|
logo
Live

Argus News - SCB ମେଡିକାଲରେ ବଡ଼ଧରଣର ଅଗ୍ନିକାଣ୍ଡ : ଟ୍ରମାକେୟାରରେ ଥିବା ୧୦ ରୋଗୀଙ୍କ ମୃତ୍ୟୁ

Odisha

SCB Massive Fire / SCB ମେଡିକାଲରେ ବଡ଼ଧରଣର ଅଗ୍ନିକାଣ୍ଡ : ଟ୍ରମାକେୟାରରେ ଥିବା ୧୦ ରୋଗୀଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·3 weeks ago·2 min read
SCB ମେଡିକାଲରେ ବଡ଼ଧରଣର ଅଗ୍ନିକାଣ୍ଡ : ଟ୍ରମାକେୟାରରେ ଥିବା ୧୦ ରୋଗୀଙ୍କ ମୃତ୍ୟୁ
India

Key Points

ଅଶୁଭ ସୋମବାର। ବଡ଼ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ପୋଡ଼ି ଯାଇ ଚାଲିଯାଇଛି ୧୦ ନିରୀହ ଜୀବନ। ଅନେକ ଲୋକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି ।
ଅଶୁଭ ସୋମବାର। ବଡ଼ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ । ଧୂଆଁରେ ଅଣନିଃଶ୍ବାସୀ ହୋଇ ୧୦ ନିରୀହ ଜୀବନ ଚାଲିଯାଇଛି। ଅନେକ ଲୋକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଏସସିବି ମେଡିକାଲରୁ ଉଦ୍ଧାର କରି ନିକଟରେ ଥିବା ବିଭିନ୍ନ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି। ତେବେ ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ।



ରବିବାର ବିଳମ୍ବିତ ରାତିରେ ଏସସିବିରେ ଲାଗିଥିଲା ନିଆଁ । ଏସ୍‌ସିବିର ଟ୍ରମା କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା । ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀର ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଆରମ୍ଭ କରିଥିଲେ। ଦୀର୍ଘ ସମୟର ପରିଶ୍ରମ ପରେ କିଛି ଲୋକଙ୍କୁ ଭୟାବହ ଅଗ୍ନିକାଣ୍ଡ ଭିତରୁ କିଛି ଲୋକଙ୍କୁ ଉଦ୍ଧାର କରିଥିଲେ। ଏହି ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ଏବଂ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ ସର୍ଟ ସର୍ଟିକରୁ ନିଆଁ ଲାଗିଥିବା ସୂଚନା ମିଳିଛି ।

ଅନ୍ୟପଟେ ଏସ୍‌ସିବିରେ ନିଆଁ ଲାଗିବା ଘଟଣା ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁରା ସ୍ଥିତିର ତଦାରଖ କରିବା ସହ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହିତ ମୃତାହତଙ୍କ କ୍ଷତିପୂରଣ ଘୋଷଣା ମଧ୍ୟ କରିଛନ୍ତି । ଆହତଙ୍କ ଲାଗି ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମୃତକଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ଲାଗି ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅବହେଳାରୁ ଏଭଳି ଅଘଟଣ ଘଟିଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅଗ୍ନିଶମ ଡିଜି ଘଟଣାର ପ୍ରତ୍ୟକ୍ଷ ଭାବେ ତଦାରଖ କରିବେ।

ଏଥିସହ ପଢ଼ନ୍ତୁ: ଶାମୁକା ଖୋଜୁ ଖୋଜୁ ପୋଖରୀକୁ ଖସିଗଲା ଗୋଡ଼; ଆଖି ବୁଜିଲେ ୨ ନାବାଳିକା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SCB Massive Fire: SCB ମେଡିକାଲରେ ବଡ଼ଧରଣର ଅଗ୍ନିକାଣ୍ଡ : ଟ୍ରମାକେୟାରରେ ଥିବା ୧୦ ରୋଗୀଙ୍କ ମୃତ୍ୟୁ | Argus News