Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲଗାଣ ବର୍ଷା ଯୋଗୁଁ ବେହାଲ୍ ମୟୂରଭଞ୍ଜ ଜିଲ୍ଲା

Ritu Das
Browse all articles by Ritu Das
·1 year ago·1 min read
ଲଗାଣ ବର୍ଷା ଯୋଗୁଁ ବେହାଲ୍ ମୟୂରଭଞ୍ଜ ଜିଲ୍ଲା

ଅର୍ଗସ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ବେହାଲ୍ ମୟୂରଭଞ୍ଜ ଜିଲ୍ଲା । ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ବିଶେଷ କରି ଜଳକାର ଜଳସ୍ତର  ଉପରେ ପ୍ରବାହିତ ହେଉଛି । ବୁଢ଼ାବଳଙ୍ଗ ନଦୀର ଜଳସ୍ତର ୮.୧୩ ମିଟର ରହିଥିବାବେଳେ ଜଳସ୍ତର ଏବେ ୩.୧୦ମିଟର ରହିଛି । ସୁବର୍ଣ୍ଣରେଖାରେ ଜଳସ୍ତର ୧୦.୩୬ ମିଟର ରହିଥ‌ିବାବେଳେ ଜଳସ୍ତର ଏବେ ୫.୬୨ ମିଟର ରହିଛି । ବର୍ଷାକୁ ଦୃଷ୍ଟିରେ ରଖି ଜଳକା ନଦୀ ସଂଲଗ୍ନ ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକର ଜନସାଧାରଣଙ୍କୁ ଉଚ୍ଚ ସ୍ଥାନରେ ଆଶ୍ରୟ ନେବାକୁ ସଚେତନ କରାଯାଇଛି। ବିପଦସଙ୍କୁଳ ଘରେ ନ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । 

ଅପରପକ୍ଷେ, ବୁଢ଼ାବଳଙ୍ଗ ନଦୀ ଉପରମୁଣ୍ଡରେ ବର୍ଷା ଯୋଗୁଁ ନଦୀ ଜଳସ୍ତର ବୃଦ୍ଧି ଆଶଙ୍କାରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ବାରିପଦାର ନଦୀ ସଂଲଗ୍ନ ତଳି ଅଞ୍ଚଳ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲାପାଳ ହେମକାନ୍ତ ସାଏ ଅନ୍ୟ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡ଼ି ଜିଲ୍ଲାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ  ହେଲେ, ରାଇରଙ୍ଗପୁର ବ୍ଲକ ଅଞ୍ଚଳ ବଡ଼ବିଲ ଗାଁର ପାଙ୍ଗଳା ପିଙ୍ଗୁଆ ଓ ଗୋପବନ୍ଧୁନଗର ବ୍ଲକ ଜୟପୁର ପଞ୍ଚାୟତ ମାର୍ସିଗାଁ ଗ୍ରାମର ଝୁନୁ ବିନ୍ଧାଣୀ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mayurbhanj | Argus News