Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିଷିଦ୍ଧାଞ୍ଚଳରେ ଜଳଦସ୍ୟୁଙ୍କ ଉତ୍ପାତ

Odisha

ନିଷିଦ୍ଧାଞ୍ଚଳରେ ଜଳଦସ୍ୟୁଙ୍କ ଉତ୍ପାତ

Smruti Parija
Browse all articles by Smruti Parija
·2 years ago·1 min read
ନିଷିଦ୍ଧାଞ୍ଚଳରେ ଜଳଦସ୍ୟୁଙ୍କ ଉତ୍ପାତ

କେନ୍ଦ୍ରାପଡା/ବାଲେଶ୍ୱର: ଅଲିଭରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ପଇଁତରା ମାରୁଥିଲେ ପାଟ୍ରୋଲିଂ ଟିମ୍ । ଏତିକି ବେଳେ ପ୍ରାୟ 17ଟି ଟ୍ରଲରେ ଜଳଦସ୍ୟୁମାନେ ନିଷିଦ୍ଧାଞ୍ଚଳରେ ମାଛ ମାରୁଥିଲେ । ଏହାଦେଖି ପାଟ୍ରୋଲିଂ କରୁଥିବା 11 ଜଣିଆ ଟିମ୍ ଟ୍ରଲରେ ସେଠାରେ ପହଞ୍ଚିଥିଲେ । ବନକମର୍ଚାରୀ ଜଳଦସ୍ୟୁଙ୍କୁ ଘଉଡାଇବାକୁ ଉଦ୍ୟମ କରୁଥିବାବେଳେ ଜଳଦସ୍ୟୁମାନେ ଆକ୍ରାତ୍ମକ ହୋଇପଡିଥିଲେ ।  ହେଲେ ସେତିକିବେଳେ ବନକର୍ମଚାରୀ ଫାଙ୍କା ଗୁଳିଚାଳନା କରି ସେଠାରୁ ଖସିଆସିଥିଲେ ।  

ଗତ ଦେଢ଼ମାସରେ ଏହା ହେଉଛି ତୃତୀୟ ଘଟଣା । ଅଭୟାରଣ୍ୟ କୂଳ ଠାରୁ ୫ କିମି ଭିତରକୁ ହୁକିଟୋଲା ପାଖରେ ଏହି ଟିମ୍ ପଇଁତରା ମାରୁଥିଲା । ଏହି ସମୟରେ ଏକାସାଙ୍ଗରେ ୧୭ଟି ଟ୍ରଲର୍ ପାଟ୍ରୋଲିଂ ଟିମ୍‌କୁ ଘେରି ଯାଇଥିଲେ । 

୨୦୨୨ରେ ଧାମରା ଅଞ୍ଚଳର ଏକ ଟ୍ରଲର ପାଟ୍ରୋଲିଂ ଟିମକୁ ଆକ୍ରମଣ ହୋଇଥିଲା । ୧୫ ବର୍ଷ ତଳେ ମାଫିଆଙ୍କ ଆକ୍ରମଣରେ ବନ ବିଭାଗ କର୍ମଚାରୀଙ୍କ ଜୀବନ ବି ଯାଇଛି ।  ହେଲେ ଏହି ମାସକ ଭିତରେ ୩ ଥର ଆକ୍ରମଣ ଉଦ୍ୟମକୁ ନେଇ ବନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବାଲେଶ୍ବର କୁଲଡିଡା ଅଭୟାରଣ୍ୟରେ ପୁଣି ଫୁଟିଲା ଶିକାରୀଙ୍କ ଗୁଳି । ଗତକାଲି ରାତିରେ ପାଟ୍ରୋଲିଂ ବେଳେ ଦୁଇଜଣ ସବୁଜବାହିନୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଏହି ଦୁଇ ଘଟଣାକୁ ଦେଖିଲେ ବନକର୍ମଚାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Marine patrolling team attacked by fishermen fishing in prohibited areas of Gahirmatha Marine Sanctuary in kendrapada | Argus News