Videos
|
Odisha

ନୂଆପଡ଼ାରେ ସ୍କୁଲ ଉପକରଣ ଯୋଗାଣରେ ବଡ଼ ଦୁର୍ନୀତି

Manini Pattanayak
Browse all articles by Manini Pattanayak
·2 years ago·2 min read
ନୂଆପଡ଼ାରେ ସ୍କୁଲ ଉପକରଣ ଯୋଗାଣରେ ବଡ଼ ଦୁର୍ନୀତି

ନୂଆପଡ଼ା:  ନୂଆପଡ଼ା ଜିଲ୍ଲାର ବିଭିନ୍ ସରକାରୀ ବିଦ୍ୟାଳୟକୁ ମିଳିଛି ଟେବୁଲ୍, ବହି ର୍ୟାକ୍, ପଙ୍ଖା ଓ ଦରି ଭଳି ବହୁ ଉପକରଣ। କେନ୍ଦ୍ର ସରକାରଙ୍କ FLN ଯୋଜନାରେ ଏହି ଉପକରଣ ଜିଲ୍ଲାର ସମସ୍ତ ସ୍କୁଲକୁ ଯୋଗାଇବା ପାଇଁ ମଞ୍ଜୁର ହୋଇଥିଲା ସାଢେ ୪ କୋଟି ଟଙ୍କା। ହେଲେ ନିମ୍ନ ମାନର ଉପକରଣ ଯୋଗାଇ କୋଟି କୋଟି ଟଙ୍କା ହଡପ  କରାଯାଇଥିବା ନେଇ ହୋଇଛି ଅଭିଯୋଗ।  ନୂଆପଡ଼ା ଜିଲ୍ଲାର ବିଭିନ୍ ସରକାରୀ ବିଦ୍ୟାଳୟକୁ ମିଳିଛି ଟେବୁଲ୍, ବହି ର୍ୟାକ୍, ପଙ୍ଖା ଓ ଦରି ଭଳି ବହୁ ଉପକରଣ। କେନ୍ଦ୍ର ସରକାରଙ୍କ FLN ଯୋଜନାରେ ଏହି ଉପକରଣ ଜିଲ୍ଲାର ସମସ୍ତ ସ୍କୁଲକୁ ଯୋଗାଇବା ପାଇଁ ମଞ୍ଜୁର ହୋଇଥିଲା ସାଢେ ୪ କୋଟି ଟଙ୍କା। ହେଲେ ନିମ୍ନ ମାନର ଉପକରଣ ଯୋଗାଇ କୋଟି କୋଟି ଟଙ୍କା ହଡପ  କରାଯାଇଥିବା ନେଇ ହୋଇଛି ଅଭିଯୋଗ। ଉପକରଣ ଯୋଗାଇବା ଦାୟିତ୍ବରେ ଥିବା ଇଞ୍ଜିନିୟର ବାସୁଦେବ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ବିଭିନ୍ନ ସାମାଜିକ ସଂଗଠନ। ହେଲେ ଜିଲ୍ଲା ପ୍ରଶାସନର ଏନେଇ ଉଦାସୀନତ କ୍ଷୁବ୍ଧ କରିଛି ସାମାଜିକ କର୍ମୀଙ୍କୁ। ଅଭିଯୋଗର ତଦନ୍ତ ସହ ଯନ୍ତ୍ରୀ ବାସୁଦେବ ପଣ୍ଡାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଗରିବ ସେନା ଓ ଆଦିବାସୀ କଲ୍ୟାଣ ମହାସଂଘ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବାସୁଦେବ ପଣ୍ଡା ନିଜେ ଯନ୍ତ୍ରୀ, ତାଙ୍କ ଆକାଉଣ୍ଟକୁ ଯାଉଛି ଅର୍ଥ, ତଦାରଖ ଦାୟିତ୍ବ ବି ତାଙ୍କର। ଶିକ୍ଷା ବିଭାଗରେ ଏଭଳି ବିଚିତ୍ର ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ପ୍ରଶାସନ ଜାଣିଶୁଣି ବାସୁଦେବଙ୍କୁ ଘଣ୍ଟ ଘୋଡ଼ାଉଥିବା ହୋଇଛି ଅଭିଯୋଗ। ତେବେ ଜିଲ୍ଲାପାଳ କହିଛନ୍ତି ଏକ କମିଟି ଗଠନ କରାଯାଇ ଅଭିଯୋଗ କରାଯିବ ତଦନ୍ତ।  ବିଦ୍ୟାଳୟ ଶିକ୍ଷାରେ ଗୁଣାତ୍ମକ ମାନ ବୃଦ୍ଧି ସହ ଶିକ୍ଷା ଭିତ୍ତିଭୂମିକୁ ମଜଭୁତ କରିବାକୁ କେନ୍ଦ୍ର ସରକାର କରିଛନ୍ତି FLN ଯୋଜନା। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି। ହେଲେ ଦୁର୍ନୀତିଖୋର ସରକାରୀ ଅଧିକାରୀଙ୍କ ଯୋଗୁଁ ଅର୍ଥ ହେଉଛି ବାଟମାରଣା। ଏବେ ଅପେକ୍ଷା ଜିଲ୍ଲାପାଳଙ୍କ ଦ୍ବାରା ଗଠିତ କମିଟି କଣ ଦେଉଛି ରିପୋର୍ଟ ଆଉ ଜିଲ୍ଲାପାଳ କଣ ନେବେ କାର୍ଯ୍ୟାନୁଷ୍ଠାନ ?  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: