ଟିକିରିରେ ଆଦିବାସୀ ସମାଜର ବିଶାଳ ରାଲି
·2 years ago

ବ୍ରହ୍ମପୁର: ରାୟଗଡ଼ା ଚନ୍ଦ୍ରପୁର ମା' ଗୃହରେ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ଘଟଣା । ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ ଆଦିବାସୀ ସମାଜ । କାଶୀପୁର ବ୍ଲକ ଟିକିରିଠାରେ ଆଦିବାସୀ ସମାଜର ବିଶାଳ ରାଲି । ଦୋଷୀକୁ ଗିରଫ କରିବା ସହ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ଆଦିବାସୀ ।
ସେପଟେ ଘଟଣାର ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି ପରିବାର ଲୋକେ । ରାଲିରେ ହଜାର ହଜାର ଆଦିବାସୀଙ୍କ ସହ ଆଦିବାସୀ ନେତା ମଧ୍ୟ ସାମିଲ ହୋଇଛନ୍ତି । ମୃତକ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ପୋଲିସ ନିରବ ଥିବା ଅଭିଯୋଗ ହୋଇଛି।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: