Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୟୂରଭଞ୍ଜ ମିଶନ ଶକ୍ତି ସଭାନେତ୍ରୀ ପାଲଟିଛନ୍ତି ଶାସକ ଦଳର ନେତ୍ରୀ !

Ritu Das
Browse all articles by Ritu Das
·2 years ago·1 min read
ମୟୂରଭଞ୍ଜ ମିଶନ ଶକ୍ତି ସଭାନେତ୍ରୀ ପାଲଟିଛନ୍ତି ଶାସକ ଦଳର ନେତ୍ରୀ !

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ମିଶନ ଶକ୍ତି ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ। ନା ନିର୍ବାଚନ ଆଚରଣ ବିଧିକୁ ଖାତିର ଅଛି ନା ଆଇନର ଭୟ। କାରଣ ଇଏ ପାଲଟିଛନ୍ତି ବିଜେଡି ନେତ୍ରୀ। ଜିଲ୍ଲା ମିଶନ ଶକ୍ତି ସଭାନେତ୍ରୀ ପଦରେ ଥାଇ ବି ବିଜୁ ଜନତା ଦଳ ପାଇଁ କରୁଛନ୍ତି ଖୁଲମଖୁଲ୍ଲା ପ୍ରଚାର। ବିଜେଡି କର୍ମୀ ସମ୍ମିଳନୀରେ ଭାଗ ନେଉଛନ୍ତି, ବିଜେଡି ପ୍ରାର୍ଥୀଙ୍କ ସହ ବୁଲୁଛନ୍ତି । ଆଉ ଏବେ ତ ସୋସିଆଲ୍ ମିଡିଆରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଭିଡିଓ ପଠାଇ ବିଜେଡିକୁ ଭୋଟ୍ ଦେବାକୁ ଭୋଟ୍ ଦେବାକୁ କହୁଛନ୍ତି । 

ମିଶନ ଶକ୍ତି କର୍ମକର୍ତ୍ତା, ଆଶା ଓ ଅଙ୍ଗନବାଡ଼ି କର୍ମୀ କୌଣସି ଦଳ ପାଇଁ ପ୍ରଚାର କରିପାରିବେନାହିଁ ବୋଲି କଟକଣା ଜାରି କରିଛନ୍ତି ନିର୍ବାଚନ କମିସନ। ତଥାପି ପ୍ରାୟ ମାସେ ହେଲା ନିର୍ବାଚନ ପ୍ରଚାରରେ ମାତିଛନ୍ତି ଏ ମିଶନଶକ୍ତି ସଭାନେତ୍ରୀ। ଏ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ମୟୂରଭଞ୍ଜ ବିଜେପି। ବିଷ୍ଣୁପ୍ରିୟାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଦିନକ ତଳେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ମିଶନ ଶକ୍ତି ବିଭାଗରୁ ବିଦା ହୋଇଛନ୍ତି ପାଣ୍ଡିଆନଙ୍କ ପତ୍ନୀ। ମିଶନ ଶକ୍ତି ସଚିବ ଥିବା ସୁଜାତା କାର୍ତ୍ତିକେୟନଙ୍କୁ ବିଜୁ ଜନତା ଦଳ ପାଇଁ କାମ କରିବା ମହଙ୍ଗା ପଡିଲା। ସ୍ବାମୀଙ୍କ ପାଇଁ ସରକାରୀ କ୍ଷମତାର କରୁଥିଲେ ଦୁରୂପଯୋଗ। - ବିଜେଡି ସପକ୍ଷରେ ଭୋଟ୍ ଦେବା ଲାଗି ସ୍ବୟଂ ସହାୟିକା ଗୋଷ୍ଠୀ ଉପରେ ପକାଉଥିଲେ ଚାପ। ଏଥିପାଇଁ ସର୍ବସାଧାରଣ ଲୋକଙ୍କ ସହ ଜଡ଼ିତ ନଥିବା ବିଭାଗକୁ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ। ଏବେ ବିଷ୍ଣୁପ୍ରିୟାଙ୍କ ଭଳି ନେତ୍ରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାର କଥା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Mayurbhanj Mission | Argus News