Videos
|
Odisha

ଭଦ୍ରକର ଐତିହାସିକ ଗଣଦୌଡ, ସାମିଲ ହେଲେ ସୂର୍ଯ୍ୟବଂଶୀ-ଅରିନ୍ଦମ

Manini Pattanayak
Browse all articles by Manini Pattanayak
·2 years ago·2 min read
ଭଦ୍ରକର ଐତିହାସିକ ଗଣଦୌଡ,  ସାମିଲ ହେଲେ ସୂର୍ଯ୍ୟବଂଶୀ-ଅରିନ୍ଦମ

 ଭଦ୍ରକ: ଐତିହାସିକ ଶ୍ରୀରାମ ନବମୀ ପାଇଁ ଉତ୍ସବ ମୁଖର ହୋଇଛି ଗଣଦୌଡ଼ କାର୍ଯ୍ୟକ୍ରମ  । ସେଥିପାଇଁ ଶ୍ରୀରାମ ସମିତି ପକ୍ଷରୁ ଆଜି ମାଆ ତାରିଣୀ ମନ୍ଦିର ପାଖରୁ ବାଇପାସ ଠାରେ ଥିବା ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏହି  ଗଣ ଦୌଡ଼ ଅନୁଷ୍ଠିତ ହୋଇଥିଲା। ଏହି ଗଣଦୌଡ଼ରେ ଯୁବ ପୀଢ଼ି ଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ମାନେ ସାମିଲ ହୋଇଥିଲେ।  ଏଥିରେ ଶ୍ରୀରାମ ସମିତିର ଉପଦେଷ୍ଟା ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଧାମନଗରର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ଅଭିନେତା ଅରିନ୍ଦମ ରାୟଙ୍କ ସମେତ ବହୁ ରାଜନେତା ମାନେ ସାମିଲ ହୋଇଥିଲେ।  ସେଥିପାଇଁ ଉତ୍ସବ ମୁଖର ହୋଇଛି  . ଚାରିଆଡେ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଉଠିଥିଲା  ଭଦ୍ରକ ସହର। ପ୍ରଥମ ଥର ପାଇଁ ଅଭିନେତା  ତଥା ବିଜେପି ନେତା ଅରିନ୍ଦମ ରାୟ ସାମିଲ ହୋଇଥିଲେ ଏହି ଗଣ ଦୌଡରେ ।. 

ନଡ଼ିଆ ଫଟାଇ ଫିତା କାଟି ଥିଲେ ମନମୋହନ ସାମଲ। ପରେ ଏହି ଗଣଦୌଡ଼ରେ ହଜାର ହଜାର ଲୋକମାନେ ଦୌଡ଼ି ଥିଲେ।  ଏହି ଗଣ ଦୌଡ଼ ରେ ପିଲା, ଛାତ୍ର, ଛାତ୍ରୀ, ଯୁବ ପୀଢ଼ି ଓ ବୟସ୍କ ଲୋକମାନେ ସାମିଲ ହୋଇଥିଲେ. ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା ଭଦ୍ରକ ସହର। ପ୍ରଥମ ଥର ପାଇଁ ଅଭିନେତା  ତଥା ବିଜେପି ନେତା ଅରିନ୍ଦମ ରାୟ ସାମିଲ ହୋଇଥିଲେ ଏହି ଗଣ ଦୌଡରେ ।  

ଏହା ପରେ ରାଷ୍ଟୀୟ ନବବର୍ଷ ପାଳନ, ଗୋ-ପୂଜନ ଓ ସାଧୁ ସନ୍ଥ ପୂଜନ  ଏପ୍ରିଲ  9 ତାରିଖ ରେ ଅନୁଷ୍ଠିତ ହେବ।  ଐତିହାସିକ ଗାନ୍ଧୀପଡିଆ ଠାରେ 11 ରୁ 13  ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।  14 ତାରିଖରେ ବାଲବଜରଙ୍ଗୀ ସାଇକେଲ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।  ସେହିପରି 15 ତାରିଖରେ ମାତୃଶକ୍ତି ମହିଳା ମାନଙ୍କ ଦ୍ୱାରା ବିଶାଳ କଳସ ଶୋଭାଯାତ୍ରା ଆୟୋଜନ ହେବ।  ୧୭ରେ ଯଂଜ୍ଞ ର ପୂର୍ଣ୍ଣାହୁତି, ନଦିଆ କୀର୍ତନ ସହ ସହରରେ ବିଶାଳ ମେଢ଼ ଦ୍ୱାରା ବିଶାଳ ନଗର ସଂକ୍ରିତନ ଶୋଭାଯାତ୍ରା ଅନୁଷ୍ଠିତ ହେବ।  ଏଥିରେ ରାଜ୍ୟରୁ କୌଣ, ଅନୁକୋଣରୁ ଲକ୍ଷ୍ୟଧିକ ଭକ୍ତ ଙ୍କ ସମାଗମ ହେବ। ସେଥିପାଇଁ ରାଜ୍ୟ ବାସୀଙ୍କୁ ଏହି ପବିତ୍ର ଶ୍ରୀରାମ ନବମୀ ରେ ସାମିଲ ହେବା ପାଇଁ କହିଛନ୍ତି  ମନମୋହନ ସାମଲ।  
 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: