ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ କିରାଣୀକୁ ୫ବର୍ଷ କାରାଦଣ୍ଡ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା ବାରିପଦା ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ଏକ ଆୟ ବର୍ହିଭୂତ ମାମଲାର ରାୟ ପ୍ରକାଶ ପାଇଛି । ଜଜ୍ ପ୍ରଶନ୍ନ କୁମାର ପଣ୍ଡା ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହା ସହିତ ୨୫ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୫ମାସ ଜେଲ ଦଣ୍ଡଭୋଗିବାକୁ ରାୟରେ ଉଲ୍ଲେଖ ରହିଛି । ଅଭିଯୁକ୍ତ ଜଣକ ହେଲେ ବାରିପଦା ଟାଉନ ଥାନା ପ୍ଳାନିଂ କାର୍ଯ୍ୟାଳୟର ପ୍ରାକ୍ତନ କିରାଣୀ ପ୍ରତାପ ଚନ୍ଦ୍ର କେଶୀ । ସୂଚନାଯୋଗ୍ୟ, ବାରିପଦା ଟାଉନ ପ୍ଳାନିଂ କାର୍ଯ୍ୟାଳୟର କିରାଣୀ ପ୍ରତାପ କେଶୀଙ୍କ ନାମରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ।
ଏହାକୁ ନେଇ ୨୦୧୩ ମସିହାରେ ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଛନ୍ଦି ହୋଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ । ଏ ନେି ୨୫/୧୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତାଙ୍କର ବାର୍ଷିକ ଆୟର ୮୮ ପ୍ରତିଶତ ଆୟ ବର୍ହିଭୂତ ସମ୍ପତି ମୋଟ ୧୯ଲକ୍ଷ ୩ହଜାର ୯୦୯ଟଙ୍କା ହୋଇଥିଲା । ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି । ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଏହି ମାମଲାକୁ ସରକାରୀ ଆଇନଜୀବୀ ଶାନ୍ତନୁ କୁମାର ଦାଶ ପରିଚାଳନା କରୁଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର