ମେୟର ସୁବାସ ସିଂଙ୍କୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଟାର୍ଗେଟ୍
·1 year ago

କଟକ: କଟକରେ ପୁଣି ପଦାରେ ପଡ଼ିଲା ବିଜେଡି ଗୋଷ୍ଠୀ କନ୍ଦଳ । କିଛି ଦିନ ପୂର୍ବରୁ ବିଜେଡି କର୍ପୋରେଟରଙ୍କୁ କାଠଗଡ଼ାକୁ ଟାଣିଥିବା ବିଜୁ ଯୁବ ଓ ଛାତ୍ର ଜନତା ଦଳ ଏବେ ମେୟର ସୁବାସ ସିଂଙ୍କୁ ସିଧାସଳଖ ଟାର୍ଗେଟ୍ କରିଛି । ସୋସିଆଲ ମିଡିଆରେ କଟକ ମେୟରଙ୍କ ଇସ୍ତଫା ଦାବି କରିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ ।
ବିଜେଡି ଜିଲ୍ଲା ସଭାପତି ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏବଂ ବିଜେଡି ସହ ସୁବାସ ବିଶ୍ବାସଘାତକତା କରିଛନ୍ତି ବୋଲି ଫେସବୁକରେ ପୋଷ୍ଟ କରି କଡ଼ା ସମାଲୋଚନା କରିଛନ୍ତି ବିଜୁ ଛାତ୍ର ଜନତା ଦଳର କଟକ ଜିଲ୍ଲା ସଭାପତି ଆସିଫ ଅମିନ । ଅନ୍ୟପଟେ ମେୟରଙ୍କୁ ଜୋରଦାର ବିରୋଧ କରାଯିବ ବୋଲି ଖୁଲମଖୁଲ୍ଲା ଭାବେ କହିଛନ୍ତି ବିଜୁ ଯୁବ ଜନତା କଟକ ମହାନଗର ସଭାପତି ସୌମ୍ୟଦୀପ ଘୋଷ ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: