market development / ଆମିଷ ମାର୍କେଟ୍ ପାଇଁ ହେବ ମାଷ୍ଟର ପ୍ଲାନ୍

Key Points
ନୂତନ ଦୋକାନ, ପାର୍କିଂ, ସ୍ଲଟରହାଉସ ସହ ନୂତନ ରାସ୍ତା ହେବ ନିର୍ମାଣ
ପ୍ଲାନ୍ ପ୍ରସ୍ତୁତ ପରେ ଶୀଘ୍ର ଆରମ୍ଭ ହେବ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା
ବଦଳିବ ଭୁବନେଶ୍ବର ୟୁନିଟ-୪ ଆମିଷ ବଜାର ରୂପରେଖ । ନୂତନ ଦୋକାନ, ପାର୍କିଂ, ସ୍ଲଟରହାଉସ ସହ ନୂତନ ରାସ୍ତା ହେବ ନିର୍ମାଣ । ପ୍ଲାନ୍ ପ୍ରସ୍ତୁତ ପରେ ଶୀଘ୍ର ଆରମ୍ଭ ହେବ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । BMC ଅଧିକାରୀଙ୍କ ସହ ଆମିଷ ବଜାର ପରିଦର୍ଶନ ପରେ ସୂଚନା ଦେଲେ ମେୟର ।
ସୂଚନା ଅନୁଯାୟୀ ରବିବାର ସକାଳୁ ସକାଳୁ ବିଏମ୍ସି ମେୟର ସୁଲୋଚନା ଦାସ ଏବଂ କମିଶନର ଚଞ୍ଚଲ ରଣା ୪ ନମ୍ବର ମାଛ ମାର୍କେଟ ପରିଦର୍ଶନ କରିଥିଲେ । ଏଥିସହିତ ମାର୍କେଟର ନୂଆ ରୂପରେଖ ନେଇ ସମୀକ୍ଷା କରିବା ସହ ସ୍ଥାନୀୟ ବେପାରୀଙ୍କ ସହ ଆଲୋଚନା କରିଥିଲେ। ଆମିଷ ମାର୍କେରରେ ପରିମଣ ବ୍ୟବସ୍ଥା, ପାର୍କିଂ ଓ ବର୍ଜ୍ୟବସ୍ତୁ କିପରି ମ୍ୟାନେଜ କରାଯିବା। ଏଥି ସହିତ ବଜାରକୁ ଆସୁଥିବା ଗ୍ରାହକମାନଙ୍କ କିପରି ସମସ୍ତ ସୁବିଧା ମିଳିପାରିବ ନେଇ ଆଲୋଚନା ହୋଇଥିଲା। ୟୁନିଟ୍ -୪ ନମ୍ବର ମାଛ ମାର୍କେଟରେ ଦୀର୍ଘ ଦିନ ହେବ ବେଆଇନ ନିର୍ମାଣ ହୋଇଥିବା ଘର ଗୁଡିକୁ ଭଙ୍ଗାଯିବ।
ଏଥିସହ ପଢ଼ନ୍ତୁ: ବଡ଼ ଡକାୟତି, ବଡ଼ ଗ୍ୟାଙ୍ଗକୁ ଧରିଲା ପୋଲିସ; ୨ ନାବାଳକଙ୍କ ସହ ମହିଳାଙ୍କୁ ମିଶାଇ ୧୦ ଗିରଫ
ସେପଟେ କିଛିଦିନ ପୂର୍ବରୁ ଟିଟିଲାଗଡ଼ ପୌର ପ୍ରଶାସନ ପକ୍ଷରୁ ସହରର ହାଟପଦା ସ୍ଥିତ ଆମିଷ ବଜାର ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଭାରପ୍ରାପ୍ତ ମାଜିଷ୍ଟ୍ରେଟ ସନ୍ଦୀପ ଚନ୍ଦ୍ରକାର, ପୌର ନିର୍ବାହୀ ଅଧିକାରୀ ଜୟସେନ ଧରୁଆ ତଥା ବ୍ୟାପକ ପୋଲିସ ବଳ ଜେସିବି ମେସିନ ସହାୟତାରେ ଉଛେଦ ହୋଇଥିଲା । ସହରବାସୀ ଏଠାରେ ଥିବା ବଡ଼ ଆମିଷ ବଜାର ଉପରେ ନିର୍ଭର କରୁଥିଲେ। ହେଲେ ଦୋକାନୀଙ୍କୁ କେବେ ସ୍ଥାୟୀ କରାଯାଇ ନଥିବା ଅଭିଯୋଗ ହୋଇଛି ।
ପ୍ରାୟ ୩ ବର୍ଷ ତଳେ ଏଭଳି ଭଙ୍ଗାଭାଙ୍ଗି ହୋଇଥିଲା । ଶ୍ମଶାନ ନିକଟରେ କିଛି ଷ୍ଟଲ ତିଆରି କରି ପୌର ପ୍ରଶାସନ ଆମିଷ ଦୋକାନୀଙ୍କୁ ସେଠାକୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ କରିଥିଲା। ତେବେ ଶ୍ମଶାନ ନିକଟରେ ଆମିଷ ବିକ୍ରୟ କଲେ ଲୋକଙ୍କ ମଧ୍ୟରେ ଘୃଣାଭାବ ହୋଇ ବିକ୍ରୀ ବଟା ବାଧାପ୍ରାପ୍ତ ହେବା ଆଶଙ୍କାରେ ଦୋକାନୀ ସେଠାକୁ ଗଲେ ନାହିଁ । ଅନ୍ୟପକ୍ଷରେ ସହରର ବିଭିନ୍ନ ସ୍ଥାନରେ ଆମିଷ ଦୋକାନ ରହିଥିବା ବେଳେ ହାଟପଦାରେ ଥିବା ବଡ଼ ଆମିଷ ବଜାର ପ୍ରତି ପ୍ରଶାସନ ରୁକ୍ଷ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories