Videos
|
Odisha

ଦେଶରେ ଶେଷ ନିଃଶ୍ଵାସ ନେଉଛି ମାଓବାଦୀ

Rashmita Mishra
Browse all articles by Rashmita Mishra
·2 years ago·2 min read
ଦେଶରେ ଶେଷ ନିଃଶ୍ଵାସ ନେଉଛି ମାଓବାଦୀ

ଅର୍ଗସ ବ୍ୟୁରୋ: ଜୋର ହେଉଛି ମାଓ ବିରୋଧୀ ଅଭିଯାନ । ମିଶନକୁ ମିଳୁଛି ବଡ଼ ସଫଳତା। ଛତିଶଗଡ଼ରେ ସୁରକ୍ଷାବାହିନୀଙ୍କ ବଡ଼ ଧରଣର ଅପରେସନ୍ ପରେ ଆସନ୍ତାକାଲି ନୂଆଦିଲ୍ଲୀରେ ବସିବ ଉଚ୍ଚସ୍ତରୀୟ ବୈଠକ। ବିଜ୍ଞାନ ଭବନରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ନକ୍ସଲ ପ୍ରଭାବିତ 8ଟି ରାଜ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ । ମିଟିଂରେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକୁ ବିକାଶ ସହାୟତା ଯୋଗାଇଦେବା ସହ ଜଡ଼ିତ ୫ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗଦେବେ । ଜାତୀୟ ସୁରକ୍ଷାର ଉପ ପରାମର୍ଶଦାତା ଏବଂ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଭାଗ ନେବେ । 2026 ସୁଦ୍ଧା ଦେଶରୁ ମାଓବାଦକୁ ସମୂଳେ ବିନାଶ କରିବାକୁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇଛି । ମାଓବାଦୀ ହିଂସା ଓ ଅସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିବାକୁ ଆହ୍ବାନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ। 

ନକ୍ସଲ ନିପାତ ଅଭିଯାନକୁ ଚଳିତ ସପ୍ତାହରେ ମିଳିଛି ବଡ଼ ସପ୍ତାହରେ ଶୁକ୍ରବାର ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ହୋଇଥିଲା ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ଗୁଳି ବିନିମୟ । ଯେଉଁଥିରେ 31 ଜଣ ମାଓବାଦୀ ନିପାତ ହୋଇଛନ୍ତି। ବହୁ ପରିମାଣର ଗୁଳିଗୋଳା, ବନ୍ଧୁକ ଜବତ ହୋଇଛି । 

 ମୋଦି ସରକାର ଆସିବା ପରେ ଗତ ଦଶ ବର୍ଷ ଭିତରେ ଦେଶରେ ଅନେକାଂଶରେ କମିଛି ମାଓ ଗତିବିଧି । ମାଓ ପ୍ରଭାବିତ ଅଂଚଳରେ ଚାଲିଥିବା ଜୋରଦାର ବିକାଶମୂଳକ କାର୍ଯ୍ୟର ଇଏ ପ୍ରତିଫଳନ । ୨୦୧୩ରେ ଦେଶର ୧୦ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ  ପ୍ରଭାବିତ ଥିବାବେଳେ ୨୦୨୪ ଏପ୍ରିଲ ସୁଦ୍ଧା ଏହା ଖସି ୩୮ରେ ପହଞ୍ଚିଥିଲା । ସେଥିମଧ୍ୟରୁ ଛତିଶଗଡ଼ର ସର୍ବାଧିକ ୧୫ ଜିଲ୍ଲା ମାଓ ପ୍ରବଣ । ଓଡ଼ିଶାର ୭ ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ବି ମାଓ ପ୍ରବଣ ଜିଲ୍ଲା ତାଲିକାରେ ଅଛି 

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Maoists are taking their last breath in the country | Argus News Odia