Videos
|
Odisha

Fraud Case / ରାଜଧାନୀରେ ପୁଣି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପ୍ରତାରଣା!

Bikash Mohanty
Browse all articles by Bikash Mohanty
·3 months ago·2 min read
ରାଜଧାନୀରେ ପୁଣି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପ୍ରତାରଣା!
Fraud Case

Key Points

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପ୍ରତାରଣା
ରାଜଧାନୀ ଭୁବନେଶ୍ବରରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ
ଏନେଇ ପାହାଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ
ମାମଲା ରୁଜୁ କରି ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ
ଭୁବନେଶ୍ବର, ୦୬/୦୬: ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ, ଶାରୀରିକ ସମ୍ପର୍କ ଓ ପରେ ପ୍ରତାରଣା। ରାଜଧାନୀ ଭୁବନେଶ୍ବରରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ଏନେଇ ପାହାଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ସର୍ବେଶ୍ୱର ମଲ୍ଲିକ ନାମକ ଜଣେ ଯୁବକ ପ୍ରଥମେ ଏହି ଯୁବତୀଙ୍କୁ ଏକ ଆପାର୍ଟମେଣ୍ଟକୁ ନେଇ ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ। ପରେ ପ୍ରେମ ଓ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଭୁବନେଶ୍ୱରର ଏକ ମନ୍ଦିରରେ ବିବାହ କରିଥିବା ଅଭିଯୋଗ ହୋଇଛି। ବିବାହ ପରେ ଯୁବତୀଙ୍କ ଦଲିଲପତ୍ର ବ୍ୟବହାର କରି ଏକାଧିକ ଋଣ ଉଠାଇଥିବା ଅଭିଯୋଗ ମଧ୍ୟ ହୋଇଛି। ତେବେ ପରବର୍ତ୍ତୀ ସମୟରେ ଯୁବତୀ ଜାଣିବାକୁ ପାଇଥିଲେ ଯେ, ସର୍ବେଶ୍ୱର ପୂର୍ବରୁ ବିବାହିତ। ଏନେଇ ପ୍ରଶ୍ନ କରିବାରୁ ତାଙ୍କୁ ମାଡ଼ ମାରି ଧମକ ଦେଇଥିବା ଲିଖିତ ଅଭିଯୋଗ କରାଯାଇଛି । ଯୁବତୀଙ୍କ ଲିଖିତ ଅଭିଯୋଗକୁ ଆଧାର କରି ପାହାଳ ଥାନା ପୋଲିସ ମାମଲା ରୁଜୁ କରିଛି। ବିବାହର ନାଁରେ ପ୍ରତାରଣା, ଶାରୀରିକ ଶୋଷଣ ଓ ଆର୍ଥିକ ଠକେଇର ଏହି ସଙ୍ଗୀନ ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ।

ପଢନ୍ତୁ ଏହି ଖବର: ବନ୍ଦ ଘରୁ ମନିଷାଙ୍କ ମୃତଦେହ ଉଦ୍ଧାର ଘଟଣା, ବୟଫ୍ରେଣ୍ଡ ଗିରଫ,ବୟଫ୍ରେଣ୍ଡ ସହ ଲିଭ ଇନ୍ ରେ ରହୁଥିଲେ ମନିଷା

ଏହା ପୁର୍ବରୁ ମଧ୍ୟ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ, ଶାରୀରିକ ସମ୍ପର୍କ ଓ ପରେ ପ୍ରତାରଣା ନେଇ ଗିରଫ ହୋଇଥିଲେ ଟେଲି ଅଭିନେତା ରଶ୍ମୀକାନ୍ତ ଭୁୟାଁ। ଟେଲି ଅଭିନେତା ରଶ୍ମିକାନ୍ତ ଭୂୟାଁଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବଡ଼ମଠ ଗାଁରେ। ରଶ୍ମିକାନ୍ତ ବାଙ୍କୁଆରେ ରହୁଥିଲେ। ସେ ଧାରାବାହିକ ଏବଂ ରିଆଲିଟି ଶୋ’ରେ କାମ କରୁଥିଲେ । କିଛି ଦିନ ତଳେ ରଶ୍ମିକାନ୍ତଙ୍କର ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା। ପ୍ରଥମେ ଉଭୟ ଭଲ ବନ୍ଧୁ ହୋଇଗଲେ । ତା’ପରେ ସେ ଯୁବତୀଙ୍କୁ ଏକ ଧାରାବାହିକରେ କାମ କରିବାକୁ କହିଲେ । ଯୁବତୀ ଜଣକ ଏଥିରେ ରାଜି ହୋଇଗଲେ ।
ସୁଯୋଗ ଦେଖି ସେ ଝିଅ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କଲେ। ଏହା ସହ ସିନେମା କରିବା ପାଇଁ ତାଙ୍କ ଠାରୁ ୩୦ ଲକ୍ଷ ଟଙ୍କା ବି ଆଣିଲେ। ହେଲେ ନା ସିନେମା କଲେ ନା ଟଙ୍କା ଫେରାଇଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟଙ୍କା ଫେରସ୍ତ ବଦଳରେ ବିବାହ କରିବା ପାଇଁ ଯୁବତୀଙ୍କୁ କହିଲେ। ଏଥିରେ ଯୁବତୀ ରାଜି ହୋଇଗଲେ ଏବଂ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କଲେ। ବିବାହ କରିବାର ପ୍ରତିଶ୍ରୁତି ବି ଦେଇଥିଲେ ହେଲେ ବିବାହ ନକରି ଆଉ ଧରା ଛୁଆଁ ଦେଇନଥିଲେ। ପରେ ବିଭିନ୍ନ ବାହାନାରେ ପୀଡିତାଙ୍କ ଠାରୁ ଟଙ୍କା ନେଇ ମଧ୍ୟ ପରେ ଫେରାଇନଥିଲେ ଅଭିଯୁକ୍ତ ରଶ୍ମିକାନ୍ତ ଭୂୟାଁ I ଏନେଇ ମହିଳା ଜଣଙ୍କ ମହିଳା ଥାନାରେ ଅଭିଯୋଗ ପରେ BNS 69 ଓ BNS ୩୧୮ ( ୨ ) ଧାରାରେ ଅଭିଯୁକ୍ତ ଜଣଙ୍କୁ କୋର୍ଟଚାଲାଣ କରିଥିଲା ମହିଳା ଥାନା ପୋଲିସ। ପରେ ଯୁବତୀ ଯାଣିବାକୁ ପାଇଲେ ଯେ ତାଙ୍କର ଅନେକ ଯୁବତୀଙ୍କ ସହିତ ସମ୍ପର୍କ ଅଛି। ତେଣୁ ଆଜି ସେ ମହିଳା ଥାନାରେ ଅଭିଯୋଗ କରିଛନ୍ତି ବୋଲି ପିଡ଼ିତା ଯୁବତୀ କହିଛନ୍ତି। ପିଡ଼ିତା ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ତୁରନ୍ତ ମାମଲା ରୁଜୁ କରି ରଶ୍ମିକାନ୍ତଙ୍କୁ ଗିରଫ କରି କୋର୍ଟକୁ ପଠାଇ ଦେଇଛି।
Fraud Case | Marriage Promise Fraud in Bhubaneswar: Woman Alleges Physical Exploitation and Cheating. | Argus News