Odisha Flood / ବଢ଼ି ପାଣି ଘେରରେ ଆଶ୍ରମ ବିଦ୍ୟାଳୟ; ବୋଟ୍ରେ ୩୦୦ ପିଲାଙ୍କୁ ଉଦ୍ଧାର କଲା ODRAF
·2 weeks ago·3 min read

Key Points
ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ କୁଳସାହି ଗାଁରେ ଥିବା ଆଶ୍ରମ ବିଦ୍ୟାଳୟ ଜଳଘେରରେ ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛି ପ୍ରଶାସନ । ଆଶ୍ରମ ସ୍କୁଲ୍ରୁ ୩୦୦ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
କେନ୍ଦ୍ରାପଡ଼ା: ବ୍ରାହ୍ମଣୀରେ ଦ୍ଵିତୀୟ ବନ୍ୟା ଆସିଛି । ଗାଁ ସହ ଚାଷ ଜମିରେ ପାଣି ପଶିଛି । ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ କୁଳସାହି ଗାଁରେ ଥିବା ଆଶ୍ରମ ବିଦ୍ୟାଳୟ ଜଳଘେରରେ ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛି ପ୍ରଶାସନ । ଆଶ୍ରମ ସ୍କୁଲ୍ରୁ ୩୦୦ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ଆଶ୍ରମ ସ୍କୁଲ୍ରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ୪ ଦିନ ହେଲା ଜଳବନ୍ଦୀ ହୋଇ ରହିଥିଲେ । ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ବିଦ୍ୟାଳୟର ପ୍ରଥମ ଓ ଦ୍ଵିତୀୟ ମହଲାରେ ରଖା ଯାଇଥିଲା । ଏବେ ବ୍ରାହ୍ମଣୀରେ ଦ୍ଵିତୀୟ ବନ୍ୟା ଆସିବା ପରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ସମସ୍ତେ ଅନ୍ତେବାସୀଙ୍କୁ ଉଦ୍ଧାର କରାଯାଇ ଅନ୍ଯତ୍ର ସ୍ଥାନାନ୍ତର କରାଯାଇଛି ।
ଆଶ୍ରମ ସ୍କୁଲ୍ ପାଣିଘେରରେ ଥିବା ବେଳେ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ ଯୋଗାଇ ଦେଇଥିଲା । ବନ୍ୟାର ପ୍ରଖର ସ୍ରୋତ ରହିଥିବାରୁ ସେମାନଙ୍କୁ ସ୍ଥାନାନ୍ତରିତ କରିବା ସମ୍ଭବପର ନଥିଲା । ଆଜି ଜଳସ୍ତର ସ୍ଥିର ଥିବାରୁ ପିଲାମାନଙ୍କୁ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ସ୍ଥାନାନ୍ତର କରାଯାଇଛି ।
ଏଥିସହ ପଢ଼ନ୍ତୁ: ଲଗାଣ ବର୍ଷାରେ ବେହାଲ ଓଡ଼ିଶା, ପୁଣି ଲଘୁଚାପ ଆଶଙ୍କାରେ ବଢ଼ିଲା ଚିନ୍ତା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀର ମିଳିତ ସହଯୋଗରେ ପାୱାର ବୋଟ ଜରିଆରେ ୭ଟି ଟିମ୍ ଆଶ୍ରମ ସ୍କୁଲକୁ ଯାଇ ପିଲାଙ୍କୁ ଉଦ୍ଧାର କରିଛନ୍ତି । ସେମାନଙ୍କୁ ଆ ର ଏକ ଆବାସିକ ବିଦ୍ୟାଳୟକୁ ନିଆଯିବାର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ୪ ଦିନ ହେବ ବନ୍ୟା ଜଳ ମଧ୍ୟରେ ଥିଲେ । ତେଣୁ ସେମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି ।
ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ନେଇ ପଟ୍ଟାମୁଣ୍ଡାଇ ବିଡିଓ ଶୀତଳ ଅଗ୍ରୱାଲ କହିଛନ୍ତି, "ପ୍ରଶାସନ ୪ ଦିନ ହେଲା ଆଲର୍ଟରେ ରହିଥିଲା । ବନ୍ୟାର ପ୍ରଥମ ଦିନରେ ହିଁ ଝିଅମାନଙ୍କୁ ଦ୍ଵିତୀୟ ମହଲା ଓ ପୁଅମାନଙ୍କୁ ପ୍ରଥମ ମହଲାକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ଆଜି ମହାଦେଇ ଆଶ୍ରମ ସ୍କୁଲ୍କୁ ନିଆଯାଉଛି । ବୋଟ୍ରେ ଛାତ୍ରଛାତ୍ରୀଙ୍କୁ ଆଣିବା ପରେ ବସ୍ ଯୋଗେ ମହାଦେଇ ଆଶ୍ରମ ସ୍କୁଲ୍ ନିଆଯିବ ।"
କେନ୍ଦ୍ରାପଡ଼ାରେ ବନ୍ୟା ସ୍ଥିତି
ବର୍ତ୍ତମାନ ଜିଲ୍ଲାର ୬ଟି ବ୍ଲକର ୬୬ଟି ଗ୍ରାମ ପଞ୍ଚାୟତ ଅଧୀନ ୧୫୧ଟି ଗ୍ରାମ ଏବଂ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ବନ୍ୟା ପ୍ରଭାବିତ ହୋଇଛି । ମୋଟ ୨, ୨୩, ୫୧୯ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ୧୮ଟି ଆଶ୍ରୟ କେନ୍ଦ୍ରରେ ସମୁଦାୟ ୩,୩୫୦ ଜଣଙ୍କୁ ରଖାଯାଇଛି ।
ଆଜି ୭ଟି ଆଶ୍ରୟ କେନ୍ଦ୍ରରେ ୧, ୨୩୫ ଜଣ ରହିଛନ୍ତି । ବନ୍ୟା ପ୍ରଭାବିତଙ୍କ ପାଇଁ ସମୁଦାୟ ୧୨ଟି ମାଗଣା ରୋଷେଇ କେନ୍ଦ୍ର ଖୋଲାଯାଇଥିବାବେଳେ ଆଜି ୬ଟି କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । ଏପର୍ଯ୍ୟନ୍ତ ମାଗଣା ରୋଷେଇ ମାଧ୍ୟମରେ ୩,୩୦୦ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଲଗାଣ ବର୍ଷାର ପ୍ରଭାବ ଆଜି ୩ ଜିଲ୍ଲାରେ ସ୍କୁଲ ଛୁଟି

