Videos
|
Odisha

Matric Exam / ମାଟ୍ରିକ ପରୀକ୍ଷା ଦେଲେନି ପାଖାପାଖି ୧୦ ହଜାର ପିଲା

Bikash Mohanty
Browse all articles by Bikash Mohanty
·4 months ago·2 min read
ମାଟ୍ରିକ ପରୀକ୍ଷା ଦେଲେନି ପାଖାପାଖି ୧୦ ହଜାର ପିଲା
Matric exam

Key Points

ପାଖାପାଖି10 ହଜାର ପିଲା ଦେଲେନି ମାଟ୍ରିକ ପରୀକ୍ଷା
ମାଟ୍ରିକ ପରୀକ୍ଷାରୁ ଉଭାନ ହୋଇଗଲେ 9930 ଛାତ୍ରଛାତ୍ରୀ
ବିଧାନସଭାରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଚଳିତ ଥର ରାଜ୍ୟରେ ପାଖାପାଖି 10 ହଜାର ପିଲା ଦେଲେନି ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷାରୁ ଉଭାନ ହୋଇଗଲେ 9930 ଛାତ୍ରଛାତ୍ରୀ. 5,46,876 ପିଲା ଫର୍ମ ଫିଲଅପ କଲେ ହେଲେ ପରୀକ୍ଷା ଦେଲେ 5,36946 ପିଲା ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।  

ଗତକାଲି ଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ଖାତା ଦେଖା କାର୍ଯ୍ୟ । ରାଜ୍ୟର ୫୧ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୨ ହଜାର ୨୦୦ ଶିକ୍ଷକ ଖାତା ଦେଖାରେ ନିୟୋଜିତ ହୋଇଛନ୍ତି । ଏପ୍ରିଲ ୨ ତାରିଖ ସୁଦ୍ଧା ଅର୍ଥାତ ୧୫ଦିନ ମଧ୍ୟରେ ଖାତାଦେଖା ସାରିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ପରୀକ୍ଷକ, ଉପ ମୁଖ୍ୟ ପରୀକ୍ଷକ, ସ‌ହକାରୀ ନିରୀକ୍ଷକଙ୍କ ସମେତ ନିୟୋଜିତ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ମୂଲ୍ୟାୟନ ପୂର୍ବରୁ ସକାଳ ୧୦ଟା ସୁଦ୍ଧା କେନ୍ଦ୍ରରେ ପହଞ୍ଚିଥିଲେ।ସେଣ୍ଟର ଅଧିକାରୀ ଓ କର୍ମଚାରୀ ସକାଳ ୯ଟା ୩୦ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଥିଲା । ସେହିଭଳି ବୋର୍ଡ ପକ୍ଷରୁ ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ ମୌଳିକ ସୁବିଧାର ବେବାସ୍ଥ କରାଯାଇଛି। ମୂଲ୍ୟାୟନ ରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରଙ୍କ ପାଇଁ ବୋର୍ଡ ପକ୍ଷରୁ sop ଜାରି କରାଯାଇଛି ମୂଲ୍ୟାୟନ କେନ୍ଦ୍ର କୁ ମୋବାଇଲ ନେବା ବାରଣ କରାଯାଇଛି। ସବୁ ସେଣ୍ଟରରେ ସିସିଟିଭି ବେବାସ୍ଥ ଗ୍ରହଣ କରାଯାଇଛି ଏବଂ ତ୍ରୁଟି ଶୂନ୍ୟ ଖାତା ମୂଲ୍ୟାୟନ କରାଯିବ ବୋଲି ବୋର୍ଡ ସଭାପତି କହିଛନ୍ତି।

ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ୬୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ତେବେ ଚଳିତ ଥର ବଡ଼ ପଦକ୍ଷେପ ଗ୍ରହଣ କରିଥିଲା ବୋର୍ଡ। ଯଦି କୌଣସି ପରୀକ୍ଷାର୍ଥୀ କୌଣସି କାରଣ ବଶତଃ ପରୀକ୍ଷା ଆରମ୍ଭ ସମୟରେ ପହଞ୍ଚି ପାରିନାହିଁ ତେବେ ପରୀକ୍ଷା ଆରମ୍ଭର ଅଧ ଘଣ୍ଟା ପରେ ପହଞ୍ଚିଲେ ମଧ୍ୟ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇଥିଲା। । ପୂର୍ବରୁ ପରୀକ୍ଷା ଆରମ୍ଭର ମାତ୍ର ୧୫ ମିନିଟ୍ ଅର୍ଥାତ୍ ୯ଟା ୧୫ ପର୍ଯ୍ୟନ୍ତ କେନ୍ଦ୍ର ଭିତରକୁ ପ୍ରବେଶ ଅନୁମତି ଥିଲା, କିନ୍ତୁ ଚଳିତ ଥର ଏହି ସମୟ ସୀମାକୁ ବଢ଼ାଇ ସକାଳ ୯ଟା ୩୦ କରାଯାଇଥିଲା।

ସେପଟେ କପି ଓ ଅନିୟମିତତା ରୋକିବା ପାଇଁ ପ୍ରଥମ ଥର ଲାଗି ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ଲାଇଭ୍ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ହୋଇଥିଲା। ଅତ୍ୟାଧୁନିକ AI ବୈଷୟିକ ଜ୍ଞାନକୌଶଳ ସାହାଯ୍ୟରେ କମାଣ୍ଡ କଣ୍ଟ୍ରୋଲ ରୁମ୍ ଦ୍ୱାରା ପରୀକ୍ଷାର୍ଥୀ ଓ ପରୀକ୍ଷା କେନ୍ଦ୍ରଗୁଡିକକ ଉପରେ ବୋର୍ଡ ମୁଖ୍ୟାଳୟରୁ ରହିଥିଲା ତୀକ୍ଷ୍ଣ ନଜର। ଚଳିତ ଥର ମାଟ୍ରିକ ପରୀକ୍ଷା ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିଥିଲା।

ଏଥିସହ ପଢ଼ନ୍ତୁ: ଆଜିଠୁ ମାଟ୍ରିକ ଖାତା ଦେଖା, ରାଜ୍ୟର ୫୧ କେନ୍ଦ୍ରରେ ଚାଲିବ ଖାତା ଦେଖା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sudents absent in exam | 9,930 Students Skip Matric Exam in Odisha, Minister Nityananda Gond Reveals | Argus News