Videos
|
Odisha

Odisha News / ରାତିରେ ଖାଇପିଇ ଶୋଇଲେ; ସକାଳୁ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ, ଅନାଥ ହୋଇଗଲେ ୨ ଶିଶୁକନ୍ୟା

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ରାତିରେ ଖାଇପିଇ ଶୋଇଲେ; ସକାଳୁ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ, ଅନାଥ ହୋଇଗଲେ ୨ ଶିଶୁକନ୍ୟା
Husband and Wife Die After Feast in Mayurbhanj

Key Points

କଥା ଦେଇଥିଲେ ସାତ ଜନ୍ମ ପର୍ଯ୍ୟନ୍ତ ସାଥୀ ହୋଇ ରହିବେ । ଆଉ ଏବେ ଗୋଟିଏ ଦିନରେ ଏକାଠ ଆରପାରିକୁ ଚାଲିଗଲା । ଆଉ ବାପାମାଆ ଛେଉଣ୍ଡ ହୋଇଗଲେ ଦୁଇ ଶିଶୁ କନ୍ୟା ।
ରାଇରଙ୍ଗପୁର (ମୟୂରଭଞ୍ଜ): ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିଲେ । କଥା ଦେଇଥିଲେ ସାତ ଜନ୍ମ ପର୍ଯ୍ୟନ୍ତ ସାଥୀ ହୋଇ ରହିବେ । ଆଉ ଏବେ ଗୋଟିଏ ଦିନରେ ଏକାଠ ଆରପାରିକୁ ଚାଲିଗଲା । ଆଉ ବାପାମାଆ ଛେଉଣ୍ଡ ହୋଇଗଲେ ଦୁଇ ଶିଶୁ କନ୍ୟା । ଦଶାହ ଭୋଜି ଖାଇବା ପରେ ପେଟ ଯନ୍ତ୍ରଣା ହେଲା । ଆଉ ତା'ପରେ ଆଖି ବୁଜିଦେଲେ ସ୍ଵାମୀ-ସ୍ତ୍ରୀ ।

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦଦେଶରେ ଥିବା ଜାଟିପାଣି ଗାଁରେ ଏଭଳି ଅଭାବନୀୟ ଦୁଃଖଦ ଘଟଣା ଘଟିଛି । ବିଷାକ୍ତ ଖାଦ୍ୟ ଖାଇବା ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଦମ୍ପତ୍ତିଙ୍କ ମୃତ୍ୟୁ ପରେ ସେମାନଙ୍କ ୪ ଓ ୨ ବର୍ଷର ଦୁଇ ଝିଅଙ୍କ ଭବିଷ୍ୟତକୁ ନେଇ ସମ୍ପର୍କୀୟ ଓ ପରିବାର ଚିନ୍ତାରେ ପଡ଼ିଛନ୍ତି ।

ଏଥିସହ ପଢ଼ନ୍ତୁ: ଦେଶୀ ମଦଭାଟି ଭଙ୍ଗାରୁଜା ଘଟଣାରେ ୧୭୪ ଜଣଙ୍କ ନାଁରେ ମାମଲା ରୁଜୁ 

ସୂଚନା ଅନୁଯାୟୀ, ବିଶୋଇ ଥାନା ଅନ୍ତର୍ଗତ ଚତ୍ରିସାହିର ଭଞ୍ଜ ସିର୍କା (୩୦) ଏବଂ ତାଙ୍କ ପତ୍ନୀ ବିରାଙ୍ଗ ନାଏକ (୨୭) ଏକ ଦଶାହ କର୍ମରେ ଯୋଗଦେବା ପାଇଁ ବିଶୋଇ ଥାନା ଅନ୍ତର୍ଗତ ଜାଟିପାଣି ଗାଁକୁ ଯାଇଥିଲେ । ଶୁକ୍ରବାର ଦିନ ଦଶାହ କର୍ମରେ ଭୋଜି ଖାଇବା ପରେ ଉଭୟ ଶୋଇ ପଡ଼ିଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ରାତି ପ୍ରାୟ ୩ଟା ସମୟରେ ଉଭୟଙ୍କ ପେଟରେ ଯନ୍ତ୍ରଣା ହେବାରୁ ସମ୍ପର୍କୀୟମାନେ ଉଭୟଙ୍କୁ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଶନିବାର ଭଞ୍ଜ ସିର୍କାଙ୍କ ମୃତ୍ୟୁ ହୋଇଥିଲା । ଭଞ୍ଜଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନାକୁ ପଠାଯାଇଥିଲା ।

ପରେ ପରେ ପତ୍ନୀ ବିରାଙ୍ଗ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ରବିବାର କରଞ୍ଜିଆ ଡାକ୍ତରଖାନାରେ ଭଞ୍ଜ ସିର୍କାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ବିରାଙ୍ଗଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି ।

ଏଥିସହ ପଢ଼ନ୍ତୁ: ଆସନ୍ତା ୧୩ ତାରିଖରୁ ବଦଳିବ ପାଗ, ଉପକୂଳରେ ପ୍ରବଳ ବର୍ଷିବ 

ଗୋଟିଏ ଦିନରେ ଦମ୍ପତିଙ୍କ ମୃତ୍ୟୁ

ଗୋଟିଏ ଦିନରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି । ମାତ୍ର ଚାରି ବର୍ଷ ଓ ଦୁଇ ବର୍ଷ ବୟସର ଦୁଇ ଶିଶୁକନ୍ୟା ମାତାପିତାଙ୍କୁ ହରାଇଛନ୍ତି । ଏବେ ସେମାନଙ୍କ ଲାଳନପାଳନ ଓ ଭବିଷ୍ୟତକୁ ନେଇ ସମ୍ପର୍କୀୟମାନେ ଚିନ୍ତାରେ ପଡ଼ିଛନ୍ତି ।

ଦଶାହ କର୍ମରେ ଭୋଜି ଖାଇବା ପରେ ଉଭୟଙ୍କ ମୃତ୍ୟୁ ଘଟିଥିବାରୁ ବିଷାକ୍ତ ଖାଦ୍ୟ ଖାଇଥିବା ସନ୍ଦେହ କରାଯାଉଛି । ତେବେ ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ ।