Videos
|
Odisha

Odisha News / ଦେଶୀ ମଦଭାଟି ଭଙ୍ଗାରୁଜା ଘଟଣାରେ ୧୭୪ ଜଣଙ୍କ ନାଁରେ ମାମଲା ରୁଜୁ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଦେଶୀ ମଦଭାଟି ଭଙ୍ଗାରୁଜା ଘଟଣାରେ ୧୭୪ ଜଣଙ୍କ ନାଁରେ ମାମଲା ରୁଜୁ
Police Book 174 People

Key Points

ଦେଶୀ ମଦଭାଟି ଭଙ୍ଗାରୁଜା ପାଇଁ ମାମଲା । ୧୭୪ ଜଣଙ୍କ ନାଁରେ ମାମଲା ରୁଜୁ କଲା ସୁବଳୟା ଥାନା ପୋଲିସ ।
ସୁବର୍ଣ୍ଣପୁର: ମଦ ଯୋଗୁଁ ପୋଛି ହୋଇ ଯାଉଛି ସିନ୍ଦୂର, ଉଜୁଡ଼ି ଯାଉଛି ସଂସାର । କିଏ ସ୍ଵାମୀକୁ ତ ଆଉ କିଏ ପୁଅକୁ ହରାଉଛି । ଗାଁରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଥିବା ବେଳେ ସୁବର୍ଣ୍ଣପୁର ପିତାମହୁଲ ଠାରେ ଶନିବାର ଦେଶୀ ମଦଭାଟି ଭଙ୍ଗାରୁଜା କରିଥିଲେ ଗ୍ରାମବାସୀ ।

ଏବେ ଦେଶୀ ମଦଭାଟି ଭଙ୍ଗାରୁଜା ଘଟଣାରେ ୧୭୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ସୁବଳୟା ଥାନା ପୋଲିସ । ସୁବଳୟା ଥାନା ପୋଲିସ ପକ୍ଷରୁ ୧୭୪ ଜଣଙ୍କ ନାଁରେ ଥାନା କେସ୍ ନମ୍ବର ୧୭୩/୨୬ରେ ବିଏନଏସ୍ ଧାରା ୧୯୧ (୨), ୧୯୧ (୩), ୩୩୩, ୩୨୪ (୪), ୧୨୬ (୨), ୨୯୬, ୩୫୧ (୨), ୩୧୦ (୨), ୧୦୯, ୧୯୦ ଲଗା ଯାଇଛି ।

ଏଥିସହ ପଢ଼ନ୍ତୁ: ଶ୍ରୀକାନ୍ତଙ୍କ ମୃତ୍ୟୁର ୧୨ ଦିନ ପରେ ହେଲା ଗିରଫଦାରୀ; ପୋଲିସ ଲଗାଇଥିବା ଦଫାକୁ ନେଇ ଉଠିଲା ପ୍ରଶ୍ନ 

ଶନିବାର ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଠାରେ ଥିବା ଦେଶୀ ମଦଭାଟିରେ ଭଙ୍ଗାରୁଜା ହୋଇଥିଲା । ପ୍ରଥମେ ପଞ୍ଚାୟତର ଶତାଧିକ ମହିଳା, ପୁରୁଷ ମଦ ଭାଟି ସମ୍ମୁଖରେ ଧାରଣାରେ ବସି ଉଚ୍ଛେଦ ଦାବି କରିଥିଲେ ।

ପ୍ରଶାସନ ମଦ ଭାଟିକୁ ବନ୍ଦ କରିବା ଦିଗରେ ପଦକ୍ଷେପ ନ ନେବାରୁ ଶତାଧିକ ମହିଳା ଓ ପୁରୁଷ ମଦ ଭାଟିକୁ ଭାଙ୍ଗି ରୁଜି ଚୁରମାର କରି ଦେଇଥିଲେ । ଉତ୍ତ୍ୟକ୍ତ ମହିଳାମାନେ ଭିତରକୁ ଧସେଇ ପଶି ଦେଶୀ ମଦଭାଟିରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ରନ୍ଧା ମଦ ମହୁଲ ପୋଚ ନଷ୍ଟ କରିଥିଲେ । ଢାଳି ଦେଇଥିଲେ ଶହ ଶହ ଲିଟର ରନ୍ଧା ମଦ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଧରାପଡ଼ିଲେ ବାପ-ପୁଅ; ଟ୍ରକ୍ ଚୋରିର ଏମିତି ରାକେଟ୍, ଜାଣିଲେ ଉଡ଼ିଯିବ ହୋସ୍ 

ଭଙ୍ଗାରୁଜା କରିବା ସହ ଦେଶୀ ମଦଭାଟିର ଲାଇସେନ୍ସ ବାତିଲ ପାଇଁ ଦାବି କରିଥିଲେ ଗ୍ରାମବାସୀ । ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ଭୟଙ୍କର ହେବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ଏବେ ମଦଭାଟି ଭଙ୍ଗାରୁଜା ମାମଲାରେ ପୋଲିସ ୧୭୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।