Videos
|
Odisha

Protest Turns Violent / ମାଷ୍ଟରକ୍ୟାଣ୍ଟିନରେ ଢେଲା ପଥର ମାଡ଼, ଲାଠି ଚାର୍ଜ; ଆମ ବସ୍ ଭଙ୍ଗାରୁଜା କଲେ ଅନଲାଇନ୍ ଅଟୋ ଚାଳକ

Sushanta Sahoo
Browse all articles by Sushanta Sahoo
·55 mins ago·2 min read
ମାଷ୍ଟରକ୍ୟାଣ୍ଟିନରେ ଢେଲା ପଥର ମାଡ଼, ଲାଠି ଚାର୍ଜ; ଆମ ବସ୍ ଭଙ୍ଗାରୁଜା କଲେ ଅନଲାଇନ୍ ଅଟୋ ଚାଳକ
Stone Pelting, Lathi Charge at Master Canteen Amid Auto-Cab Driver Protest

Key Points

ମାଷ୍ଟରକ୍ୟାଣ୍ଟିନ ଓ ଲୋୟର ପିଏମ୍‌ଜିରେ ଅନଲାଇନ୍ ଚାଳକଙ୍କ ଆନ୍ଦୋଳନ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି । ଆନ୍ଦୋଳନକାରୀ ପୋଲିସ ଉପରକୁ ଢେଲା ପଥର ମାଡ଼ କରିଛନ୍ତି । କ୍ରୁଟ୍‌ର ଆମ ବସ୍ ମଧ୍ୟ ଭଙ୍ଗାରୁଜା କରିଛନ୍ତି ।
ଭୁବନେଶ୍ଵର: ମାଷ୍ଟର କ୍ୟାଣ୍ଟିନରେ ମୁହାମୁହିଁ ଅନଲାଇନ୍ ଗାଡ଼ି ଚାଳକ-ପୋଲିସ । ୩ ଦିନ ହେଲା ଅନଲାଇନ୍ ଅଟୋ ଓ କ୍ୟାବ୍ ଡ୍ରାଇଭର୍ ଆନ୍ଦୋଳନ ଚଳାଇଛନ୍ତି । ଷ୍ଟିଅରିଂ ଛାଡ଼ି ରାଜରାସ୍ତାରେ ବସିଛନ୍ତି ଆନ୍ଦୋଳନକାରୀ । ଯେଉଁଥିପାଇଁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ମାଷ୍ଟରକ୍ୟାଣ୍ଟିନ ଓ ଲୋୟର ପିଏମ୍‌ଜିରେ ଅନଲାଇନ୍ ଚାଳକଙ୍କ ଆନ୍ଦୋଳନ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି । ଆନ୍ଦୋଳନରତ ଗାଡ଼ି ଚାଳକ ରାସ୍ତା ଉପରେ ଗାଡ଼ି ରଖି ଦେଇ ରାସ୍ତା ଜାମ୍ କରିଛନ୍ତି । ଆନ୍ଦୋଳନକାରୀ ପୋଲିସ ଉପରକୁ ଢେଲା ପଥର ମାଡ଼ କରିଛନ୍ତି ।

ସେପଟେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଲାଠିମାଡ଼ କରିଛି । ଆନ୍ଦୋଳନକାରୀ କ୍ରୁଟ୍‌ର ଆମ ବସ୍ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ରାମ ମନ୍ଦିର-ବାଣୀ ବିହାର ରାସ୍ତାରେ ଏକାଧିକ ଆମ ବସ୍ ଅଟକି ରହିଛି ।

ଏଥିସହ ପଢ଼ନ୍ତୁ: ବଢ଼ି ପାଣି ଘେରରେ ଆଶ୍ରମ ବିଦ୍ୟାଳୟ; ବୋଟ୍‌ରେ ୩୦୦ ପିଲାଙ୍କୁ ଉଦ୍ଧାର କଲା ODRAF 

ଏକାଧିକ ଆମ ବସ୍‌ର କାଚକୁ ଭାଙ୍ଗି ଦେଇଛନ୍ତି ଅନଲାଇନ୍ ଅଟୋ ଚାଳକ । ଆନ୍ଦୋଳନକାରୀ ଅନଲାଇନ୍ ଚାଳକ ଆଇନ୍‌କୁ ହାତକୁ ନେଇ ରାସ୍ତା ଉପରେ ଟେକା ପଥର ମାଡ଼ କରୁଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବାକ ଯାଇ ପୋଲିସ ଲାଠି ମାଡ଼ କରିଛି ।

ଅନଲାଇନ୍ ଗାଡ଼ି ଚାଳକଙ୍କ ଆନ୍ଦୋଳନ ପାଇଁ ଯାତ୍ରୀ ହଟହଟା ହେଉଛନ୍ତି । ଅନଲାଇନ୍ ଆପରେ ବୁକିଂ ବନ୍ଦ ଯୋଗୁଁ ବିମାନବନ୍ଦର ଏବଂ ରେଲୱେ ଷ୍ଟେସନ୍ ଭଳି ପ୍ରମୁଖ ସ୍ଥାନଗୁଡ଼ିକରେ ଯାତ୍ରୀଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇଛି ।


ଅଟୋ ଚାଳକ ଆନ୍ଦୋଳନ ବେଳେ ସାଧାରଣ ପରିବହନ ପାଇଁ ଉଦ୍ଦିଷ୍ଟ ଆମ ବସ୍ ଭଙ୍ଗାରୁଜା କରିବା ଚକରୁ ପ୍ରେସର୍ ଖୋଲି ଦେଇଛନ୍ତି । ପୋଲିସ ବସକୁ ମଧ୍ୟ ଭଙ୍ଗାରୁଜା କରିଥିବା ଦେଖା ଯାଇଛି ।

ଏପରିକି ଗଳି ରାସ୍ତାରେ ଲୁଚି ରହି ଆନ୍ଦୋଳନକାରୀ ଟେକା ପଥର ମାଡ଼ କରୁଥିବା ଦେଖିବାକୁ ମିଳିଛି । ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ମଧ୍ୟ ପଥର ମାଡ଼ କରିଛନ୍ତି ଅନଲାଇନ୍ ଗାଡ଼ି ଚାଳକ । ଉତ୍ତେଜନା, ପଥର ମାଡ଼ ଯୋଗୁଁ ରାଜମହଲରୁ ବାଣୀବିହାର ରାସ୍ତାରେ ଟ୍ରାଫିକ୍ ଜାମ୍ ହେବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଭୁବନେଶ୍ଵର ଡିସିପି ଜଗମୋହନ ମୀନା କହିଛନ୍ତି, "ଯାତ୍ରୀଙ୍କ ଉପରେ ଅନେକ ସମୟରେ ଆକ୍ରମଣ ହୋଇଛି । ମାଷ୍ଟରକ୍ୟାଣ୍ଟିନରେ ଗୁଣ୍ଡାଗର୍ଦ୍ଦି କରିଛନ୍ତି । ଆନ୍ଦୋଳନକାରୀଙ୍କୁ ଉଠାଇ ନେବାବେଳେ ଆଇନ୍ ଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇଛି । ୩୦ରୁ ୪୦ ଜଣ ଅଟକ ଅଛନ୍ତି ଗିରଫ କରାଯିବ । ଏକାଧିକ ପୋଲିସ ଆହତ ହୋଇଛନ୍ତି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: