Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ 

Odisha

୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ 

Manini Pattanayak
Browse all articles by Manini Pattanayak
·2 years ago·1 min read
୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ 

 ନବରଙ୍ଗପୁର : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତରେ ରହିଥିବା ଛତିଶଗଡର ବୋରେଇ ପୁଲିସ ପକ୍ଷରୁ ଆଜି ଆନ୍ତଃରାଜ୍ୟ ଗଞ୍ଜେଇ କାରବାର ଉପରେ ଚଢାଉ କରାଯାଇ ପ୍ରାୟ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ସହିତ ଏହି କାରବାରରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଆଜି ସକାଳୁ ବୋରେଇ ଥାନା ସମ୍ମୁଖରେ ଗାଡ଼ି ମୋଟର ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଓଡ଼ିଶା ଆଡ଼ୁ ଛତିଶଗଡ଼କୁ ଯାଉଥିବା ଏକ ମାରୁତି କାର ଗାଡ଼ି ନମ୍ବର ଏମପି ୨୦ ଏଫ ୨୫୧୩ କୁ ପୁଲିସ ସନ୍ଦେହରେ ଅଟକା ଯାଇଥିଲା l ଉକ୍ତ କାର ଭିତରେ ଖୋଜାଖୋଜି କରିବା ପରେ ତାମଧ୍ୟରୁ ଗଞ୍ଜେଇ ଭର୍ତ୍ତି ତିନିଟି ଅଖା ଜବତ ହୋଇଥିଲା । ଜବତ ଗଞ୍ଜେଇର ଓଜନ ପ୍ରାୟ ୫୩ କିଲୋଗ୍ରାମ ହୋଇଥିବା ବେଳେ ଏହି ଚୋରା ଚାଲାଣରେ ପୋଲିସ ଦୁଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତମାନେ ମଧ୍ୟପ୍ରଦେଶ ଅଂଚଳର ତୋଷଣ ବିଶ୍ୱକର୍ମା ଓ ବିଜୟ କୁମାର ବିଶ୍ୱକର୍ମା ବୋଲି ସୂଚନା ମିଳିଛି l ଅପରପକ୍ଷରେ ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ବୋରେଇ ପୁଲିସ ସୂଚନା ଦେଇଛି l  ଓଡ଼ିଶାରୁ ଛତିଶଗଡ଼କୁ ବାରମ୍ବାର ଗଞ୍ଜେଇ ଚୋରା ଚାଲାଣ ହୋଇ ବୋରେଇ ପୁଲିସ ହାବୁଡ଼ରେ ପଡୁଥିବା ଦେଖିବାକୁ ମିଳୁଛି l ଏହି ଗଞ୍ଜେଇ କାରବାର ଉପରେ ଓଡ଼ିଶା ପୁଲିସ କିଭଳି ଟେର ପାଉନି ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି | 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Marijuana trade was raided and about 10 lakhs worth of marij | Argus News