Videos
|
Odisha

ଖୋଲିଲା ବିଜେଡି ସରକାରଙ୍କ ଅସଲ ମୁଖା

Jitendra Dash
Browse all articles by Jitendra Dash
·2 years ago·2 min read
ଖୋଲିଲା ବିଜେଡି ସରକାରଙ୍କ ଅସଲ ମୁଖା

'ଆମ ଓଡ଼ିଶା ନବୀନ ଓଡ଼ିଶା'ରେ ଖାଲି ମିଛ ପ୍ରଚାର !
ଖୋଲିଲା ବିଜେଡି ସରକାରଙ୍କ ଅସଲ ମୁଖା 
 

ଅର୍ଗସ ବ୍ୟୁରୋ : ବିଜେଡି ପିଛା ଛାଡୁନି ବିବାଦ । ସରକାର ଯେତିକିଦିନ ପୁରୁଣା ହେଉଛି ସେତିକି ନୂଆ ବିବାଦ ବି ଦେଖିବାକୁ  ମିଳୁଛି । ଏଇ ଯେମିତି ୟୂରଭଞ୍ଜ ଜାମଦା ବ୍ଲକ ବଡକୁଲେଇବୀରାର କୁଦନ୍ ମୁଣ୍ଡା ନିଜ ଖର୍ଚ୍ଚରେ ଧୂପକାଠି ଉତ୍ପାଦନ ମେସିନ ବସାଇଛନ୍ତି । କିନ୍ତୁ ତାଙ୍କ ପରିଶ୍ରମର ସବୁ ଶ୍ରେୟ ନେବାକୁ ମିଛ ପ୍ରଚାର କରିଛନ୍ତି ରାଜ୍ୟ ସରକାର । ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରଚାର ପୁସ୍ତିକାରେ ଛପାଯାଇଛି ମିଶନ ଶକ୍ତି ପକ୍ଷରୁ ଲକ୍ଷେ ଟଙ୍କା ଋଣ ନେଇ ଧୁପକାଠି ମେସିନ କିଣିଛନ୍ତି କୁଦୁନ୍ ମୁଣ୍ଡା । 

୧୧ ବର୍ଷ ପୂର୍ବରୁ ଗାଁରେ ପ୍ରତି ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ମିଛ ପ୍ରଚାର ମଧ୍ୟ ଧରାପଡ଼ିଛି । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଦ୍ୱାରା ୧ କୋଟି ୯୬ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପ ହୋଇଥିବା ପଞ୍ଚାୟତ ବିକାଶ ପୁସ୍ତିକାରେ ଉଲ୍ଲେଖ ରହିଛି । କିନ୍ତୁ ବିଡମ୍ବନାର ବିଷୟ ଏଯାଏ ବଡକୁଲେଇବିରା ଗାଁରେ କୌଣସି ଘରେ ପାଇପ ଯୋଗେ ପାନୀୟ ଜଳ ପହଞ୍ଚି ପାରିନାହିଁ । ଏବେବି ଚୁଆ ପାଣିରେ ଗ୍ରାମବାସୀଙ୍କ ଶୋଷ ମେଣ୍ଟୁଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଋଣ ଓ ପାଣି ଯୋଗାଣ ନାଁରେ ମିଛ ପ୍ରଚାର ସହ ରୋଗୀ ଚିକିତ୍ସାକୁ ନେଇ ମଧ୍ୟ ମିଛ ପ୍ରଚାର କରୁଛନ୍ତି ସରକାର । ତିରିଙ୍ଗ ବ୍ଲକ ବଡ଼ଡାଳିମା ଗାଁର ସରୁପ ମହାପାତ୍ର ବ୍ୟକ୍ତିଗତ ଖର୍ଚ୍ଚରେ ଚିକିତ୍ସିତ ହୋଇଥିଲେ ବି ବିଜୁ ସ୍ବାସ୍ଥ୍ୟ କାର୍ଡ ଜରିଆରେ ରୋଗୀ ଚିକିତ୍ସା କରାଯାଇଥିବା ପ୍ରଚାର କରାଯାଉଥିବା ଅଭିଯୋଗ ହୋଇଛି । ୨୦୧୮ ଅଗଷ୍ଟ ୧୫ ତାରିଖରେ ଯୋଜନା ଆରମ୍ଭ ହୋଇଥିଲେ ବି ୨୦୧୬ରେ ଚିକିତ୍ସା ସୁବିଧା ଯୋଗାଇ ଦେଇଥିବା ପ୍ରଚାର କରି ସରକାର ନିଜ ପୋଲ୍ ଖୋଲିଛନ୍ତି । ଗୋଲାପି ଛବି ଦେଖାଇ ରାଜ୍ୟବାସୀଙ୍କୁ ଧୋକ୍କା ଦେଇ ଆସିଛନ୍ତି ରାଜ୍ୟ ସରକାର । କଳେ ବଳେ କୌଶଳେ ଭୋଟ ହାତେଇବାକୁ ମିଛ ପ୍ରଚାର କରି ବାରମ୍ବାର ଧରାପଡ଼ିଲେବି ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ନା ହେଉଛି ତଦନ୍ତ ନା କାର୍ଯ୍ୟାନୁଷ୍ଠାନ । 
 

mayurbhanj bjd issue | Argus News