ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତି

- ପିଏମ ଆବାସରେ କେଳେଙ୍କାରୀ
- ଥିଲା ବାଲାଙ୍କୁ ମିଳୁଛି, ନଥିଲା ବାଲାଙ୍କୁ କିଛି ନାହିଁ
- ପ୍ରଚାରରେ ସୀମିତ ନବୀନ ସରକାର
ଅର୍ଗସ ବ୍ୟୁରୋ: ଖରା ବରଷାକୁ ନାହିଁ ଡର, ସଭିଙ୍କୁ ମିଳିବ ପକ୍କାଘର । ରାଜ୍ୟ ସରକାରଙ୍କ ଏଭଳି ପ୍ରଚାର ଏବେ ପ୍ରହସନରେ ପାଲଟିଛି । ୨୪ ବର୍ଷର ସ୍ଥିର ସରକାର ସାଧାରଣ ଲୋକଙ୍କୁ ବାହାସ୍ପୋଟ ମାରିଛନ୍ତି। କଥା ଦେଇ ପାଣିର ଗାର ସଦୃଶ କାମ କରିଛନ୍ତି ସରକାର। ଶେଷରେ ଘର ଖଣ୍ଡିଏ ପାଇଁ ୟା ଗୋଡ ତା ଗୋଡ ଧରୁଛନ୍ତି ହିତାଧୀକାରୀ। ଯୋଗ୍ୟଙ୍କୁ ହଟାଇ ଅଯୋଗ୍ୟଙ୍କୁ ଦିଆଯାଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ଆବାସ ପାଇଁ କେନ୍ଦ୍ରରୁ ଆସୁଛି ଟଙ୍କା ହେଲେ ରାଜ୍ୟ ସରକାର ସେଥିରୁ ମଧ୍ୟ ଟଙ୍କା ଚଳୁ କରିଦେଉଛନ୍ତି।
୧. ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତି ହୋଇନି କି?
ମୁଣ୍ଡ ଉପରେ ଛାତ ପ୍ରତ୍ୟେକ ପରିବାରର ସ୍ପପ୍ନ ଏବଂ ନରେନ୍ଦ୍ର ମୋଦୀ ନିଶ୍ଚିତ କରିଛନ୍ତି। ମୋଦୀ ସରକାର ଗତ ୯ ବର୍ଷରେ ଓଡିଶାକୁ ଆବାସ ଯୋଜନାରେ ପାଖାପାଖି ୩୨ ଲକ୍ଷରୁ ଉର୍ଦ୍ଧ୍ୱ ଘର ପ୍ରଧାନ କରିଛନ୍ତି। ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ସାଢ଼େ ୨୭ ଲକ୍ଷ ଏବଂ ୨୦୧୪ରୁ ୨୦୧୬ ମଧ୍ୟରେ ଆବାସ ଯୋଜନାରେ ସାଢ଼େ ୪ ଲକ୍ଷ ଘର ଦେଇଛନ୍ତି। ମାତ୍ର ନବୀନ ବାବୁ ବିଜୁ ପକ୍କା ଘର ଯୋଜନାରେ ପ୍ରକ୍ସି ପୋଷ୍ଟର ଦ୍ୱାରା ପିଏମଏଓ୍ୱାଇ-ଜିର ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି। ପିଏମଏଇ-ଜି ପାଇଁ ଆବଣ୍ଟିତ ଅନୁଦାନରୁ ୧୦୦୦ କୋଟି ଟଙ୍କା ହଡପ କରାଯାଇଛି ନା ନାହିଁ, ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ଦେବେ କି ? ଏଭଳି ପ୍ରଶ୍ନ ଘେରରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସାଧାରଣ ଲୋକେ।
୨. ୨୪ ବର୍ଷର ସରକାରଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ?
📱 Get Argus News App
✨ପ୍ରଧାନମନ୍ତ୍ରୀ ଆବାସ ଘର ସାତସପନ। ପଲିଥିନ ତଳେ ଅନେକଙ୍କ ପରିବାର। ଏଠି ତେଲିଆ ମୁଣ୍ଡରେ ତେଲ ନୀତି ଚାଲିଛି। କାହାକୁ ଆବାସ ମିଳୁଛି କାହାକୁ ମିଳୁନି ଏସବୁର ଖୋଜଖବର ନାହିଁ ସରକାରୀ ଅଧିକାରୀଙ୍କ ପାଖରେ। ଗରିବଙ୍କ ପାଇଁ ମାଳମାଳ ଯୋଜନା କରୁଛନ୍ତି ରାଜ୍ୟ ସରକାର। ହେଲେ ସବୁ ଯୋଜନା ପାଣିର ଗାର। ଶେଷରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାକୁ ବି ଛାଡିଲେ ନାହିଁ। କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ କରି ଲୁଟି ଚାଲିଛନ୍ତି ମାଳ ମାଳ ଟଙ୍କା। ହିତାଧିକାରୀ ଏଠି ଖରା, ବର୍ଷା , ଶୀତ , କାକରରେ ଭଙ୍ଗା ଘରେ ରହି ଜୀବନ ମରଣ ସହ ଖେଳୁଛନ୍ତି। ତେବେ ଆଉ ଏମିତି କେତେ ଦିନ। ନିର୍ବାଚନ ଆସିଲେ ନେତା ମନ୍ତ୍ରୀଙ୍କ ପାଦ ପଡୁଛି। ନିର୍ବାଚନ ଚାଲିଗଲେ ସବୁ କିଛି ଭୁଲିଯାଉଛନ୍ତି।
ଏଠି ୨୪ ବର୍ଷର ସରକାରଙ୍କ ସ୍ୱଚ୍ଛତା ଉପରେ ଉଠିଛି ପ୍ରଶ୍ନ। ଲୋକଙ୍କ ବାସ୍ତବ ସ୍ଥିତିକୁ ଦେଖି ଯୋଜନା ପ୍ରଦାନ କରାଯାଉଛି। ନା ଶୀତତାପ ନିୟନ୍ତ୍ରଣ କୋଠରୀରେ ବସି ଫାଇଲ ମୁତାବକ ହିତାଧୀକାରୀ ଚିହ୍ନଟ ହେଉଛନ୍ତି। ତାହାର ଉତ୍ତର ରଖିବେ କି ସରକାର।
ଅଧିକ ପଢ଼ନ୍ତୁ ଓଡିଶା ଖବର: