Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଚଳିତ ବର୍ଷ 5 ଲକ୍ଷ 60 ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ 

Manini Pattanayak
Browse all articles by Manini Pattanayak
·2 years ago·1 min read
 ଚଳିତ ବର୍ଷ 5 ଲକ୍ଷ 60 ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ 

ଭୁବନେଶ୍ୱର:  ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ 5 ଲକ୍ଷ 60 ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ରାଜ୍ୟରେ 3 ହଜାର 47ଟି କେନ୍ଦ୍ର କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଦେଢ଼ ଘଣ୍ଟା ପୂର୍ବରୁ ପହଞ୍ଚିବାକୁ ପିଲାଙ୍କୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି । ସକାଳ 9ଟା ବେଳେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ସକାଳ ସାଢ଼େ 7ଟାରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ ପିଲା । 8ଟା 15 ମିନିଟରେ ପରୀକ୍ଷା କେନ୍ଦ୍ରର ଗେଟ ବନ୍ଦ କରାଯିବ । 

ସାଢ଼େ 8ଟାରେ omr ସିଟ୍ ଦିଆଯିବ ଓ 9ଟାରେ ପ୍ରଶ୍ନପତ୍ର ଦିଆଯିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ତେବେ ପରୀକ୍ଷା ପରିଚାଳନାରେ ସୁଧାର ଓ ସଂସ୍କାର ଆଣିବା ପାଇଁ ସିସିଟିଭି ନଜରରେ ରହିବ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟର୍ । ପ୍ରଥମ ଥର ପାଇଁ AI BASED ସିସିଟିଭି କ୍ୟାମେରା ଅତି ସମ୍ବେଦନ ଶୀଳ କେନ୍ଦ୍ର ଗୁଡିକରେ ଲଗାଯାଇଛି । ଯାହାର କମାଣ୍ଡ କଣ୍ଟ୍ରୋଲ୍ ରୁମ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରହିଛି । ବୋର୍ଡ କର୍ତ୍ତୃପକ୍ଷଙ୍କ ସହ 20 ଜଣ ଏକ୍ସପର୍ଟଙ୍କ ନଜରରେ ରହିବ କମାଣ୍ଡ କଣ୍ଟ୍ରୋଲ ରୁମ୍ । ଯଦି କୌଣସି ପରୀକ୍ଷା କେନ୍ଦ୍ରରେ ମାଲ୍ ପ୍ରାକ୍ଟିସ୍ କିମ୍ବା କିଛି ଅପ୍ରୀତିକର ପରିସ୍ଥିତି ଉପୁଜେ, ତେବେ ଏହି ଏଆଇ କ୍ୟାମେରା ମାଧ୍ୟମରେ କମାଣ୍ଡ ଆସିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି ଡକ୍ଟର ନିହାର ରଂଜନ ମହାନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Matric exam from tomorrow. This year 5 lakh 60 thousand students will take the exam. | Argus News