4 ରାଜ୍ୟରେ ବନ୍ଦ ଡାକରା ଦେଇଛି ମାଓ ସଂଗଠନ । ଅପରେସନ `କଗାର'କୁ ବିରୋଧ କରି 4 ରାଜ୍ୟରେ ବନ୍ଦ ଡାକରା ଦେଇଛି ମାଓ ସଂଗଠନ । ଅପରେସନ `କଗାର'ରେ ଗତ 3 ମାସରେ ନିପାତ ହୋଇଛନ୍ତି 50 ମାଓବାଦୀ । ଏପ୍ରିଲ 2ରେ ବିଜାପୁର ଜିଲ୍ଲା ଗଙ୍ଗାଲୁରରେ ଟଳିଥିଲେ 13 ମାଓବାଦୀ । ବନ୍ଦରେ ନିଜ ଉପସ୍ଥିତି ଜାହିର ଓ ବନ୍ଦକୁ ସଫଳ କରିବା ପାଇଁ ଚେଷ୍ଟା କରୁଛି ଲାଲ ସଂଗଠନ ।
ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ଓ ଦକ୍ଷିଣ ବସ୍ତର ସବ୍ ଜୋନାଲ ବ୍ୟୁରୋ ତରଫରୁ ବନ୍ଦ ଡାକରା ଦିଆଯାଇଛି। ବିଜାପୁର ଜିଲ୍ଲା ଛୁଟବାହି କ୍ୟାମ୍ପ ଉପରେ ମାଓ ସଂଗଠନ ପକ୍ଷରୁ ଆକ୍ରମଣ ସୂଚନା । ଛୁଟବାହି କ୍ୟାମ୍ପ ଉପରେ ଦେଶୀ ବେରେଲ ଗ୍ରେନେଟ ଲଞ୍ଚର ମାଧ୍ୟମରେ ଆକ୍ରମଣ । ସୁରକ୍ଷା ବହିନୀଙ୍କ ପାଲଟା ଆକ୍ରମଣରେ ଛତ୍ରଭଙ୍ଗ ଦେଇଛି ଲାଲ ସଂଗଠନ । ବନ୍ଦ ଯୋଗୁଁ ସୀମାନ୍ତ ଅଂଚଳରେ ହାଇ ଆଲର୍ଟ ଜାରି । କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ... ସେପଟେ ଆଜି ଓଡ଼ିଶା ଡିଜିଙ୍କ ମାଲକାନଗିରି ଗସ୍ତ ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: