|
logo
Live

Argus News - ବିଜେଡି ସରକାରବେଳେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ବଡ଼ ଦୁର୍ନୀତି

Odisha

ବିଜେଡି ସରକାରବେଳେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ବଡ଼ ଦୁର୍ନୀତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଜେଡି ସରକାରବେଳେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ବଡ଼ ଦୁର୍ନୀତି

ଅର୍ଗସ ବ୍ୟୁରୋ:  ବିଜେଡି ସରକାରବେଳେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ବାରା ବଡ଼ ଦୁର୍ନୀତି । ଷ୍ଟ୍ରିଟ୍‌ ଲାଇଟ୍‌ ଯୋଜନାରେ ୪୫୦ କୋଟି ଚଳୁ କରାଯାଇଥିବା ଅଭିଯୋଗ । ସୂଚନା ଅଧିକାର ଆଇନ ବଳରେ ଏହି ବଡ଼ ଗୁମର ଖୁଲାସା ହୋଇଛି । ବିଜେଡି ସରକାର ବେଳେ  ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ବାରା ପ୍ରତି ପଂଚାୟତରେ ଷ୍ଟ୍ରିଟ ଲାଇଟ୍‌ ଲାଗିବା ପାଇଁ ଚତୁର୍ଦ୍ଦଶ ଅର୍ଥ କମସନ ସୁପାରିସରେ ଯୋଜନା ହୋଇଥିଲା । ଏହି ଯୋଜନାରେ ରାଜ୍ୟର ପ୍ରତି ପଂଚାୟତରେ ପ୍ରତିବର୍ଷ ୧୦ଟି ଷ୍ଟ୍ର୍ରିଟ୍‌ ଲାଇଟ ଲାଗିବା ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା ।

ଏହି କ୍ରମରେ ୨୦୧୪ ମସିହାରୁ ରାଜ୍ୟର ପ୍ରତି ପଂଚାୟତରେ ଏହିଭଳି ଭାବେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯାଉଛି । ହେଲେ ଏହି ଏଲଇଡି ଲାଇଟ୍‌ ଲଗାଇବା ପାଇଁ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ । ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥାରେ ଯନ୍ତ୍ରାଂଶ ନଲଗାଇ ପ୍ରାୟ ୨୬୬ କୋଟି ୫୩ ଲକ୍ଷ, ମରାମତି ନକରି ୧୯ କୋଟି ୫୧ ଲକ୍ଷ ୨୩ ହଜାର ୬୮୦ ଟଙ୍କା ଏବଂ ଏନର୍ଜି ମିଟର ନ ଲଗାଇବା କାରଣ ଅଧିକ ବିଲ୍‌ ବାବଦରେ ୧୬୩ କୋଟି ୫ ଲକ୍ଷ ୬୦ ହଜାର ଟଙ୍କାର ଦୁର୍ନୀତି ହୋଇଛି । ଅର୍ଥାତ ଏହି ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥାରେ ରାଜ୍ୟରେ ମୋଟ ଦୁର୍ନୀତିର ପରିମାଣ ହେଉଛି ୪୫୦ କୋଟି ଟଙ୍କା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଜେଡି ସରକାରବେଳେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ବଡ଼ ଦୁର୍ନୀତି | Argus News