Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଥାନା ଅଞ୍ଚଳରେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଥାନା ଅଞ୍ଚଳରେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ

ଅର୍ଗସ ବ୍ୟୁରୋ:  କନ୍ଧମାଳ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଶନିବାର ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ହୋଇଛି ବଡ଼ କାର୍ଯ୍ୟାନୁଷ୍ଠାନ। ଏସପିଙ୍କ ନିର୍ଦ୍ଦେଶ କ୍ରମେ ଗୋଚ୍ଛାପଡ଼ା ଥାନାର ଏସ୍‌ଆଇ ଅଜିତ୍ କୁମାର ବେହେରା, ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ହୋମଗାର୍ଡ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର ଓ ରତ୍ନାକର ନାୟକଙ୍କୁ ବହିଷ୍କାର କରାଯାଇଛି। ଏମାନଙ୍କ ବିରୋଧରେ ମୃତକଙ୍କ ସ୍ତ୍ରୀ ଅଭିଯୋଗ ଆଣିଥିବାରୁ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟିର ସମ୍ଭାବନା ଥିବାରୁ  ଏହି କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିବା ଅତିରିକ୍ତ ଏସ୍‌ପି ବଳଭଦ୍ର ଦୀପ ପ୍ରକାଶ କହିଛନ୍ତି । ଏସପି ଶୁଭେନ୍ଦୁ ପାତ୍ର ଗୋଚ୍ଛାପଡା ଯାଇ ଘଟଣାର ଅଧିକ ତଦନ୍ତ କରିଛନ୍ତି । ଘଟଣା ସମୟରେ ମୃତ ଯୁବକଙ୍କ ସାଙ୍ଗରେ ଥିବା ତାଙ୍କ ସାଙ୍ଗକୁ ଡକାଇ ପଚରାଉଚରା କରାଯାଇଛି।

ୟା ଭିତରେ ଶବ ବ୍ୟବଚ୍ଛେଦ ରିପୋର୍ଟ ପୁଲିସର ହସ୍ତଗତ ହୋଇଥିବା ବେଳେ ଭିସେରା ରିପୋର୍ଟ ଆସି ନ ଥିବା ଜଣାପଡିଛି। ତଦନ୍ତ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଅତିରିକ୍ତ ଏସପି। ଘଟଣାରେ ପୋଲିସ ସମ୍ପୃକ୍ତି ନେଇ ଅଭିଯୋଗ ଥିବାରୁ ଏହାକୁ ଗୁରୁତ୍ବର ସହ ନେଇଛି ପୁଲିସ। ଘଟଣାରେ ଯଦି କାହାର  ସମ୍ପୃକ୍ତି ପ୍ରମାଣିତ ହୁଏ, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି । ବୌଦ୍ଧ ଜିଲ୍ଲା  କଂଟାମାଳ ଥାନା ବେହେରାପଡ଼ାର ଜ୍ୟେଷ୍ଠ ବଣ୍ଡକିଙ୍କ ମୃତଦେହ ଶନିବାର ଲୁଇସିଂ ପଞ୍ଚାୟତ ଡାଙ୍ଗାଣାମୁ ନିକଟରେ ରାସ୍ତା କଡରୁ ମିଳିଥିଲା। ମୃତକଙ୍କ ସ୍ତ୍ରୀ ସୁମନ୍ତି ତାଙ୍କ ସ୍ବାମୀଙ୍କୁ ପୁଲିସ ହତ୍ୟା କରିଥିବା ନେଇ ଗୋଚ୍ଛାପଡ଼ା ଥାନାରେ ଏତଲା ଦେଇଛନ୍ତି। ତେବେ ମୃତ୍ୟୁ ସ୍ବାଭାବିକ ନା ତାଙ୍କୁ ହତ୍ୟା କରାଯାଇଛି, ତାହା  ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Massive action is taken in the case of the youth's body being found in the police station area | Argus News