ବନ୍ୟା ପ୍ରଭାବିତଙ୍କୁ ୨୦୫.୪୮ କ୍ୱିଣ୍ଟାଲ ଚୁଡ଼ା, ୧୬.୭ କ୍ୱିଣ୍ଟାଲ ଗୁଡ଼/ଚିନି ଏବଂ ଶିଶୁ ଖାଦ୍ୟ, ବିସ୍କୁଟ୍ ସମେତ ଆବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି । ଆଜି ୧୨୨ କ୍ୱିଣ୍ଟାଲ ଚାଉଳ ଓ ୧୫.୨ କ୍ୱିଣ୍ଟାଲ ଚୁଡ଼ା ସହିତ ଶିଶୁ ଖାଦ୍ୟ ଓ ବିସ୍କୁଟ୍ ବଣ୍ଟନ କରାଯାଇଛି । ସ୍ୱାସ୍ଥ୍ୟସେବା ପାଇଁ ୧୬ଟି ମେଡିକାଲ ଟିମ୍ ଏବଂ ପଶୁସମ୍ପଦର ଚିକିତ୍ସା ଓ ଯତ୍ନ ପାଇଁ ୫ଟି ପଶୁ ଚିକିତ୍ସା ଟିମ୍ ନିୟୋଜିତ ହୋଇଛନ୍ତି ।
ବନ୍ୟାଜଳ ଯୋଗୁଁ ଜିଲ୍ଲାର ୧୧୨ଟି ରାସ୍ତା ଜଳମଗ୍ନ ହୋଇ ଯାତାୟାତ ବିଚ୍ଛିନ୍ନ ହୋଇଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୬ଟି SRC ପାୱାର ବୋଟ୍, ୧୧୭ଟି ଦେଶୀ ଡଙ୍ଗା ଏବଂ ୧୦ଟି ଯାନ୍ତ୍ରିକ ଦେଶୀ ଡଙ୍ଗା ନିୟୋଜିତ ହୋଇଛି । ଅଳଭା, ଗୋପାଳପୁର ଓ ଆଖୁଆପଦାଠାରେ ଜଳସ୍ତର ବିପଦସଙ୍କେତ ଉପରେ ରହିଥିବାବେଳେ ମୁଣ୍ଡଳୀଠାରେ ୧,୬୦,୯୩୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

Related Topics
Explore more stories