Videos
|
Odisha

କଂକ୍ରିଟକରଣ ନାଁରେ ଅତାବିରାରେ ମହାଦୁର୍ନୀତି

Ritu Das
Browse all articles by Ritu Das
·2 years ago·2 min read
କଂକ୍ରିଟକରଣ ନାଁରେ ଅତାବିରାରେ ମହାଦୁର୍ନୀତି

ଅର୍ଗସ ବ୍ୟୁରୋ: ଅତାବିରା ବ୍ଲକ ଟାଙ୍ଗରପାଲିର ଏହି କେନାଲକୁ ଦେଖନ୍ତୁ। କଙ୍କ୍ରିଟକରଣ ନାଁରେ ପଲିଥିନ୍ ଦେଇ ଉପରେ ଗେଟି ଓ ସିମେଣ୍ଟର କଙ୍କ୍ରିଟ କରିଦେଇ ଉଠାଯାଇଛି କୋଟି କୋଟି ଟଙ୍କାର ବିଲ୍। ତଳେ କେବଳ ବାଲି ପ୍ୟାକିଂ ହୋଇଛି । ଏମିତି କଙ୍କ୍ରିଟ ଯେ ହାତରେ ଟାଣିଦେଲେ ଉଠିଯାଉଛି। 

ଆଶ୍ଚର୍ଯ୍ୟର କଥା ହେଉଛି 15 କିମି କେନାଲରେ ଏଭଳି କଂକ୍ରିଟ କରିଛି ଏକ ଠିକା ସଂସ୍ଥା । ଏତେ ନିମ୍ନ ମାନର କାମ ହେଲା କେମିତି ? କାମର ତଦାରଖ କିଏ କରିଥିଲା ? କାମକୁ ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ନା ନେତା ଶୁଣିଲେ ନା ବାବୁ । ନିମ୍ନମାନର କାମ ପାଇଁ ଏବେ ପାଣି ଲିକ୍ କରୁଛି, ଫ୍ଲୋ କମୁଛି ଆଉ ଚାଷୀଙ୍କ ସୁନାର ଫସଲ ମରିଯାଉଛି। ଏପଟେ ଅତାବିରା କେନାଲ ସବ୍ ଡିଭିଜନ ଏସଡିଓ ମଧ୍ୟ ମେଣ୍ଟେନାନ୍ସକୁ ନେଇ ତ୍ରୁଟି ଥିବା ମାନୁଛନ୍ତି। କାହାର ତ୍ରୁଟି ପଚାରିଲେ ନୀରବ ରହୁଛନ୍ତି। 

ବଡ଼କଥା ହେଲା ପ୍ରତିବର୍ଷ କେନାଲ କଂକ୍ରିଟକରଣ ଓ ମେଣ୍ଟେନାନ୍ସ ନାଁରେ ଲୁଟ୍ ହେଉଛି କୋଟି କୋଟି ହେଲେ ନେତା ଚୁପ୍ ବାବୁମାନେ ବି ଚୁପ୍ । ସାଧାରଣରେ ଚର୍ଚ୍ଚା ହେଉଛି। କୁଆଡ଼େ ସମସ୍ତଙ୍କୁ  ବରାବର ଭାଗ ମିଳୁଛି। ଭାତହାଣ୍ଡିରେ ମରୁଡ଼ି ଆଶଙ୍କା। ଶହଶହ ଏକର ଜମି ନଷ୍ଟ ପରେ 15 ତାରିଖ ପର୍ଯ୍ୟନ୍ତ କେନାଲ ପାଣି ଦେଇ ଚାଷୀଙ୍କ ଆକ୍ରୋଶ ନିଆଁକୁ ଲିଭାଇବାକୁ ଚାଲିଛି ଚେଷ୍ଟା। ହେଲେ ଠିକ୍ ସମୟରେ କେନାଲ ପାଣି ବନ୍ଦ କରିଦେବାରୁ କ୍ଷତି ସହିଛନ୍ତି ଶହଶହ ଚାଷୀ। ତେବେ କେନାଲରେ ପାଣି ଫ୍ଲୋ କମିବାର କାରଣ ମଧ୍ୟରେ ପ୍ରମୁଖ କାରଣ ହେଲା କଙ୍କ୍ରିଟକରଣ ପରେ ମଧ୍ୟ ପାଣି ଲିକ୍ ହେବା। ମାଡାମ ସ୍ନେହାଙ୍ଗିନୀଙ୍କ ନାକତଳେ କେନାଲକୁ ମାରିସାରିଲେଣି। ଅଥଚ ମାଡାମ ଚୁପ୍ କାହିଁକି ବୋଲି ଉଠୁଛି ପ୍ରଶ୍ନ। 

ଭାତହାଣ୍ଡିର ଆଖ୍ୟା ପାଇଥିବା ବରଗଡ଼ ଜିଲ୍ଲାର ଅତାବିରା ଓ ଭେଡେନ ବ୍କକ ମରୁଡ଼ି ଅଞ୍ଚଳ ପାଲଟିଯିବ କି ? ନେତା ଓ ବାବୁଙ୍କ ଲୁଟ ପାଇଁ ଚାଷୀ କେତେ କ୍ଷତି ସହିବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Massive corruption | Argus News