Massive Fire / CRP ଛକ ନିକଟ ମାର୍କେଟ କମ୍ପ୍ଲେକ୍ସରେ ନିଆଁ, କିଏ ଲଗେଇଦେଲା ନା ଲାଗିଗଲା କାରଣ ଅସ୍ପଷ୍ଟ...
·5 months ago·2 min read

Key Points
CRP ଛକ ନିକଟ ମାର୍କେଟ କମ୍ପ୍ଲେକ୍ସରେ ନିଆଁ
ଗୋଟିଏ ଦୋକାନରେ ନିଆଁ ଲାଗିଥିବା ସୂଚନା
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
ଗୋଟିଏ ଦୋକାନରେ ନିଆଁ ଲାଗିଥିବା ସୂଚନା
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
ଜଳୁଛି ରାଜଧାନୀ ଭୁବନେଶ୍ୱର। ମାର୍କେଟ୍ କମ୍ପ୍ଲେକ୍ସରେ ଲାଗିଲା ନିଆଁ। ହୁତୁ ହୁତୁ ହୋଇ ଜଳୁଛି ବଡ଼ ମାର୍କେଟ୍ । CRP ଛକ ନିକଟ ମାର୍କେଟ କମ୍ପ୍ଲେକ୍ସରେ ନିଆଁ । ଗୋଟିଏ ଦୋକାନରେ ନିଆଁ ଲାଗିଥିବା ସୂଚନା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରୁଛି ।ରାଜଧାନୀ ଭୁବନେଶ୍ଵର ମାର୍କେଟରେ ପୁଣି ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଲା ମାର୍କେଟ୍ କମ୍ପ୍ଲେକ୍ସ । ଭୁବନେଶ୍ଵର ସିଆରପି ଛକ ଅଞ୍ଚଳରେ ଅବସ୍ଥିତ ପ୍ରିୟଦର୍ଶିନୀ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି।
ଘଟଣାସ୍ଥଳରୁ ଘନ ଧୂଆଁ ବାହାରୁଥିବାରୁ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।ସ୍ଥାନୀୟ ଲୋକମାନେ ଓ ପୋଲିସ ପ୍ରଶାସନ ମିଶି ଅଞ୍ଚଳକୁ ଖାଲି କରାଇବା ସହିତ ପରିସ୍ଥିତିକୁ ନଜରରେ ରଖିଛନ୍ତି। ନିଆଁ ପୂରାପୂରି ନିୟନ୍ତ୍ରଣ ହେବା ପରେ ଅଗ୍ନିକାଣ୍ଡର ନିଶ୍ଚିତ କାରଣ ସ୍ପଷ୍ଟ ହେବ।ତେବେ ଏପର୍ଯ୍ୟନ୍ତ କୌଣସି ଜୀବନ ହାନି ହେବାର ସୂଚନା ମିଳିନାହିଁ, କିନ୍ତୁ ଦୋକାନ ଓ ସମ୍ପତ୍ତିର ହାନି ହେବାର ଆଶଙ୍କା ରହିଛି।
ପ୍ରାଥମିକ ସୂଚନା ଅନୁସାରେ, ସର୍ଟସର୍କିଟ୍ ହେତୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ତଥାପି ଅଗ୍ନିକାଣ୍ଡର ସଠିକ କାରଣ ନିଶ୍ଚିତ ହୋଇନାହିଁ। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ନିଆଁ ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରଖିଛନ୍ତି। ନିଆଁ ଲିଭା କାର୍ଯ୍ୟରେ ଏପର୍ଯ୍ୟନ୍ତ ୬ଟି ଅଗ୍ନିଶମ ବାହିନୀ ଗାଡ଼ି ନିୟୋଜିତ ଥିବା ଜଣାପଡି଼ଛି ।
ସମାନ ଘଟଣା ମଧ୍ୟ ଗତ ୧୬ ତାରିଖ ଦିନ ଭୋର୍ ପ୍ରାୟ ୩ଟାରେ ଏସ୍ସିବିର ଟ୍ରମା କେୟାର୍ ୟୁନିଟ୍ର ଆଇସିୟୁରେ ଭୟଙ୍କର ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ପ୍ରଥମେ ୧୦ ଜଣ ପ୍ରାଣ ହରାଇଥିଲେ । ଏବେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଯାହା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।ଏସ୍ସିବି ଅଗ୍ନିକାଣ୍ଡ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମେଡିକାଲ୍ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ । ଅଗ୍ନିକାଣ୍ଡର ଅନୁସନ୍ଧାନ ପାଇଁ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ଗଠନ କରିଥିଲେ ମୁଖ୍ୟମନ୍ତ୍ରୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: SCB ମେଡିକାଲରେ ବଡ଼ଧରଣର ଅଗ୍ନିକାଣ୍ଡ : ଟ୍ରମାକେୟାରରେ ଥିବା ୧୦ ରୋଗୀଙ୍କ ମୃତ୍ୟୁ
ଠିକ ସେହିପରି ଆପଣ ଜାଣିଥିବେ ଗତ କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱରର ଏକ ସୁପରମାର୍ଟରେ ଲାଗିଥିଲା ନିଆଁ। ଭୁବନେଶ୍ୱର ଉପକଣ୍ଠ ଧଉଳି-ଲିଙ୍ଗିପୁର ନିକଟରେ ଥିବା ଏକ ବହୁତଳ ସୁପରମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିଲା । ବିଳମ୍ବିତ ରାତିରେ ନିଆଁ ଲାଗିଥିବା ବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ସଂଘର୍ଷ କରିଥିଲେ। ହେଲେ ଅନେକ ସମୟ ଧରି ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବାବେଳେ ଧିରେ ଧିରେ ଗୋଟେ ଦିନ ପରେ ଲିଭିଥିଲା ନିଆଁ। ଅନେକ କ୍ଷୟକ୍ଷତି ହୋଇଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics
Explore more stories