Videos
|
Odisha

ମାଟିରେ ମିଶିବ ମାସୁମ ଖାନର ବେଆଇନ୍ ଇସଲାମନଗର

Rashmita Mishra
Browse all articles by Rashmita Mishra
·2 years ago·2 min read
ମାଟିରେ ମିଶିବ ମାସୁମ ଖାନର ବେଆଇନ୍ ଇସଲାମନଗର

ଅର୍ଗସ ବ୍ୟୁରୋ: ମାଲକାନଗିରି ମୋଟୁରେ ସରକାରୀ ଜମିରେ ବେଆଇନ ଭାବେ ଗଢି ଉଠିଥିବା ମାସୁମ ଖାନର ଇସଲାମନଗର ଉପରେ ଚାଲିବ ବୁଲଡୋଜର। ଏନେଇ ଇସାରା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ମାଲକାନଗିରି ଜିଲ୍ଲାପାଳଙ୍କୁ ସେ ମାଗିବେ ରିପୋର୍ଟ। ସେହି ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ। ସରକାରୀ ଜମିକୁ ମାସୁମ ଖାନର କବଜାରୁ ଆଣି ଭୂମୀହୀନଙ୍କ ମଧ୍ୟରେ ବାଣ୍ଟି ଦିଆଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। 

ଅର୍ଗସ ହାତରେ ଲାଗିଛି ବିଜେଡି ସରକାର ଅମଳରେ ମାସୁମ ଖାନ ପ୍ରତି ପ୍ରଦର୍ଶନ ହୋଇଥିବା ଅହେତୁକ ଅନୁକମ୍ପାର ପ୍ରମାଣ। ରାଜ୍ୟ ରାଜରାସ୍ତାରୁ ମାସୁମର ଇସଲାମନଗର ଦେଇ ମନରେଗାରେ ଦୁଇଟି ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଦୁଇ ଦୁଇଟି ବିଦ୍ୟୁତ ଟ୍ରାନ୍ସଫର୍ମର, ଉଠା ଜଳସେଚନ ପ୍ରକଳ୍ପ ଓ ମତ୍ସ୍ୟ ଓ କୃଷି ବିଭାଗ ପକ୍ଷରୁ ବଡ ବଡ ପୋଖରୀ ଖୋଳା ଦିଆଯାଇଛି ରିହାତି। ମାଲକାନଗିରି ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ 2022-23 ଆର୍ଥିକ ବର୍ଷରେ ଦିଆଯାଇଛି ଦୁଇଟି ପୋଖରୀ ପାଇଁ ରିହାତି । ଯେଉଁଥିରେ ମାସୁମ ଖାନର ବାପା ଇସମାଇଲ ଖାନଙ୍କୁ 3 ଲକ୍ଷ 74000 ଟଙ୍କା ଓ ମାସୁମ ଖାନଙ୍କୁ 5 ଲକ୍ଷ 44000 ଟଙ୍କାର ସବସିଡି ଦିଆଯାଇଛି । ଏହାସହ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ରେ 2020-21 ଆର୍ଥିକ ବର୍ଷରେ 17 ଲକ୍ଷ ଟଙ୍କାର ମାଛ ପୋଖରୀ ଖୋଲା ଯାଇଛି , ଯେଉଁଥିରେ ମାସୁମ ଖାନଙ୍କ ଭାଇଙ୍କୁ 6 ଲକ୍ଷ 80 ହଜାର ଟଙ୍କା ସବସିଡି ମିଳିଛି । 

ପୂର୍ବରୁ ବିଜେଡି ନେତା ପ୍ରଦୀପ ମାଝିଙ୍କ ସହ ମାସୁମ ଖାନର ସମ୍ପର୍କ ନେଇ ପ୍ରଶ୍ନ ଉଠିଥିବା ବେଳେ ଏବେ ମାସୁମ ପାଇଁ ଓକିଲାତି କରିବାକୁ ସାମ୍ନାକୁ ଆସିଛନ୍ତି ଖୋଦ୍ ପ୍ରଦୀପ। ଆଉ ଆଦିବାସୀ କାର୍ଡ ଖେଳି ଗଣମାଧ୍ୟମକୁ କରିଛନ୍ତି ଟର୍ଗେଟ୍। ତେବେ ମାସୁମଙ୍କ ସହ ତାଙ୍କର ସମ୍ପର୍କ କଣ ସ୍ପଷ୍ଟ କରିବାକୁ ପ୍ରଦୀପଙ୍କୁ ଆହ୍ବାନ ଦେଇଛି ବିଜେପି। ସେପଟେ ପ୍ରଦୀପଙ୍କ ଆଦିବାସୀ କାର୍ଡର ଜବାବ ଦେଇଛନ୍ତି ଜଣେ ଆଦିବାସୀ ଯୁବକ। ପ୍ରଶ୍ନ କରିଛନ୍ତି ମାଲକାନଗିରିରେ ଆଦିବାସୀଙ୍କୁ ସେମାନଙ୍କ ଅଧିକାରୀ ମିଳୁନଥିବା ବେଳେ ଜଣଙ୍କୁ ବେଆଇନଭାବେ କିପରି ଦିଆଯାଇଥିଲା ଏତେ ସରକାରୀ ଅନୁକମ୍ପା। 

ଏବେ ପ୍ରଶ୍ନ ଉଠୁଛି ଜଣେ ବେଆଇନ୍ ଜବରଦଖଲକାରୀ ପ୍ରତି ବିଜେଡି ନେତା ପ୍ରଦୀପ ମାଝିଙ୍କର ଏତେ ଦରଦ କାହିଁକି। ମାସୁମ ଖାନର ବେଆଇନ୍ ସାମ୍ରାଜ୍ୟ ପଛରେ ପ୍ରଦୀପଙ୍କ ପ୍ରଚ୍ଛନ୍ନ ହାତ ଥିବା ନେଇ ବିଜେପି ଆଣିଥିବା ଅଭିଯୋଗରେ ରହିଛି କି ସତ୍ୟତା ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...